Below header
Browsing Category

ରାଜ୍ୟ

ନବବଧୂକୁ ଜାଳି ଦେଲେ ଶଶୁର ଘର ଲେକେ, ଅଭିଯୋଗ ଆଣିଲେ ଝିଅ ପରିବାର ଲୋକ

ଲମତାପୁଟ: ବିବାହକୁ ମାତ୍ର ଦୁଇ ମାସ ହୋଇଛି । କାନ୍ଥରୁ ଲିଭିନି ବାହା ଚିତା । ଲେଖାଯାଇଛି ପ୍ରଭାସ ସହିତ ଶିବାନୀ । ହାତରେ ମେହେନ୍ଦୀ, ପାଦରେ ଅଳତା, ସିନ୍ଥିରେ ସିନ୍ଦୂର ପିନ୍ଧି ବେଦୀରେ ସାତ ଘେରା ନେଇ ସାତ ଜନ୍ମ ପାଇଁ ଜୀବନସାଥି ରୂପେ ପାଇ ନବବଧୂ ସାଜି ଆସିଥିଲେ ଶାଶୂଘର । କେତେ…

ରାତିର ଅନ୍ଧକାରରେ ଦେଖାଇଲେ ଗୁଣ୍ଡାରାଜ୍‌, ଭାଙ୍ଗିଲେ ଗାଡି ମଟର ଆଉ ବେଲଚା ଉଠାଇ ମନଇଚ୍ଛା ମାରିଚାଲିଲେ

ଚୌଦାର ( କେନ୍ୟୁଜ) : ଚୁପି ଚୁପି ଆସିଲେ, ଗୁଣ୍ଡାଗର୍ଦ୍ଦି କଲେ । ରାତିର ଅନ୍ଧକାରରେ ଦେଖାଇଲେ ଗୁଣ୍ଡାରାଜ୍‌ । ଆତଙ୍କ ଖେଳାଇଲେ, ଭାଙ୍ଗିଲେ ଗାଡି ମଟର ଆଉ ବେଲଚା ଉଠାଇ ମନଇଚ୍ଛା ମାରିଚାଲିଲେ । ଜାତୀୟ ରାଜପଥ କଡରେ ରାତିରେ କଏଦ ହୋଇଛି ଏହି ଚିତ୍ର । ରାଜପଥ କଡରେ ଦଉଡା ଦଉଡି ହୋଇ…

ଆଉ ନାହିଁ ରିଲ୍ସ କରୁଥିବା ଭୂମି

ଭୁବନେଶ୍ୱର : ମା' ମା’ ମା’ ଟିକେ ପାଣି ଦେଲୁ ପିଇଵି, ପାଣି ପିଇବା ପରେ କୁନି ଝିଅଟି କହିଗଲା ମା' ଯାଉଛି, ସାଇକେଲ ଚଲେଇ ଆସିଲେ ଟିଉସନ ଯିବି । କିନ୍ତୁ ଯାଇଛି ଯେ ଯାଇଛି ଆଉ ଫେରୁନି ଭୂମି । କିଛି ସମୟ ପରେ ଗାଁ ଦାଣ୍ଡରେ ଶୁଭିଲା ଲୋକଙ୍କ ହୋହାଲ୍ଲା । କଣ ହେଲା ବୋଲି ମା ' ଟି ଯାଇ ଦେଖେ…

ଗିରଫ ହେଲେ ଶିବଶଙ୍କର ଦାସ, ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲା

ବ୍ରହ୍ମପୁର : ଗିରଫ ହେଲେ ଶିବଶଙ୍କର ଦାସ । ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ହେଲେ ଗିରଫ । ଗତକାଲି ରାତିରେ ବିଜେପି ସାଂସଦ ପ୍ରାର୍ଥୀଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର । ଆକ୍ରମଣ ପରେ ତାଙ୍କୁ ଥାନାରେ ଅଟକ ରଖିଥିଲା ପୋଲିସ । ଆକ୍ରମଣରେ…

ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ ୧୬ରେ

ଭୁବନେଶ୍ବର : ୧୬ରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ରୋଡ ସୋ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗଙ୍ଗନଗର ଛକରୁ ରୋଡ ସୋ ବାହାରି LIC ଅଫିସ, ଗୋପବନ୍ଧୁ ଛକ, ଡିଏଭି ଛକ, ନୂଆସାହି , ବେହେରା ସାହି, ନିକୋ ପାର୍କ ଛକ ,…

ରାଜଧାନୀରେ ପୋଲିସର ଫ୍ଲାଗମାର୍ଚ୍ଚ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଫ୍ଲାଗମାର୍ଚ୍ଚ

ଭୁବନେଶ୍ବର : ରାଜଧାନୀରେ ପୋଲିସର ଫ୍ଲାଗମାର୍ଚ୍ଚ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଛି କମିସନରେଟ ପୋଲିସ । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ୟୁନିଟ -୬ ଅଞ୍ଚଳର ଗୋପବନ୍ଧୁ ଛକ, ଗଙ୍ଗନଗର ଛକ ଓ ବିଭିନ୍ନ ବସ୍ତି ଏବଂ ୟୁନିଟ - ୮…

ସ୍ୱାମୀଙ୍କୁ ଦେଖାଇଛନ୍ତି ଆଗକୁ ବଢ଼ିବାର ବାଟ, ଗୋଟେ ହାତ ନାହିଁ ହେଲେ ଅଷ୍ଟଭୂଜା ଭଳି ସାହସ ଅଛି ତାଙ୍କ ହାତରେ

