ବିଶ୍ୱ ପାଇଁ ବିପଦ ପାଲଟିଛି କରୋନା: ସାରା ବିଶ୍ବରେ ୧୬ହଜାର ଟପିଲା ମୃତ୍ୟୁ ସଂଖ୍ୟା, ସାଢ଼େ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ମାନବ ସଭ୍ୟତା ପାଇଁ ବିପଦ ପାଲଟିଛି କରୋନା । ୧୯୫ ରାଷ୍ଟ୍ରକୁ ରାହୁ ଭଳି ଗ୍ରାସି ସାରିଲାଣି ଭୂତାଣୁ । ଏବେ ପ୍ରତିଦିନ ହଜାରେ ସଂଖ୍ୟାରେ ମୁଣ୍ଡ ନେବା ଆରମ୍ଭ କରିଛି ପ୍ରାଣଘାତୀ ଭୂତାଣୁ । ମୃତ୍ୟୁ ସଂଖ୍ୟା ୧୬ହଜାର ଟପିଛି। ଆକ୍ରାନ୍ତ ସଂଖ୍ୟା ସାଢ଼େ ୩ ଲକ୍ଷରୁ ଅଧିକ । ଇଟାଲୀରେ ମୃତ୍ୟୁର ବିଭୀଷିକା ଖେଳାଇଛି କରୋନା । ସେଠାରେ ପୋକ ମାଛି ଭଳି ମରୁଛନ୍ତି ଲୋକ । ଇଟାଲିରେ ଗୋଟିଏ ଦିନରେ ୬୦୧ଜଣଙ୍କ ମୃତ୍ୟୁ ହୋଇଛି ।

corona world

ବର୍ତ୍ତମାନ ସୁଦ୍ଧା ଇଟାଲୀରେ ୬ହଜାର ୭୭ଜଣଙ୍କ ମୁଣ୍ଡ ନେଲାଣି ଭୟଙ୍କର ଭାଇରସ । ୬୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ କରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ବୋଲି ଇଟାଲିଆନ୍‌ ମେୟର ପକ୍ଷରୁ କୁହାଯାଇଛି । କରୋନା ସହ ଲଢେଇରେ ଅଚଳ ହୋଇ ଯାଇଛି ପୂରା ଦେଶ । ଇଟାଲୀରେ ସବୁ ଜରୁରୀ କାରବାର ମଧ୍ୟ ବନ୍ଦ କରି ଦିଆଯାଇଛି । ସେହିପରି ସ୍ପେନ୍‌, ଫ୍ରାନ୍ସ, ଆମେରିକା, ଇଂଲଣ୍ଡ ଓ ଇରାନରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି ।

ଚୀନ୍‌ରେ କରୋନାରେ ମୃତ୍ୟୁସଂଖ୍ୟା ୩ହଜାର ୨୭୭ରେ ପହଞ୍ଚିଛି। ସ୍ପେନ୍‌ରେ ଗୋଟିଏ ଦିନରେ ୫୩୯ ଜଣଙ୍କ ମୃତ୍ୟୁ ହୋଇଛି। ସ୍ପେନ୍‌ରେ ମୃତ୍ୟୁସଂଖ୍ୟା ୨୩ଶହ ଟପିଛି। ଇରାନ୍‌ରେ କରୋନାରେ ମୃତ୍ୟୁସଂଖ୍ୟା ୧ହଜାର ୮୧୨ରେ ପହଞ୍ଚିଛି। ଆମେରିକାରେ ମୃତ୍ୟୁସଂଖ୍ୟା ୫୫୨, ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୮୬୦ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.