Below header
Browsing Category

ଦେଶ ବିଦେଶ

ଭୋଟ୍ ଦେବା ଆମର ସାମ୍ବିଧାନିକ ଅଧିକାର, ତେଣୁ ମତଦାନ ପୂର୍ବରୁ ପ୍ରସ୍ତୁତ କରିନିଅନ୍ତୁ ଆପଣଙ୍କ ଭୋଟର କାର୍ଡ

ଏଥର ନିର୍ବାଚନରେ ଅନେକ ଲୋକ ଭୋଟ ଦେବେ । ମତଦାତା ପରିଚୟ ପତ୍ର ବା ଭୋଟର ଆଇଡି ଏଥିପାଇଁ ନିହାତୀ ଜରୁରୀ । ଭୋଟର IDର ଉପଯୋଗ କେବଳ ଭୋଟ ଦେବାପାଇଁ ବ୍ୟବହୃତ ହୁଏ ନାହିଁ, ବରଂ ଏହା ଏକ ଠିକଣା ପ୍ରମାଣ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ।  ଏହି ଭୋଟର ଆଇଡି ନଥିଲେ ଭୋଟ୍ ଦେବାରେ ଅନେକ…

ଜେଟ ଏୟାରୱେଜ୍‌ର ଫାଉଣ୍ଡର ନରେଶ ଗୋୟଲଙ୍କ ପତ୍ନୀଙ୍କ ପରଲୋକ, କ୍ୟାନସରରେ ଥିଲେ ପୀଡିତ

ଜେଟ ଏୟାରୱେଜ୍‌ର ଫାଉଣ୍ଡର ନରେଶ ଗୋଏଲଙ୍କ ପତ୍ନୀ ଅନୀତା ଗୋୟଲଙ୍କ ପରଲୋକ ହୋଇଛି । ମୁମ୍ବାଇର ଏକ ଘରୋଇ ହସପିଟାଲାରେ ଆଜି ସକାଳେ ନିଧନ ହୋଇଥିବା ଖବର ମିଳିଛି । ଦୀର୍ଘଦିନରୁ କ୍ୟାନସରରେ ପୀଡିତ ଥିଲେ ଅନୀତା । ନରେଶ ଗୋୟଲ ନିକଟରେ ପତ୍ନୀଙ୍କ ଅସୁସ୍ଥତା ଯୋଗୁଁ ଜେଲରୁ ଅନ୍ତରୀଣ ଜାମିନ…

ଆଜି ସୁପ୍ରିମକୋର୍ଟ ବାର ଆସୋସିଏସନର ନିର୍ବାଚନ, ଦୌଡ଼ରେ ଅଛନ୍ତି ୪ ଓଡ଼ିଆ

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟ ବାର ଆସୋସିଏସନର ନିର୍ବାଚନ। ବିଭିନ୍ନ ପଦ ପଦବି ପାଇଁ ଚାଲିଛି ଭୋଟ ଗ୍ରହଣ। ସୁପ୍ରିମକୋର୍ଟ ବାର ଆସୋସିଏସନରେ ପ୍ରାୟ ୨୦ ହଜାର ସଦସ୍ୟ ଅଛନ୍ତି । କିନ୍ତୁ ନିର୍ବାଚନରେ ୩ ହଜାରରୁ ଊର୍ଦ୍ଧ୍ବ ଭୋଟର ଅଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ନିର୍ବାଚନରେ ୪…

ଇନ୍ଦୋରରେ ଭୟଙ୍କର ସଡକ ଦୁର୍ଘଟଣା: ଡମ୍ପରରେ ପିଟି ହେଲା ବୋଲେରୋ, ୮ ମୃତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଇନ୍ଦୋରରେ ଗତକାଲି ବିଳମ୍ବିତ ରାତିରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ରାସ୍ତାରେ ଛିଡ଼ା ହୋଇଥିବା ଏକ ଡମ୍ପର ପଛପଟେ ଏକ ବୋଲେରୋ ପିଟି ହେବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଇନ୍ଦୋର-ଅହମ୍ମଦାବାଦ ଜାତୀୟ ରାଜପଥରେ ଏହିଦୁର୍ଘଟଣା ଘଟିଛି।…

