ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋଲିସ ମୁତୟନ: ୨ଶହ ଅଧିକାରୀ ଓ ୧୫୦ରୁ ଅଧିକ ଟ୍ରାଫିକ କନେଷ୍ଟବଳ ନିୟୋଜିତ

ଭୁବନେଶ୍ୱର: ଲକ୍‌ଡାଉନକୁ କାର୍ଯ୍ୟକାରୀ କରିବାକୁ ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି। ୨ଶହ ଅଧିକାରୀ ଓ ୧୫୦ରୁ ଅଧିକ ଟ୍ରାଫିକ କନେଷ୍ଟବଳ ନିୟୋଜିତ ରହିଛନ୍ତି।

ଭୁବନେଶ୍ୱରକୁ ଛଅଟି ଜୋନରେ ଭାଗ କରି, କଡା ଚେକିଂ କରାଯାଉଛି। ଯେଉଁମାନଙ୍କ ପାଇଁ ନିୟମ କୋହଳ ରହିଛି ସେମାନେ ନିଜ ପରିଚୟ ପତ୍ର ଧରି ଯାଆ ଆସ କରି ପାରିବେ। ଲକ୍‌ଡାଉନ ସମୟରେ ଯଦି କେହି ପୋଲିସରେ କୌଣସି ଘଟଣା ପାଇଁ ଏଫଆଇର ଦେବାକୁ ଚାହୁଁଛନ୍ତି ତେବେ ସେ ପୋଲିସକୁ ଫୋନ କରି ଜଣାଇବେ। ପୋଲିସ ଘରକୁ ଆସି ଏଫଆଇର ଗ୍ରହଣ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.