Browsing Category

ଦେଶ ବିଦେଶ

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ, ଚାଉନା ମୀନ ହେଲେ ଉପମୁଖ୍ୟମନ୍ତ୍ରୀ

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି ପେମା ଖାଣ୍ଡୁ । ରାଜ୍ୟରେ ବିଜେପି ତୃତୀୟ ଥର ପାଇଁ ସରକାର ଗଢ଼ିଛି । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚାଉନା ମୀନ । ଖାଣ୍ଡୁଙ୍କ ସହ ମୋଟ ୧୧ ଜଣ ନେତା ମନ୍ତ୍ରୀ ପଦର ଶପଥ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରେ…

ଆଇସ୍‌କ୍ରିମ୍‌ ଭିତରୁ ବାହାରିଲା ମଣିଷ ଆଙ୍ଗୁଠି, ଅନ୍‌ଲାଇନ ଅର୍ଡର କରିଥିଲେ ଡାକ୍ତରାଣୀ

ଆଇସକ୍ରିମ ଭିତରୁ ବାହାରିଲା ମଣିଷର କଟା ଆଙ୍ଗୁଠି । ମୁମ୍ବାଇର ଜଣେ ମହିଳା ଡାକ୍ତର ଖାଇବା ପାଇଁ ଅନଲାଇନରେ ଆଇସକ୍ରିମ ଅର୍ଡର କରିଥିଲେ । ହେଲେ ଏହାକୁ ଖୋଲି ଖାଇବାକୁ ଯିବା ବେଳକୁ ସେଥିରୁ ବାହାରିଥିଲା ଏକ କଟା ଆଙ୍ଗୁଠି । ଡାକ୍ତରାଣୀ ଜଣକ ତୁରନ୍ତ ଏ ନେଇ ପୋଲିସକୁ ଖବର ଦେଇଥିଲେ ।…

ଡୋଡା ଆଟାକ୍‌: ୪ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର

ଜମ୍ମୁ-କାଶ୍ମୀରର ରିୟାସୀ, କଠୁଆ ଏବଂ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜମ୍ମୁ ପୋଲିସ ୪ ଆତଙ୍କୀଙ୍କ ସ୍କେଚ୍‌ ଜାରି କରିଛି । କୁହାଯାଉଛି ଯେ ଏହି ଆତଙ୍କବାଦୀମାନେ ଡୋଡା ଜିଲ୍ଲାର ଭଦ୍ରଓ୍ଵାହ, ଥାଥରି ଓ ଗଣ୍ଡୋହର ଉପର ଅଞ୍ଚଳରେ ସକ୍ରିୟ ରହିଛନ୍ତି । ଜମ୍ମୁ-କାଶ୍ମୀର ପୋଲିସ ଏହି…

ଆଜିଠୁ ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାର୍ଷିକ ଜି-୭ ଶିଖର ସମ୍ମିଳନୀରେ ନେବେ ଭାଗ

ଆଜିଠୁ ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାର୍ଷିକ ଜି-୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ଇଟାଲୀ ଗସ୍ତ କରିଛନ୍ତି । ଏହି ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତକୁ ଏକ ଆଉଟ୍‌ରିଚ୍‌ ଦେଶ ରୂପେ ଆମନ୍ତ୍ରଣ କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟ…

NEETର ୧,୫୬୩ ଛାତ୍ରଛାତ୍ରୀଙ୍କୁ ମିଳିଥିବା ଗ୍ରେସ୍‌ ମାର୍କ ହେବ ରଦ୍ଦ, ପୁଣିଥରେ ଦେବାକୁ ପଡ଼ିବ ପରୀକ୍ଷା

ମେଡିକାଲ୍ ପ୍ରବେଶିକା ପରୀକ୍ଷା (NEET)ରେ ୧,୫୬୩ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ଗ୍ରେସ୍‌ ମାର୍କ ରଦ୍ଦ ହେବ । କେନ୍ଦ୍ର ଏହି ସୂଚନା ସୁପ୍ରିମକୋର୍ଟଙ୍କୁ ଦେଇଛନ୍ତି । NEETର ଏହି ସମସ୍ତ ୧,୫୬୩ ପ୍ରାର୍ଥୀଙ୍କ ସ୍କୋରକାର୍ଡକୁ ରଦ୍ଦ କରାଯିବ । ଗୁରୁବାର କୋର୍ଟଙ୍କୁ ଦିଆଯାଇଥିବା ବିବୃତ୍ତିରେ…

