Below header

ପ୍ରିୟଙ୍କାଙ୍କ ଏହି ବିଶେଷ ଗୁଣ ନିକଙ୍କୁ କରିଥିଲା ଆକୃଷ୍ଟ, ବିଶ୍ୱ ସୁନ୍ଦରୀଙ୍କ ପ୍ରେମରେ ପଡିଯାଇଥିଲେ ଆମେରିକୀୟ ଯୁବକ

ନିକ ଜୋନାସ ଓ ପ୍ରିୟଙ୍କା ଚୋପ୍ରାଙ୍କ ରିଲେସନସିପ ଯେବେ ଲୋକଲୋଚନକୁ ଆସିଥିଲା । ସେ ସମୟରେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ହିଁ ଉଙ୍କି ମାରିଥିଲା । ଏଦୁହିଁଙ୍କ ସମ୍ପର୍କ ବା କେତେ ଦିନ ତିଷ୍ଠିବ । କାରଣ ନିକ ଆମେରିକାର ମୂଳ ବାସିନ୍ଦା ହୋଇଥିବା ବେଳେ ତାଙ୍କ ପରିବାରର ପ୍ରିୟଙ୍କାଙ୍କ ସଂସ୍ପର୍ଶରେ ଆସିବା ପୂର୍ବରୁ ଭାରତ ସହିତ କିଛି ସମ୍ପର୍କ ନଥିଲା | ଖୁବ କମ ଦିନ ଭିତରେ ହିଁ ଏଦୁହିଁଙ୍କ ସମ୍ପର୍କ ନିଶ୍ଚିନ୍ତ ରୂପେ ଭାଙ୍ଗିଯିବ । କିନ୍ତୁ ଯେବେ ଏଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସମସ୍ତଙ୍କ ଆଶା ଆଶଙ୍କା ଭୁଲ ପ୍ରମାଣିତ ହୋଇଥିଲା । ଦୁଇ ଭିନ୍ନ ପରିବେଶ, ଭିନ୍ନ ଚାଲିଚଳନ, ଭିନ୍ନ ସମ୍ପ୍ରଦାୟରେ ବଢିଥିବା ଦୁଇ ଜଣଙ୍କର ଏକାଠି ହେବା ଦୁନିଆ ପାଇଁ ଏକ ସରପ୍ରାଇଜ ଠାରୁ କମ ନଥିଲା । ଏହା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି, ଏମିତି କଣ ବିଶେଷ କାରଣ ଏଦୁହିଁଙ୍କୁ ଏତେ ଶୀଘ୍ର ଏକାଠି କରିପାରିଛି । ଆଉ ସମ୍ପର୍କ ଏତେ ଗଭୀର ହୋଇଥିଲା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।priyanka

ଏହି ପ୍ରଶ୍ନର ଉତ୍ତର ବି ନିଜେ ନିକ ହିଁ ଏକ ସାକ୍ଷାତ୍କାର ସମୟରେ ଦେଇଛନ୍ତି । ନିକଙ୍କ ଉତ୍ତର ଶୁଣି ଆପଣ ନିଶ୍ଚିନ୍ତ ରୂପେ ଭାବିବେ, ପ୍ରିୟଙ୍କାଙ୍କ ଯେଉଁ ବିଶେଷ ଗୁଣ ନିକଙ୍କ ହୃଦୟ ଜିତିଛି ତାହା ତ ସବୁ ଭାରତୀୟଙ୍କ ପାଇଁ ଏକ ଅତି ସାଧାରଣ କଥା । ପ୍ରକୃତରେ ପ୍ରିୟଙ୍କାଙ୍କ ପରିବାର ପ୍ରତି ଭଲ ପାଇବା ଓ ସମ୍ମାନ ନିକଙ୍କୁ ଖୁବ ଆକୃଷ୍ଟ କରିଥିଲା । ଜୀବନ ବିତାଇବା ପାଇଁ ଏହା ଖୁବ ମହତ୍ତ୍ୱପୂର୍ଣ୍ଣ ହୋଇଥିବା ବେଳେ ଠିକ ଏହି ଫିଲିଙ୍ଗସ ଆମେ ପରସ୍ପର ପ୍ରତି ଅନୁଭବ କରିଥିଲୁ । ଆଉ ପ୍ରିୟଙ୍କାଙ୍କ ଏହି ଗୁଣକୁ ନେଇ ତାଙ୍କ ସହ ଜୀବନ ବିତେଇବା ପାଇଁ ସେ ଏକସଶାଇଟେଡ଼ ହୋଇଯାଇଥିବା କହିଛନ୍ତି ନିକ । ଏମିତିରେ ଦେଖିବାକୁ ଗଲେ ଭାରତୀୟଙ୍କ ମଧ୍ୟରେ ଫ୍ୟାମିଲି ଭ୍ୟାଲୁ ଅନ୍ୟ ଦେଶ ମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ଥାଏ । ଏମାନେ ସର୍ବାଧିକ ମହତ୍ତ୍ୱ ନିଜ ପରିବାରକୁ ହିଁ ଦେଇଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.