Below header

କରୋନା ପାଇଁ ଆମେରିକାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି ଟ୍ରମ୍ପ, ମହାମାରୀରୁ ରକ୍ଷା ପାଇବା ପାଇଁ ୫୦ ମିଲିୟନ ଡଲାର ମଞ୍ଜୁର

ଆମେରିକା: କରୋନା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି । ଆମେରିକାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଟ୍ରମ୍ପ । ରାଜ୍ୟ ଗୁଡ଼ିକୁ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ୫୦ ମିଲିୟନ ଡଲାର ମଞ୍ଜୁର କରିଛନ୍ତି । ଆମେରିକାର କେନ୍ଦ୍ରୀୟ, କ୍ଷେତ୍ରୀୟ ଓ ସ୍ଥାନୀୟ ସଂସ୍ଥା କରୋନା ପାଇଁ ଏହି ଅର୍ଥ ବ୍ୟବହାର କରିପାରିବେ ।

corona number4ଟ୍ରମ୍ପଙ୍କ ପରାମର୍ଶଦାତା ଓ ବିଶେଷଜ୍ଞ କହିଥିଲେ, ଯଦି ସମୟ ପୂର୍ବରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରାନଯିବ, ତେବେ ୧୫ କୋଟି ଲୋକ ପ୍ରଭାବିତ ହୋଇପାରନ୍ତି । ତେଣୁ ଟ୍ରମ୍ପ କରୋନା ଭାଇରସ୍‌ ଉପରେ ନିୟନ୍ତ୍ରଣ କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଆମେରିକାରେ ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍‌ ଯୋଗୁ ପାଖାପାଖି ୪୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ୧୧ ଶହରୁ ଅଧିକ ଲୋକ କରୋନ ଭାଇରସ୍‌ ଯୋଗୁ ଆକ୍ରାନ୍ତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.