ଜନ ଆବ୍ରାହମଙ୍କୁ “ପର୍ସନ ଅଫ ଦ ଇୟର” ଭାବେ ଚୟନ କଲା PETA

ଜନ ଆବ୍ରାହମ ଓ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଖୁସି ଖବର । ପଶୁଙ୍କ ପ୍ରତି ଆଦର ଓ ଭଲପାଇବା, ପଶୁଙ୍କ ଅଧିକାର ପାଇଁ ସ୍ୱର ଉଠାଇବାକୁ ନେଇ ପିପୁଲ୍ସ ଫର ଦ ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ ବା ପେଟା ସଂସ୍ଥା ଜନ ଆବ୍ରାହାମଙ୍କୁ “ପର୍ସନ ଅଫ ଦ ଇୟର” ଭାବରେ ଚୟନ କରିଛନ୍ତି । ଏବାବଦରେ ପେଟା ତରଫରୁ ସୂଚନା ଦିଆଯାଇଛି । ପେଟାର ଜଣେ ଅଧିକାରୀ କହିଛନ୍ତିକି, କୌଣସିଟି ଜୀବଜନ୍ତୁ ବିପଦରେ ଥିବା ଜନ ଦେଖିଲେ ନିଶ୍ଚିନ୍ତ ରୂପେ ତା ପ୍ରତି ସହାନୁଭୂତି ଦେଖାଇବା ସହ ସାହାଯ୍ୟର ହାତ ବଢ଼ାଇଥାନ୍ତି । ପାରୁ ପର୍ଯ୍ୟନ୍ତ ଜୀବଟିକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥାନ୍ତି । ଅନେକ ଲୋକ ହୁଏତ ଏହା ଜାଣିନଥିବେ ଅଭିନୟ ବ୍ୟତୀତ ଜନଙ୍କର ବାଇକ ଓ ପଶୁ ପକ୍ଷୀଙ୍କ ପ୍ରତି ଏକ ବିଶେଷ ଦୁର୍ବଳତା ବି ରହିଛି । ଜୀବଜନ୍ତୁଙ୍କ ଅଧିକାର ନେଇ ସୋସିଆଲ ମିଡିଆରେ ବାର୍ତ୍ତା ବି ସେୟାର କରନ୍ତି ଜନ ।

john

ଏହି ନିକଟରେ ହିଁ ବଲିଉଡର ଆଗଧାଡିର ଏହି ଅଭିନେତା ଜଣଙ୍କ ଇ -ରିଟେଲର୍ସଙ୍କୁ ଏକ ପତ୍ର ବି ଲେଖିଥିଲେ । ଏଥିରେ ଜୀବନ୍ତ ପଶୁ ଆଦିଙ୍କ ନେଣଦେଣ ରୋକିବାକୁ ଅପିଲ କରିଥିଲେ ଜନ । ଖାଲି ସେତିକି ନୁହେଁ ସର୍କସରେ ପଶୁପକ୍ଷୀଙ୍କ ବ୍ୟବହାରକୁ ବି ବାରମ୍ବାର ବିରୋଧ କରି ଆସିଛନ୍ତି ଜନ । ଜନଙ୍କ ପଶୁପ୍ରୀତି ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଗୁଡ଼ିକରୁ ବି ବାରି ହୋଇପଡେ । ଦୀପାବଳି ଅବସରରେ ଜନ ଆବ୍ରାହାମ ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଥିଲେ । ଏହି ଫଟୋ ଟିରେ ଜନଙ୍କ ସହ ତାଙ୍କ ଛୋଟ କୁକୁର ଛୁଆଟି ମଧ୍ୟ ନଜର ଆସିଥିଲା । ଏହି ଫଟୋ ମାଧ୍ୟମରେ ହିଁ ଜନ ନିଜ ଫ୍ୟାନ୍ସ ମାନଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଥିଲେ । ଜନଙ୍କ ଏହି ଫଟୋଟି ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ମଧ୍ୟ ହୋଇଥିଲା ।

ଯେବେକି କିଛି ଦିନ ତଳେ ଜନ ନିଜର ଏକ ସାକ୍ଷାତ୍କାରରେ କହିଥିଲେକି, ସେ ସବୁବେଳେ ନିଜ ଅନ୍ଦାଜରେ ହିଁ ସମାଜର ଏହି କ୍ରୁର ପ୍ରଥାକୁ ଦୂର କରିବାକୁ ଚେଷ୍ଟା କରି ଆସିଛନ୍ତି । ଜୀବଜନ୍ତୁଙ୍କ ପ୍ରତି ଥିବା ଚିନ୍ତାଧାରାକୁ ବଦଳେଇ ବାକୁ ପଡିବ। ଜନଙ୍କ ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବେଶ ଜୋର ଧରିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.