କାର୍ତ୍ତିକ ଆର୍ଯ୍ୟନଙ୍କୁ ଏକ McLaren GT ସ୍ପୋର୍ଟ୍ସ କାର ଗିଫ୍ଟ ମିଳିବା ଏବେ ଡିମାଣ୍ଡ କରୁଛନ୍ତି ପ୍ରାଇଭେଟ ଜେଟ

ବଲିଉଡ ଆକ୍ଟର କାର୍ତ୍ତିକ ଆର୍ଯ୍ୟନଙ୍କୁ ହୁଏତ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ଏଇ ନିକଟରେ ତାଙ୍କ ଅଭିନୀତ ଫିଲ୍ମ “ଭୁଲ ଭୁଲେୟା 2” ପରଦା ଉପରକୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଅଛନ୍ତି କାର୍ତ୍ତିକ । ଏହି ଫିଲ୍ମରେ ତାଙ୍କ ସହ କିଆରା ଆଡଭାନୀ, ତବୁ ମଧ୍ୟ ନଜର ଆସିଛନ୍ତି । ଫିଲ୍ମର ରୋଜଗାରକୁ ଦେଖିଲେ ଏଯାବତ କାର୍ତ୍ତିକଙ୍କ ଏହି ଫିଲ୍ମ ୧୮୫ କୋଟି ଟଙ୍କା ରୋଜଗାର କରିସାରିଲାଣି । ବକ୍ସ ଅଫିସରେ ହିଟ ହୋଇଛି କାର୍ତ୍ତିକଙ୍କ ଏହି ଫିଲ୍ମ । ଫିଲ୍ମର ସଫଳତା କାରଣରୁ “ଭୁଲ ଭୁଲେୟା 2″ର ପ୍ରଯୋଜକ ଭୂଷଣ କୁମାର କାର୍ତ୍ତିକଙ୍କୁ ଏକ ଗିଫଟ ମଧ୍ୟ ଦେଇଛନ୍ତି । ଭୂଷଣ କୁମାର କାର୍ତ୍ତିକଙ୍କୁ McLaren GT ସ୍ପୋର୍ଟ୍ସ କାର ଗିଫ୍ଟ ଆକାରରେ ଦେଇଛନ୍ତି ଯାହାର ମୂଲ୍ୟ ପାଖାପାଖି ୩.୭୨କୋଟି ଟଙ୍କା ହେବ । ଆଉ ଶୁଣି ଆଶ୍ଚର୍ଯ୍ୟ ହେବେ ଭାରତରେ କାର୍ତ୍ତିକ କେବଳ ଜଣେ McLaren GTର ମାଲିକ ବନିଯାଇଛନ୍ତି । ଗାଡି ସହିତ ତାଙ୍କର ଅନେକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଏହି ଫଟୋରେ ଭୂଷଣ କୁମାରଙ୍କ ସହିତ ସେ ପୋଜ ଦେଉଥିବାର ନଜର ଆସିଛନ୍ତି ।

karttik aryan
pic credit: punjab kesari

ଏମିତିରେ କାର୍ତ୍ତିକଙ୍କ ନିକଟରେ ଅନେକ ଲକଜରୀ କାର ରହିଛି । ତାଙ୍କ ଘର ଗ୍ୟାରେଜରେ ୪ଟି ସବୁଠାରୁ ମହଙ୍ଗା କାର ଛିଡା ହୋଇଛି । ସୁପର କାର “ଲାମବର୍ଗଗିନି ୟୁରସ କ୍ୟାପ୍ସୁଲ” ଆସିଛି ଯାହାର ମୂଲ୍ୟ ପାଖାପାଖି ୪ କୋଟି ଟଙ୍କା ହେବ । ଏହା ବ୍ୟତୀତ ଏହି ଅଭିନେତାଙ୍କ ନିକଟରେ ବିଏମଡ଼ବ୍ଲ୍ୟୁ ସିରିଜର ଅନେକ ଗାଡି ବି ରହିଛି । ଆର୍ଯ୍ୟନ ତାଙ୍କ ମା’ଙ୍କୁ ୨୦୨୦
ରେ ଏକ ଦାମୀ କାର ଗିଫ୍ଟ କରିଥିଲେ । ୨୦୧୮ ରେ ରିଲିଜ ହୋଇଥିବା ସୋନୁ କି ଟ୍ୱିଟୁକି ସ୍ଵିଟିରୁ ଆରମ୍ଭ କରି ନିକଟରେ ପରଦାକୁ ଆସିଥିବା “ଭୁଲ ଭୁଲେୟା 2” ବକ୍ସ ଅଫିସରେ ଐତିହାସିକ ସଫଳତା ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.