ନୟାଗଡ (କେନ୍ୟୁଜ): ୟାକୁ ହିଁ କୁହନ୍ତି ଅର୍ଦ୍ଧାଙ୍ଗିନୀ । ସ୍ୱାମୀକୁ କେବେବି ସେ ଦିବ୍ୟାଙ୍ଗ ବୋଲି ଅନୁଭୂତ କରାଇନାହାଁନ୍ତି । ସ୍ୱାମୀଙ୍କୁ ଦେଖାଇଛନ୍ତି ଆଗକୁ ବଢ଼ିବାର ବାଟ । ସ୍ୱାମୀଙ୍କୁ ଉଚିତ ମାର୍ଗ ଦେଖାଇ ଉଭୟ ସାଥି ହୋଇ ଆଜି ନିଜ ଅଭାବକୁ ପୂରା କରିଛନ୍ତି । ହଁ ଆଜି ଏମିତି ଜଣେ…

ସୂର୍ଯ୍ୟନଗରରେ ଇନକମ ଟ୍ୟାକ୍ସ ବିଭାଗର ରେଡ୍ ,ଗାଡ଼ି ଭିତରୁ ମିଳିଲା ପାଞ୍ଚ କୋଟି ଟଙ୍କା

ଭୁବନେଶ୍ୱର : ଭୁବନେଶ୍ୱର ସୂର୍ଯ୍ୟନଗରରେ ଇନକମ ଟ୍ୟାକ୍ସ ବିଭାଗର ବଡ ରେଡ୍ | ଗାଡ଼ି ଭିତରୁ ମିଳିଲା ପାଞ୍ଚ କୋଟି ଟଙ୍କା ନଗଦ କ୍ୟାସ୍ | ଏକ ଫର୍ଚୁନର ଗାଡ଼ିରେ କ୍ୟାସ ନେଇ ଯାଉଥିବା ବେଳେ ମାଡ଼ିବସିଲା ଆୟକର ବିଭାଗ | ଯାଜପୁର ଅଂଚଳର କଣ୍ଟ୍ରାକ୍ଟରଙ୍କ ଗାଡ଼ିରୁ ମିଳିଛି ଏହି ଟଙ୍କା |…

ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣା: ୨ମୃତ

ମାଲାକନଗିରି (କେନ୍ୟୁଜ): ମାଲାକନଗିରି ଜିଲ୍ଲା ମାଥିଲିରେ ଅଘଟଣ । ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କର ମୃତ୍ୟୁ ହୋଇଛି । ମୃତ ଶିକ୍ଷକ ବଣ୍ଡାଘାଟି ବନ୍ଧଗୁଡାର ଇନ୍ଦ୍ରଜିତ୍ କିର୍ସାନୀ । ନିର୍ବାଚନ କାମରେ ଯୋଗ ଦେବାକୁ ନିକଟସ୍ଥ ପୋଲିଂ ବୁଥକୁ…

ଡକାୟତି ଯୋଜନା କରୁଥିବା ବେଳେ ମାଡି ବସିଲା ପୋଲିସ୍, ୫ଗିରଫ

ଅନୁଗୋଳ(କେନ୍ୟୁଜ): ଦିନକୁ ଦିନ ବଢ଼ିଚାଲିଛି ଏହି ଲୁଟେରାଙ୍କ ଉତ୍ପାତ । ରାଜ୍ୟରେ ଖେଳାଇଛନ୍ତି ଆତଙ୍କ । କାହାରିକୁ ଭୟ ନ କରି ନିଜର ଆତଙ୍କରାଜ୍‌ ଚଳାଇଛନ୍ତି ଲୁଟେରା ମାନେ। ନୂଆ ନୂଆ କୌଶଳ ଆପଣାଉଛନ୍ତି ଆଉ ଲୁଟ୍ କରି ଚମ୍ପଟ ମାରୁଛନ୍ତି । ଦିନରେ ସବୁ ଆଡ ବୁଲି ରଖୁଛନ୍ତି ନଜର । ଆଉ ରାତି…

ରେଳଧାରଣାରୁ ଏବିଡିଓଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ସମ୍ପର୍କୀୟ ଲୋକେ

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲ୍ଲା ହରିଚନ୍ଦନପୁର ରେଳ ଷ୍ଟେସନ ନିକଟ ଧାରଣା ଉପରୁ ହରିଚନ୍ଦନପୁର ବ୍ଲକ ଏବିଡିଓ ବିଧୂଷଣ ଜେନାଙ୍କ ମୃତଦେହ ଉଦ୍ଧାର ହୋଇଛି । ସୋମବାର ସକାଳୁ ତାଙ୍କ ମୃତଦେହ ରେଳ ଧାରଣା କଡରେ ପଡିଥିବା ଦେଖାଯାଇଥିଲା । କେବଳ ତାଙ୍କ ମୁଁହରେ ପଥର ଅଥବା ଅନ୍ୟାନ୍ୟ କୌଣସି…

ଆସୁଛନ୍ତି ରାହୁଲ ଓ ଶାହ, ଓଡ଼ିଶାରେ କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଓଡ଼ିଶା ଆସିବେ ରାହୁଲ, ଶାହ । ଭୁବନେଶ୍ବରରେ ପହଞ୍ଚିବା ପରେ ବଲାଙ୍ଗୀର ଅଭିମୁଖେ ଯିବେ ରାହୁଲ ଗାନ୍ଧୀ । ବଲାଙ୍ଗିର ଆସନ ବଜାୟ ରଖିବାକୁ କଂଗ୍ରେସ ଜୋରଦାର ପ୍ରୟାସ ଜାରି ରଖିଛି । କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ବାପା ତଥା ବିଧାୟକ ନରସିଂହ…