ବିଶ୍ୱରେ ସବୁଠୁ କମ୍‌ ମୂଲ୍ୟରେ କରୋନା ଯାଞ୍ଚ କରିବ ଭାରତ, ୨୨ କମ୍ପାନୀକୁ ମିଳିଲା ଟେଷ୍ଟ କିଟ୍‌ ନିର୍ମାଣ ମଞ୍ଜୁରୀ

ଚୀନ୍‌ରୁ ଆରମ୍ଭ ହୋଇଥିବା କରୋନା ଏବେ ସାରା ବିଶ୍ୱକୁ ପ୍ରଭାବିତ କରିଛି । ଏହାକୁ ରୋକିବା ପାଇଁ ସାରା ଦୁନିଆ ଏକଜୁଟ୍‌ ହୋଇଛି । ତେବେ ରକ୍ତ ନମୂନା ପରୀକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ଟେଷ୍ଟ କିଟ୍‌ ମଳିବା କଷ୍ଟକର ହୋଇଛି ।

ଏବେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) କରୋନା ଟେଷ୍ଟ ପାଇଁ ବଡ଼ ପଦକ୍ଷେପ ନେଇଛି । କରୋନା ଟେଷ୍ଟ କିଟ୍‌ ନିର୍ମାଣ ପାଇଁ ଆଇସିଏମ୍‌ଆର୍‌  ନିକଟରେ ୨୨ ପ୍ରାଇଭେଟ କମ୍ପାନୀକୁ ମଞ୍ଜୁରୀ ଦେଇଛି । ଏବେ ସାରା ଦେଶରେ କରୋନା ଟେଷ୍ଟ ପାଇଁ ୧୫,୫୦୦ କଲେକ୍‌ସନ ସେଣ୍ଟର ଖୋଲାଯାଇଛି ।

ସବୁଠୁ ବଡ଼ କଥା ହେଉଛି ସାରା ବିଶ୍ୱ ତୁଳନାରେ ଭାରତର କରୋନା ଟେଷ୍ଟ କିଟ୍‌ ସବୁଠୁ ଶସ୍ତା । ଆଇସିଏମ୍‌ଆର୍‌ ଗାଇଡ୍‌ ଲାଇନ୍‌ ଅନୁସାରେ କୈାଣସି ଘରୋଇ କମ୍ପାନୀ କରୋନା ଯାଞ୍ଚ ପାଇଁ ୪୫୦୦ରୁ ଅଧିକ ଟଙ୍କା ନେଇପାରିବ ନାହିଁ ।

ଏହି ଯାଞ୍ଚର ସ୍କ୍ରିନିଂ ପାଇଁ ୧୫୦୦ ଟଙ୍କା ଓ କନ୍‌ଫର୍‌ମେସନ୍‌ ଟେଷ୍ଟ ପାଇଁ  ଆଇସିଏମ୍‌ଆର୍‌ ୩୦୦୦ ଟଙ୍କା ସ୍ଥିର କରିଥିବା ଜଣାଯାଇଛି । ତେବେ ସରକାରୀ ଲ୍ୟାବ୍‌ରେ ଏହି ଟେଷ୍ଟ ମାଗଣା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.