Below header
Browsing Category

ରାଜ୍ୟ

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଉଦ୍ୟୋଗପତିଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ : ଆସନ୍ତା ୮ ତାରିଖରେ ମୁମ୍ବାଇ ଯିବେ…

ଭୁବନେଶ୍ବର : ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌- ୨୦୧୮ ପାଇଁ ପ୍ରଚାର ଆରମ୍ଭ ହୋଇଛି । ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ପାଇଁ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୮ ତାରିଖରେ ବିଭିନ୍ନ କମ୍ପାନୀ ଓ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ ।  ଓଡ଼ିଶାରେ ବ୍ୟବସାୟ ପାଇଁ ଥିବା…

ଢେଙ୍କାନାଳ କାମାକ୍ଷାନଗର କଲେଜରେ ବୋମାମାଡ଼

ଢେଙ୍କାନାଳ : କାମାକ୍ଷାନଗର କଲେଜରେ ବୋମାମାଡ଼ । ବୋମାମାଡ଼ରେ ଜଣେ ଛାତ୍ର, ଜଣେ ଅଣଛାତ୍ର ଗୁରୁତର ହୋଇଛନ୍ତି । ୫ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ଼ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କୋରାପୁଟ ମେଡିକାଲ କଲେଜରେ ପାରା ମେଡିକାଲ କର୍ମଚାରୀଙ୍କ ଧାରଣା

କୋରାପୁଟ : ମେଡିକାଲ କଲେଜରେ ପାରା ମେଡିକାଲ କର୍ମଚାରୀଙ୍କ ଧାରଣା । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ ପରିସରରେ ସେମାନେ ଧାରଣାରେ ବସିଛନ୍ତି । ଅଭିଯୋଗ ହୋଇଛି, ପାରା ମେଡିକାଲ୍ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି ଜିଲ୍ଲାପାଳ । ପ୍ରତିବାଦରେ ସେମାନେ…

କେନ୍ଦ୍ରାପଡ଼ା ନିରାମୟ ଔଷଧ ବିତରଣ କେନ୍ଦ୍ରରେ ଅଗ୍ନିକାଣ୍ଡ : ଜଳିଗଲା ବହୁ ଔଷଧ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

କେନ୍ଦ୍ରାପଡ଼ା : ନିରାମୟ ଔଷଧ ବିତରଣ କେନ୍ଦ୍ରରେ ନିଆଁ । ଜଳିଗଲା ବହୁ ଔଷଧ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଆଁ ଲାଗି ଯାଇଥିଲା । ଫଳରେ ନିରାମୟ କେନ୍ଦ୍ରର କମ୍ପୁଟର, ଆସବାବପତ୍ର ଜଳି…

ନୟାଗଡ଼ରେ ସିରିଜ୍‌ ଦୁର୍ଘଟଣା : ୫ ଜଣ ଆହତ, ଭାଙ୍ଗିଗଲା ୨ଟି ବାଇକ୍‌

ନୟାଗଡ଼ : ସିରିଜ୍ ଦୁର୍ଘଟଣା । ଭୁବନେଶ୍ୱରରୁ ବୌଦ୍ଧ ଯାଉଥିବା ଏକ ଘରୋଇ ବସ୍ ଦୁର୍ଘଟଣା ଘଟାଇଛି । ବସଟି ଦ୍ରୁତ ଗତିରେ ଯାଉଥିବାରୁ ଖଣ୍ଡପଡ଼ା ଥାନା ବାହାଡା ଛକର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇଥିଲା । ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ୨ଟି ବାଇକ୍ ଭାଙ୍ଗି ଯାଇଛି । ସ୍ଥାନୀୟ ଲୋକେ ବସ୍କୁ…

ସ୍କିଲ୍ ମ୍ୟୁଜିୟମର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ : ଖୋଲିଲା ଦକ୍ଷତା ସଂଗ୍ରହାଳୟ । ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଏହାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ହେଉଛି ଦେଶର ପ୍ରଥମ ଦକ୍ଷତା ସଂଗ୍ରହାଳୟ । ଆଇଟିଆଇ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ ଓ ସମ୍ଭାବନା ବୃଦ୍ଧି ଦିଗରେ ଏହା ଏକ ଅଗ୍ରଣୀ ଚିନ୍ତାଧାରା ।…

