ଟି-୨୦: ଅଷ୍ଟ୍ରେଲିଆକୁ ୧୬୨ ରନ୍ ର ଟାର୍ଗେଟ ଦେଲା ଭାରତ, ୧୬୧/୭

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ପ୍ରଥମ ମ୍ଯାଚରେ ଅଷ୍ଟ୍ରେଲିଆକୁ ୧୬୨ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ। ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ଭାରତୀୟ ଦଳ ୧୬୧ ରନ୍ କରିଛି। ଭାରତୀୟ ଦଳର ବ୍ଯାଟ୍ସମ୍ଯାନ କେଏଲ ରାହୁଲ ୫୧ ରନ୍ କରିଥିବା ବେଳ ଜାଡେଜା ୪୪ ରନ୍ କରି ଟିମ୍ ଇଣ୍ଡିଆର ସମ୍ମାନ ରକ୍ଷା କରିଛନ୍ତି।

ସେହିପରି ଧୱନ ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ବିରାଟ କୋହଲି ୯ ରନ୍ କରି ପ୍ଯାଭିଲିଅନକୁ ଫେରିଯାଇଥିଲେ। ସଞ୍ଜୁ ସାମସନ ୨୩ ରନ୍ କରି ଆଉଟ ହୋଇଥିଲେ। ଟିମ୍ ଇଣ୍ଡିଆରେ ବଲ୍ ବୋଲିଂ ପୋଜିସନ ରହିଥିବା ବେଳେ ଦେଖାଯାଉ କଙ୍ଗାରୁ ଦଳ କ’ଣ କମାଲ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.