CAA ଅଧୀନରେ ପ୍ରଥମ ଥର ମିଳିଲା ଭାରତୀୟ ନାଗରିକତା, ୧୪ ଜଣଙ୍କୁ ସିଟିଜେନ୍‌ଶିପ୍‌ ସାର୍ଟିଫିକେଟ୍‌

ଭାରତରେ ଆଜି ୧୪ ଜଣଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ନାଗରିକତା ସଂଶୋଧନ ଅଧିନିୟମ (CAA) ର ଅଧିସୂଚନା ଜାରି ହେବା ପରେ ପ୍ରଥମ ଥର ପାଇଁ ୧୪ ଜଣଙ୍କୁ ସିଟିଜେନ୍‌ଶିପ୍‌ ସାର୍ଟିଫିକେଟ୍‌ ଦିଆଯାଇଛି । ଏହା ସହିତ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ପ୍ରତାଡ଼ିତ…

ଉତ୍ତରାଖଣ୍ଡ ନିଆଁକୁ ନେଇ କଡ଼ା ହେଲେ ସୁପ୍ରିମ୍‌କୋର୍ଟ, ସରକାରଙ୍କୁ ପଚାରିଲେ, ‘ବନ ଅଗ୍ନିଶମ କର୍ମୀ କାହିଁକି…

ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ ଲାଗିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ । ବୁଧବାର ଶୁଣାଣି ବେଳେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ତାଗିଦ କରିଛନ୍ତି । କୋର୍ଟ ସରକାରଙ୍କୁ ପଚାରିଛନ୍ତି କି, ବନ ଅଗ୍ନିଶମ କର୍ମଚାରୀମାନଙ୍କୁ ନିର୍ବାଚନ ଡ୍ୟୁଟିରେ କାହିଁକି ଲଗାଯାଇଥିଲା ?…

ନିର୍ବାଚନ ଡ୍ୟୁଟିକୁ ଯାଉଥିବା ଆସାମ ରାଇଫଲ୍ସ ବସ୍‌ ଦୁର୍ଘଟଣାଗ୍ରସ୍ତ, ଅନେକ ଆହତ

ଲୋକସଭା ନିର୍ବାଚନ ପାଇଁ ୫ମ ପର୍ଯ୍ୟାୟ ମତଦାନ ପାଇଁ ଯାଉଥିବା ପୋଲିସ ବସ୍‌ ଦୁର୍ଘଟଣା ଗ୍ରସ୍ତ । ଆସାମ ରାଇଫଲ୍ସ ଟିମର ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ କେତେକ ଯବାନ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କ ଚିକିତ୍ସା ଏସକେଏମସିଏଚରେ କରାଯାଉଛି । ସୂଚନା…

ନକଲି ଭିଡିଓ ମାମଲା: ପ୍ରମାଣ ଅଭାବରୁ ୟୁଟ୍ୟୁବର ମନୀଷ କାଶ୍ୟପ ନିର୍ଦ୍ଦୋଷରେ ମୁକ୍ତ, ଜେଲରେ ଥିଲେ ୯ ମାସ

ୟୁଟ୍ୟୁବର ତଥା ବିଜେପି ନେତା ମନୀଷ କାଶ୍ୟପଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ନକଲି ଭିଡିଓ ମାମଲାରେ ମନୀଷ କାଶ୍ୟପ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ପାଟନାର ସିଭିଲ କୋର୍ଟ ପ୍ରମାଣ ଅଭାବରୁ ତାଙ୍କ ସମେତ ଦୁଇ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି । ଏକ ନକଲି ଭିଡିଓକୁ ନେଇ ବିହାର ପୋଲିସର ଆର୍ଥିକ…