ଶୁଖୁନି ମାଆ ଆଖିରୁ ଲୁହ : ତିନି ଦିନ ହେଲା ଦୁଇ ପୁଅ ନିଖୋଜ

କଟକ : ତିନି ଦିନ ହେବ ଦୁଇ ପୁଅ ନିଖୋଜ । ପୁଅର ଫେରିବା ବାଟକୁ ଚାହିଁ ଚାହିଁ ମାଆ ଆଖିରୁ ଲୁହ ଶୁଖୁନି । ଘଟଣା ଘଟିଛି କଟକ ନିଆଳି ଥାନା ଗୁହାଳକୂଳ ଗାଁରେ । ଗତ ୧ ତାରିଖରୁ ଗାଁର ଶିବ ପ୍ରସାଦ ଜେନାଙ୍କ ଦୁଇ ପୁଅ ନିଖୋଜ ହୋଇଯାଇଛନ୍ତି । ସ୍କୁଲରୁ ଆସି ଖେଳିବାକୁ ଯାଇଥିଲେ, ହେଲେ ଘରକୁ…

ଅପହରଣ ପରେ ନାବାଳିକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ଗିରଫ ହେଲେ ୨ ଅଭିଯୁକ୍ତ

ମାଲକାନଗିରି : ଅପହରଣ ପରେ ନାବାଳିକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ବନ୍ଧା ହେଲା ୨ ଅଭିଯୁକ୍ତ । ଅଭିଯୋଗର ୨ ଘଣ୍ଟା ଭିତରେ କାର୍ୟ୍ୟାନୁଷ୍ଠାନ ନେଇଛି ପୋଲିସ । କାଳିମେଳା ଥାନା ଏରବାନପାଲି ଗାଁରେ ଏହି ଘଟଣା ଘଟିଛି । ଗିରଫ ଅଭିଯୁକ୍ତମାନେ ହେଲେ କଡେଲମେଟଲା ଗାଁର ସମା ମାଡକାମୀ ଓ ବୁଦ୍ରା…

ଆଜି କଟକରେ ସ୍କିଲ୍ ମ୍ୟୁଜିୟମର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି କଟକରେ ସ୍କିଲ୍ ମ୍ୟୁଜିୟମର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଏହାର ଉଦଘାଟନ କାର୍ୟ୍ୟକ୍ରମ ହେବ । ଆଇଟିଆଇ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ ଓ ସମ୍ଭାବନା ବୃଦ୍ଧି ଦିଗରେ ଏହା ଏକ ଅଗ୍ରଣୀ ଚିନ୍ତାଧାରା । ଦକ୍ଷତାର…

ସ୍କୁଲ ବସ୍ ଦିଅ, ପାଠ ପଢ଼ିବାକୁ ଯିବୁ, ବହୁ ହଇରାଣ ହେବାକୁ ପଡୁଛି : ଛାତ୍ରଛାତ୍ରୀ

କେନ୍ଦୁଝର : ସ୍କୁଲ ବସ୍ ଦିଅ । ପାଠ ପଢ଼ିବାକୁ ଯିବୁ । ବହୁ ହଇରାଣ ହେବାକୁ ପଡୁଛି । ଏଭଳି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ବଡ଼ବିଲ୍ ସେରେଣ୍ଡାଠାରେ ୨ଶହରୁ ଅଧିକ ଛାତ୍ରଛତ୍ରୀ ଧାରଣାରେ ବସିଛନ୍ତି । ସେମାନଙ୍କ ସହ ସାମିଲ ହୋଇଛନ୍ତି ଅଭିଭାବକ । ଆନ୍ଦୋଳନ ଯୋଗୁ ସେରେଣ୍ଡାର…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ କଲପେଶ ସତ୍ୟେନ୍ଦ୍ର ଜାଭେରୀ

ଭୁବନେଶ୍ବର : ଜଷ୍ଟିସ୍ କଲପେଶ ସତ୍ୟେନ୍ଦ୍ର ଜାଭେରୀ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ଜାଭେରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଜଷ୍ଟିସ୍ ଜାଭେରୀଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ…

ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଆନ୍ଦୋଳନ : ସ୍କୁଲ ଗେଟକୁ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଢ଼େଙ୍କାନାଳ : ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଆନ୍ଦୋଳନ । ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ ଭୁଷଳ ନୋଡାଲ୍ ୟୁପି ସ୍କୁଲରେ । ସକାଳୁ ସକାଳୁ ଛାତ୍ରଛାତ୍ରୀ ଓ ଅଭିଭାକ ସ୍କୁଲ ଗେଟରେ ତାଲା ପକାଇ ଦେଇଛନ୍ତି । ଅଭିଯୋଗ…