ସଡକ ଦୁର୍ଘଟଣାରେ ସୁଶାନ୍ତ ସିଂହ ରାଜପୁତଙ୍କ ୬ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ

ବିହାରର ଲଖିସରାଇ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ୬ ଜଣଙ୍କ ଭିତରୁ ୫ ଜଣ ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ସମ୍ପର୍କୀୟ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୬ଟା ୧୦ ମିନିଟ ସମୟରେ ବିହାର ଶେଇଖପୁରା ରାସ୍ତାର ଲଖିସରଇ ଠାରେ ଏହି ଦୁର୍ଘଟଣା ଘଟିଥିଲା । ଏକ SUV ଗାଡି ଟ୍ରକ ସହ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହେବା ସହ ୪ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୃତକଙ୍କ ମଧ୍ୟରେ ଜଣେ ଲଳଜିତ ସିଂହ ଅଛନ୍ତି । ଲାଳଜିତ ହେଉଛନ୍ତି ସୁଶାନ୍ତଙ୍କର ଭିଣୋଇ ଓପି ସିଂହଙ୍କ ସମ୍ପର୍କୀୟ । ଆଉ ଦୁଃଖର କଥା ହେଉଛି ଲଳଜିତ ନିଜ ପତ୍ନୀ ଗୀତା ଦେବୀଙ୍କ ଅନ୍ତିମ ସଂସ୍କାର ଶେଷ କରି ଘରକୁ ଫେରୁଥିଲେ । ମୃତକଙ୍କ ମଧ୍ୟରେ ଅଛନ୍ତି ଅମିତ ଶେଖର, ନେମାନି ସିଂହ, ରାମଚନ୍ଦ୍ର ସିଂହ, ବେବି ଦେବୀ, ଅନିତା ଦେବୀ, ପ୍ରିତମ କୁମାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.