Browsing Category

ଦେଶ ବିଦେଶ

ଶହିଦଙ୍କ ଝିଅ ବାହାଘରରେ ହଠାତ୍‌ ପହଁଚିଲେ ଯବାନ୍‌, ଟଙ୍କା ଆସବାବପତ୍ର ଦେଇ କଲେ କନ୍ୟାଦାନ

ବେଦୀକୁ ଯିବା ପୂର୍ବରୁ କାନ୍ଦୁଥିଲା ଝିଅ । ବାପା ବାପା କହି ଝୁରି ହେଉଥିଲା ଝିଅ । ବାପା ନାହାଁନ୍ତି ମୋର କିଏ ବାହାଘର କରିବ କହି କାନ୍ଦୁଥିଲା, ବେଦିକୁ ଯାଉନଥିଲା । ହଠାତ୍‌ ପହଁଚିଲେ ୨୦-୩୦ ଜଣ ଯବାନ, ଆଉ ବଦଳିଗଲା ଝିଅର ମନ । ହଁ ଏ ଯବାନ ମାନଙ୍କ ପାଖରେ ଆଜି ସମସ୍ତଙ୍କ ମଥା ନଇଁଯାଇଛି ।…

ରାଘବ ଚଢ଼ାଙ୍କୁ ପଳାତକ ବିଜୟ ମାଲ୍ୟାଙ୍କ ସହ ତୁଳନା, ୟୁଟ୍ୟୁବ୍‌ ଚ୍ୟାନେଲ ବିରୋଧରେ ମାମଲା ରୁଜୁ କଲା ପଞ୍ଜାବ ପୋଲିସ

ପଞ୍ଜାବ ପୋଲିସ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ବିରୋଧରେ ମାମଲା ରୁଜୁ କରିଛି । ସମ୍ପୃକ୍ତ ଚ୍ୟାନେଲ ଆମ୍ ଆଦମୀ ପାର୍ଟି (ଏଏପି)ର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ତୁଳନା କରିଥିବା ଅଭିଯୋଗ ହୋଇଛି । ଚଢ଼ାଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାରିତ କରିବା…

ବିଜେପି ସାଂସଦ ଭି ଶ୍ରୀନିବାସଙ୍କ ପରଲୋକ, ପ୍ରଧାନମନ୍ତ୍ରୀ ପ୍ରକାଶ କଲେ ଶୋକ

ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି ଶ୍ରୀନିବାସ ପ୍ରସାଦଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ତେବେ ମଲ୍ଟି ଅର୍ଗାନ ଫେଲୟୋର ହେବାରୁ…

ଦିଲ୍ଲୀ: ପ୍ରଗତି ମୈଦାନ ଟନେଲ୍‌ରେ ଭୟଙ୍କର ଦୁର୍ଘଟଣା, ଡିଭାଇଡର୍‌ ସହ ଧକ୍କା ହୋଇ ଚାଲିଗଲା ପୋଲିସ ଏସ୍‌ଆଇଙ୍କ ଜୀବନ

ଦିଲ୍ଲୀର ପ୍ରଗତି ମୈଦାନ ଟନେଲ୍‌ରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଏଠାରେ ଡିଭାଇଡର ସହ ଧକ୍କା ହୋଇ ଜଣେ ପୋଲିସ ସବ୍‌ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ପୋଲିସ ଏସ୍‌ଆଇ ଡିଭାଇଡର ସହ ଧକ୍କା ହେବା ପରେ ରାସ୍ତା ଉପରେ…

ଆମେଠିରେ ସ୍କୁଟିରେ ବୁଲି ବୁଲି ପ୍ରଚାର କରୁଛନ୍ତି ସ୍ମୃତି ଇରାନୀ, ଆଜି ଭରିବେ ନାମାଙ୍କନ

ଲୋକସଭା ନିର୍ବାଚନ ପାଇଁ ସବୁଦଳର ନେତା ପ୍ରଚାର ପାଇଁ ଲାଗିପଡିଛନ୍ତି । ଏହାରି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଶାଢି ପିନ୍ଧି ହେଲମେଟ ଲଗାଇ ସ୍କୁଟିରେ ପ୍ରଚାର କରୁଥିବାର ନଜର ଆସିଛନ୍ତି । ୪୮ ବର୍ଷୀୟ ସ୍ମୃତି ଇରାନୀ ଲୋକଙ୍କ ସହିତ ସେଲଫି ନେଉଥିବାର ନଜର ଆସିଛନ୍ତି । ଏହାସହିତ…

ଭାଇରାଲ ହେଉଛି ଅମିତ୍‌ ଶାହଙ୍କ ଭାଷଣର ନକଲି ଭିଡିଓ, ଅଭିଯୋଗ ପରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ଲୋକସଭା ନିର୍ବାଚନ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭାଷଣର ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍‌ ମାଲବୀୟ ଏହି ଭିଡିଓକୁ ନେଇ ତେଲେଙ୍ଗାନା କଂଗ୍ରେସକୁ କଡ଼ା ଟାର୍ଗେଟ କରିଛନ୍ତି । ସେ ‘X’ରେ ଏ ନେଇ ଏକ ପୋଷ୍ଟ କରିଛନ୍ତି । ଏଥିରେ…