କେନିଆରେ ୨୬୭ ଜୀବନ ନେଲା ପ୍ରଳୟଙ୍କରୀ ବନ୍ୟା, ଭାରତ ପଠାଇଲା ୪୦ ଟନ୍‌ ରିଲିଫ୍‌ ସାମଗ୍ରୀ

କେନିଆରେ ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା । ଆଫ୍ରିକୀୟ ଦେଶର ୪୭ କାଉଣ୍ଟି ମଧ୍ୟରୁ ୩୮ଟି ପ୍ରଭାବିତ ହୋଇଛି । କେନିଆ ସରକାରଙ୍କ ତଥ୍ୟ ମୁତାବକ, ବିନାଶକାରୀ ବନ୍ୟାରେ ଏ ପର୍ଯ୍ୟନ୍ତ ୨୬୭ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ପାଖାପାଖି ୨,୮୦,୦୦୦ ଲୋକ ବିସ୍ଥାପିତ ହୋଇଛନ୍ତି । ଏହାରି ଭିତରେ…

କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ମାଧବୀ ରାଜେଙ୍କ ଦେହାନ୍ତ, ଦିଲ୍ଲୀ ଏମ୍ସରେ ଚାଲିଥିଲା ଚିକିତ୍ସା

କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ମାଧବୀ ରାଜେ ସିନ୍ଧିଆଙ୍କ ଦେହାନ୍ତ ହୋଇଛି । ଗତ ତିନିମାସ ଧରି ସେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ଥିଲେ । ତାଙ୍କ ଦେହାନ୍ତ ଗ୍ୱାଲିଅର୍ ରାଜ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି । ଅନେକ ଦିନ ଯାଏ ମାଧବୀ ରାଜେ ଭେଣ୍ଟିଲେଟର ସପୋର୍ଟରେ ରହିଥିଲେ…

ରାଜସ୍ଥାନ: HCL ଖଣିରେ ଲିଫ୍ଟ ଦୁର୍ଘଟଣା, ଫସି ରହିଥିବା ସମସ୍ତ ୧୪ ଜଣ ଅଧିକାରୀ ସୁରକ୍ଷିତ ଉଦ୍ଧାର; ୩ ଗୁରୁତର

ରାଜସ୍ଥାନର ଝୁନ୍‌ଝୁନୁରେ ମଙ୍ଗଳବାର ରାତିରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଏଠାରେ ଖେତଡ଼ି ଅଞ୍ଚଳରେ ଥିବା ହିନ୍ଦୁସ୍ତାନ କପର୍‌ ଲିମିଟେଡ୍‌ (HCL)ର କୋଲିହାନ ଖଣିରେ ହଠାତ୍‌ ଲିଫ୍ଟଟି ଭାଙ୍ଗି ପଡ଼ିଥିଲା । ଫଳରେ କୋଲକାତାରୁ ଆସିଥିବା ଭିଜିଲାନ୍ସ ଟିମ୍‌ ସମେତ ୧୪ ଜଣ ଅଧିକାରୀ ଏହା ଭିତରେ…

ଗୁଜରାଟ: ନର୍ମଦା ନଦୀରେ ବୁଡିଗଲେ ପରିବାରର ୮ ଜଣ, ୭ ନିଖୋଜ

ଗୁଜରାଟରେ ନର୍ମଦା ନଦୀରେ ଭାସିଗଲେ ଗୋଟିଏ ପରିବାରର ୮ ଜଣ । ଗୁଜରାଟର ବଡୋଦରା ସ୍ଥିତ ପୋଇଚା ମନ୍ଦିର ଦର୍ଶନ ପୂର୍ବରୁ ନର୍ମଦା ନଦୀରେ ଗାଧୋଇବା ପାଇଁ ଯାଇଥିଲେ । ହେଲେ ୮ ଜଣ ଭାସି ଯାଇଥିଲେ । ତେବେ ଭାସିଯାଇଥିବା ସମସ୍ତ ପିଲା ନାବାଳକ ବୋଲି ଜଣାପଡିଛି । ପ୍ରଶାସନ ପକ୍ଷରୁ ବୁଡାଳି ଏବଂ…