ରାଜସ୍ଥାନରୁ ଚୋରା ଚାଲାଣ କରି ଅଣାଯାଇଥିବା ୧୯ ଓଟ ଜବତ, ୪ ଆନ୍ତଃରାଜ୍ୟ ବେପାରୀ ଗିରଫ

ବିହାରର ଗୋପାଳଗଞ୍ଜରେ ଓଟ ଚୋରା ଚାଲାଣ କରୁଥିବା ଏକ ବଡ଼ ର‍୍ୟାକେଟ୍‌ ଧରାପଡ଼ିଛି । ପୋଲିସ ଏଠାରେ ଚଢ଼ାଉ କରି ରାଜସ୍ଥାନରୁ ଅଣାଯାଇଥିବା ୧୯ ଓଟଙ୍କୁ ଜବତ କରିଛି । ଏହି ଓଟମାନେ ହେଉଛନ୍ତି ରାଜସ୍ଥାନର ବିଲୁପ୍ତ ପ୍ରଜାତିର । ଏମାନଙ୍କୁ କଣ୍ଟେନରରେ ଲଦି ନିଆଯାଉଥିଲା । ଜବତ ଓଟମାନଙ୍କ ମୂଲ୍ୟ…

ଆମେରିକା: ଫୁଡ୍‌ କୋର୍ଟରେ ୩ ଜଣଙ୍କୁ ଆଖିବୁଜା ଗୁଳି, ପୋଲିସ କାର୍ଯ୍ୟାନୁଷ୍ଠାନରେ ବନ୍ଧୁକଧାରୀ ଆହତ

ଆମେରିକାର ଅଟଲାଣ୍ଟା ସହରରେ ଏକ ଫୁଡ୍‌ କୋର୍ଟରେ ଭୟଙ୍କର ଗୁଳିକାଣ୍ଡ ଘଟିଛି । ଏଠାରେ ମଙ୍ଗଳବାର ଅପରାହ୍ନରେ ଏକ ବନ୍ଧୁକଧାରୀ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇଥିଲେ । ଏହି ଘଟଣାକୁ ନେଇ ଫୁଡ୍‌ କୋର୍ଟ ପରିସରରେ ଆତଙ୍କର ବାତାବରଣ ଖେଳିଯାଇଥିଲା । ଏହି ଘଟଣା ଅପରାହ୍ନ ସମୟର । ବନ୍ଧୁକଧାରୀ…

କୁଏତ୍‌: ଶ୍ରମିକ ରହୁଥିବା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ; ୪୦ ଭାରତୀୟ ମୃତ, ୫୦ରୁ ଅଧିକ ଆହତ

କୁଏତ୍‌ର ଦକ୍ଷିଣ ସହର ମଙ୍ଗାଫ୍‌ରେ ବୁଧବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଏକ ବିଲ୍ଡିଂରେ ନିଆଁ ଲାଗି ୪୦ ଭାରତୀୟଙ୍କ ମୃତ୍ୟୁ ହୋଇଛି । ବିଲ୍ଡିଂରେ ବହୁ ସଂଖ୍ୟାରେ ମାଲାୟାଲମ୍‌ ଲୋକ ରହୁଥିଲେ, ଯେଉଁମାନେ କି, ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ମୃତକମାନଙ୍କ ମଧ୍ୟରେ ୨ ଜଣ…

ଜମ୍ମୁ-କାଶ୍ମୀର: କଠୁଆ ଏନ୍‌କାଉଣ୍ଟରରେ ଆଉ ଜଣେ ଆତଙ୍କୀ ସଫା, ବ୍ୟାଗ୍‌ରୁ ମିଳିଲା ପାକିସ୍ତାନୀ ଚକୋଲେଟ୍‌

