ଅମିତାଭ ବଚ୍ଚନଙ୍କ ପରେ ଏବେ ଆଦନାନ୍ ସାମୀଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍, ଶେୟାର ହେଲା ପାକିସ୍ତାନୀ ପତାକାର ଫଟୋ

ମୁମ୍ବାଇ : ବଲିଉଡର ସେହେନ୍ସା ଅମିତାଭ ବଚ୍ଚନ ଟ୍ବିଟର ଆକାଉଣ୍ଟ ସୋମବାର ହ୍ୟାକ ହୋଇଯାଇଥିଲା। ହ୍ୟାକର ଜଣଙ୍କ ତାଙ୍କ ପ୍ରୋଫାଇଲ ଫଟୋ ବଦଳି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଫଟୋ ଲଗାଯାଇଥିଲେ। ଏହା ବ୍ୟତୀତ ତାଙ୍କ ବାୟୋକୁ ବଦଳି ‘ଲଭ ପାକିସ୍ତାନ’ ଲେଖିଦେଇଥିଲେ। ତେବେ ଅମିତାଭଙ୍କ ପରେ ଏବେ ଗାୟକ ଆଦନାନ ସାମୀଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିବା ମଧ୍ୟ ଖବର ଆସିଛି।

amitabh-bachchan

ଆଦନାନଙ୍କ ଆକାଉଣ୍ଟ ହ୍ୟାକ୍ ହେବା ପରେ ଠିକ୍ ଅମିତାଭଙ୍କ ଆକାଉଣ୍ଟ ଭଳି ସେଥିରେ ପରିବର୍ତ୍ତନ କରାଯାଇଛି।ଗାୟକ ଆଦନାନ୍ ସାମୀଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ ହେବା ପରେ ତାଙ୍କ ପ୍ରୋଫାଇଲ ଫଟୋରେ ପିଏମ୍ ଇମରାନ ଖାନଙ୍କ ଫଟୋ ଲଗାଯାଇଥିବା ବେଳେ ଅନେକ ଟ୍ବିଟ କରାଯାଇଛି। ଏଥିରେ ପାକିସ୍ତାନୀ ଶୋରେ କିଛି ଲୋକଙ୍କୁ ନାଚୁଥିବା ସହ ପାକିସ୍ତାନୀ ପତାକାର ଫଟୋ ମଧ୍ୟ ଶେୟାର କରାଯାଇଛି।


ଏହା ସହ ଆକାଉଣ୍ଟରେ ଏକ ଟ୍ବିଟକୁ ପିନ୍ କରାଯାଇଛି ଯେଉଁଥିରେ ଲେଖାଯାଇଛି “ଯିଏ ଆମ ଦେଶ ପାକିସ୍ତାନ ସହ ଧୋକେବାଜୀ କରିବ ତାଙ୍କ ପ୍ରୋଫାଇଲରେ ପାକିସ୍ତାନୀ ପତାକା ଦେଖାଯିବ”। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆଦନାନଙ୍କ ଆକାଉଣ୍ଟ କିଏ ହ୍ୟାକ୍ କରିଛି ତାହା ବିଷୟରେ ଜଣାପଡିନାହିଁ। କିନ୍ତୁ ଏଥିରେ ପାକିସ୍ତାନ ସମ୍ବନ୍ଧୀୟ ଟ୍ବିଟ ଦେଖି ହ୍ୟାକର ଜଣଙ୍କ ପାକିସ୍ତାନରୁ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.