ଲିଭୁନି ନୈନିତାଲ ଜଙ୍ଗଲର ନିଆଁ, ଲୋକଙ୍କଠାରୁ ସହାୟତା ଲୋଡ଼ିିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଜଳୁଛି ନୈନିତାଲ । ଉତ୍ତରାଖଣ୍ଡର ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନାହିଁ । ଲଗାତାର ଦ୍ୱିତୀୟ ଦିନ ଭାରତୀୟ ବାୟୁସେନା ନିଆଁ ଲିଭାଇବାରେ ସାହାଯ୍ୟ କରିଛି । ରବିବାର ଏଠାରେ ନିଆଁ ଲାଗିବାର ୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ବାୟୁସେନାର MI-17 V5 ହେଲିକପ୍ଟର ନିଆଁ ଲିଭାଇବାରେ…

କାର୍‌କୁ ପଛରୁ ପିଟିଲା ବୋଲେରୋ; ୯ ମୃତ, ୨୩ ଆହତ

ଛତିଶଗଡ଼ (କେନ୍ୟୁଜ) : ଛତିଶଗଡର ବମତରାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବୋଲେରୋ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୩ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ଛୁଆ ଅଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ…

ଉନ୍ନାଓରେ ଭୟଙ୍କର ସଡ଼କ ଦୁର୍ଘଟଣା, ୬ ମୃତ ୧୫ରୁ ଉର୍ଦ୍ଧ୍ୱ ଆହତ

ଉତ୍ତରପ୍ରଦେଶରେ ଉନ୍ନାଓରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉନ୍ନାଓ ହାର୍ଦ୍ଦିକ ରାସ୍ତାର ସଫିପୁର କୋଟୱାଲୀ ଅଞ୍ଚଳର ଜମାଲଦିପୁର ନିକଟରେ ଘଟିଛି ଏହି ଦୁର୍ଘଟଣା । ଆଗରୁ ଆସୁଥିବା ଏକ ଟ୍ରକ୍ ବାଙ୍ଗରମାଉ ଅଭିମୁଖେ ଯାତ୍ରୀମାନଙ୍କୁ ନେଇ ଏକ ଘରୋଇ ବସ୍ ଉପରେ ଧକ୍କା ଦେଇଥିଲା। ଏହି କାରଣରୁ ବସ୍ରେ…

ଗୁଜରାଟ ତଟରେ ବଡ଼ ଅପରେସନ, ୬୦୨ କୋଟି ମୂଲ୍ୟର ଡ୍ରଗ୍ସ ସହ ୧୪ ପାକିସ୍ତାନୀ ନାଗରିକ ଗିରଫ

ଗୁଜରାଟ ଉପକୂଳରୁ ଜବତ ହୋଇଛି ୮୬ କିଲୋଗ୍ରାମ୍‌ ଡ୍ରଗ୍ସ । ଏକ ମିଳିତ ଅପରେସନ୍ ମାଧ୍ୟମରେ ଆତଙ୍କବାଦ ବିରୋଧୀ ସ୍କ୍ଵାଡ୍‌ (ATS) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଏତେ ପରିମାଣର ଡ୍ରଗ୍ସ ଜବତ କରିଛନ୍ତି । ବଜାରରେ ଏହାର ମୂଲ୍ୟ ପାଖାପାଖି ୬୦୨ କୋଟି ଟଙ୍କା ହେବ ବୋଲି ଆକଳନ…

ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ, ରାଜା ମହାରାଜଙ୍କ ଅତ୍ୟାଚାର ଉପରେ ଟିପ୍ପଣୀ କରିଥିଲେ ରାହୁଲ

ଏଥର ନୂଆ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ଟାର୍ଗେଟ । ରାହୁଲ ରାଜା ମହାରାଜାଙ୍କ କଥା କହୁଛନ୍ତି । ହେଲେ ମୁସଲିମ ଶାସକଙ୍କ ଅତ୍ୟାଚାର ଉପରେ ମୁହଁ ଖୋଲୁ ନାହାନ୍ତି । କଂଗ୍ରେସର ଏହା ଭୋଟ ବ୍ୟାଙ୍କ ପଲିଟିକ୍ସ ବୋଲି କହିଛନ୍ତି ମୋଦି । କର୍ଣ୍ଣାଟକ ବେଲାଗାଭିରେ ନିର୍ବାଚନ ପ୍ରଚାର…

ବିହାର: ସୁରକ୍ଷାକର୍ମୀଙ୍କୁ ନେଇ ନିର୍ବାଚନ ଡ୍ୟୁଟିକୁ ଯାଉଥିଲା ବସ୍‌, ଟ୍ରକ୍‌ ସହ ଧକ୍କାରେ ୩ ଯବାନ ସହିଦ

ବିହାରର ଗୋପାଳଗଞ୍ଜରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ପୋଲିସ ବସ୍‌ ଦୁର୍ଘଟଣାର ଶିକାର ହୋଇଛି । ବସ୍‌ ଓ ଟ୍ରକ୍‌ ମଧ୍ୟରେ ଭୀଷଣ ଧକ୍କାରେ ଡ୍ରାଇଭରଙ୍କ ସମେତ ୩ ଜଣ ଯବାନ ସହିଦ ହୋଇଛନ୍ତି । ୧୨ରୁ ଅଧିକ ଯବାନ ଏଥିରେ ଆହତ ହୋଇଥିବା ସୂଚନା…