ଜମ୍ମୁ-କାଶ୍ମୀରର କଠୁଆରେ ପୁଣି ଜଣେ ଆତଙ୍କୀ ସଫା । ଏଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଜଣେ ଆତଙ୍କୀ ନିପାତ ହୋଇଥିବା ସୂଚନା ରହିଛି । ଏହି ଏନ୍‌କାଉଣ୍ଟରରେ ଏ ପର୍ଯ୍ୟନ୍ତ ୨ ଜଣ ଆତଙ୍କବାଦୀଙ୍କୁ ମରାଯାଇ ସାରିଲାଣି । ଅଞ୍ଚଳରେ ସର୍ଚ୍ଚ ଅପରେସନକୁ…

ଭାରତ ଠାରୁ ପାକିସ୍ତାନ ମ୍ୟାଚ ହାରିବା ପରେ ଲୋକଙ୍କ କମେଣ୍ଟ ନେଉଥିଲେ ୟୁଟ୍ୟୁବର, ରାଗରେ ଗୁଳି କରିଦେଲେ ସିକ୍ୟୁରିଟି…

ଭାରତ-ପାକିସ୍ତାନ ମଧରେ ଜୁନ୍‌ ୯ ତାରିଖ ନ୍ୟୁୟର୍କରେ ଟି୨୦ ବିଶ୍ୱକପ ମ୍ୟାଚ ଖେଳାଯାଇଥିଲା । ଭାରତ ଏହି ମ୍ୟାଚକୁ ୬ ରନରେ ରୋମାଂଚକ ବିଜୟ ପାଇଥିଲା । ଏହି ମ୍ୟାଚ ପରେ ପାକିସ୍ତାନୀ ଫ୍ୟାନ୍ସ ପୁଣି ଥରେ ନିରାଶ ହୋଇଯାଇଥିଲେ । ତେବେ ଏହି ମ୍ୟାଚ ସମୟରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ…

ପଶ୍ଚିମବଙ୍ଗରେ ୪ ବର୍ଷର ଝିଅକୁ ବାର୍ଡ ଫ୍ଲୁ, ସତର୍କ କଲା WHO

ବିଶ୍ୱର ଅନେକ ଦେଶରେ ବାର୍ଡ ଫ୍ଲୁ ମାମଲା ବଢ଼ି ଚାଲିଛି । ଆମେରିକାରୁ ନେଇ ୟୁରୋପ ପର୍ଯ୍ୟନ୍ତ ସବୁଠି ଏହି ରୋଗ ବ୍ୟାପିବାରେ ଲାଗିଛି । ଏହାରି ଭିତରେ ଭାରତରେ ବାର୍ଡ ଫ୍ଲୁ ଭାଇରସ୍‌ ମଣିଷଠାରେ ପହଞ୍ଚିଗଲାଣି । ଦେଶର ପଶ୍ଚିମବଙ୍ଗରେ ଜଣେ ୪ ବର୍ଷର ଶିଶୁ କନ୍ୟା ଏହି ଭାଇରସ୍‌ରେ ଆକ୍ରାନ୍ତ…

ବିଦେଶିନୀଙ୍କୁ ୩୦୦ ଟଙ୍କାର ଗହଣା ବିକି ୬ କୋଟି ଠକି ନେଲା ଜୁଏଲାରୀ ଦୋକାନୀ, ଦୂତାବାସ ସହାୟତା ଲୋଡିଲେ ଆମେରିକା…

ଠକାମୀର ଶିକାର ହୋଇଛନ୍ତି ବିଦେଶୀ ମହିଳା । ଜଣେ ଜୁଏଲାରୀ ଦୋକାନୀ ଆମେରିକାର ଜଣେ ମହିଳାଙ୍କୁ ନକଲି ଗହଣା ବିକି ୬ କୋଟି ଟଙ୍କା ହଡପ କରିଛନ୍ତି । ଜୁଏଲାରୀ ଦୋକାନୀ ରୁପା ଚେନରେ ସୁନା ପାଣି ପିଆଇ ଏବଂ ମାତ୍ର ୩୦୦ ଟଙ୍କାର ଷ୍ଟୋନକୁ ଲକ୍ଷ ଲକ୍ଷ ଟଙ୍କାର ହୀରା କହି ବିକ୍ରି କରିଛନ୍ତି ।…