କରୋନା ଯୁଦ୍ଧରେ ନିଜେ ଆଗକୁ ଆସିଲେ ମୁମ୍ବାଇ ମେୟର, ମେଡିକାଲ ଷ୍ଟାଫମାନଙ୍କ ମନୋବଳ ବଢ଼ାଇବା ପାଇଁ ପୁଣିଥରେ ପିନ୍ଧିଲେ ନର୍ସ ଡ୍ରେସ

କରୋନା ଭାଇରସ ସଂକ୍ରମଣ ଦେଶର ବିଭିନ୍ନ ରାଜ୍ୟରେ ଦ୍ରୁତ ଗତିରେ ମାଡିଚାଲିଛି। ତେବେ ମହାରାଷ୍ଟ୍ରରେ ଏହାର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳୁଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଏବେ ନିଜେ ମେୟର କିଶୋରୀ ପେଡନେକର ଆଗକୁ ଆସିଛନ୍ତି। ରୋଗୀଙ୍କ ସେବା କରିବା ପାଇଁ ସେ ପୁଣିଥରେ ନର୍ସ ଡ୍ରେସ ପିନ୍ଧିଛନ୍ତି।

4

କହି ରଖୁଛୁ, ମେୟର ପେଶାରେ ଜଣେ ନର୍ସ। ମୁମ୍ବାଇର ସ୍ଥିତିକୁ ଦେଖି ସେ ନିଜକୁ ରୋକିପାରି ନ ଥିଲେ ଏବଂ ରୋଗୀଙ୍କ ସେବା କରିବା ପାଇଁ ପୁଣିଥରେ ଡ୍ୟୁଟିରେ ଲାଗିଯାଇଥିଲେ। ତେବେ ମେୟରଙ୍କର ଏଭଳି ପ୍ରୟାସ ସ୍ୱାସ୍ଥ୍ୟକର୍ମୀମାନଙ୍କ ମନୋବଳକୁ ଆହୁରି ବଢ଼ାଇ ଦେଇଛି। ରୋଗୀଙ୍କ ସହ ସେ ନର୍ସିଂ କୋର୍ସ କରୁଥିବା ଦ୍ୱିତୀୟ ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ମନୋବଳ ମଧ୍ୟ ଦୃଢ଼ କରାଇଥିଲେ। ମେୟର ସେମାନଙ୍କୁ ନର୍ସ ଡ୍ରେସରେ ଲେକ୍ଚର ଦେଇଥିଲେ।

5

ଅନ୍ୟପକ୍ଷରେ ଦିନକୁ ଦିନ ଜଟିଳ ରୂପ ନେଉଥିବା କରୋନା ମହାମାରୀକୁ ନଜରରେ ରଖି ପ୍ରଶାସନ ଏବେ ନର୍ସିଂ ଛାତ୍ରଛାତ୍ରୀମାନଙ୍କୁ ବି ଡ୍ୟୁଟିରେ ଲଗାଇ ଦେଇଛି। ବିଏମସି ହସ୍ପିଟାଲଗୁଡିକରେ ମେଡିକାଲ ଷ୍ଟାଫମାନଙ୍କୁ ସାହାଯ୍ୟ ନିମନ୍ତେ ସେମାନେ ନିୟୋଜିତ ହୋଇଛନ୍ତି। ମେୟର କିଶୋରୀ ପେଡନେକର ନର୍ସମାନଙ୍କୁ ଏଭଳି ପରିସ୍ଥିତିରେ ଚିନ୍ତାମୁକ୍ତ ରଖିବା ପାଇଁ ନିଜେ ନର୍ସ ଡ୍ରେସ ପିନ୍ଧିବାକୁ ମନ ବଳାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.