କରୋନା ଯୋଗୁ ଅଟକିବନି ମହାପ୍ରଭୁଙ୍କ ଚନ୍ଦନଯାତ୍ରା, ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ହେବ ପରମ୍ପରା

ପୁରୀ: କରୋନା ଯୋଗୁଁ ଅଟକିବନି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପରମ୍ପରା । ଏଥର ଶ୍ରୀକ୍ଷେତ୍ର ପୁରୀରେ ହେବ ବିନା ଭକ୍ତରେ ଚନ୍ଦନ ଯାତ୍ରା। ଚନ୍ଦନ ଯାତ୍ରାରେ ଗହଳିକୁ ବାରଣ କରାଯିବ। ଯାତ୍ରାବେଳେ ସାମାଜିକ ଦୁରତା ବଜାୟ ରହିବ। କଡା କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଏହି ପରମ୍ପରା।

chandan yatraଏନେଇ ଗତକାଲି ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଚନ୍ଦନ ଯାତ୍ରା ସହ ସଂପୃକ୍ତ ସେବକଙ୍କର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ୨୬ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାକୁ କିଭଳି ଶୃଙ୍ଖଳିତ ଭାବେ ପାଳନ କରାଯିବ ସେନେଇ ଗୁରୁତ୍ୱାରୋପ କରାଯାଇଥିଲା। ୨୧ ଦିନର ଏହି ବାହାର ଚାପରେ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ବିଜେ କରିବେ। ସେବକମାନେ ମହାପ୍ରଭୁଙ୍କୁ ବିମାନରେ ଆଣିବା ବେଳେ ସାବଧନତା ଅବଲମ୍ବନ କରିବେ। ମହାପ୍ରଭୁ ଦିନରେ ଚାପ ଖେଳି ସଂଧ୍ୟାରେ ଶ୍ରୀମନ୍ଦିର ବାହୁଡି ଯିବେ।