କେବଳ ଅଭିନୟରେ ନୁହେଁ ଗୀତ ଗାଇବାରେ ବି ମାହିର ବଲିଉଡ୍‌ର ଏହି ଅଭିନେତ୍ରୀ, ଦେଖନ୍ତୁ ତାଲିକା

ବଲିଉଡ୍‌ ଅଭିନେତ୍ରୀମାନେ ଏବେ କେବଳ ନିଜକୁ ଅଭିନୟରେ ସୀମିତ ରଖିବାକୁ ଚାହୁଁନାହାନ୍ତି। ସେମାନେ ନିଜ ଅନ୍ୟ ଦକ୍ଷତାକୁ ବି ଦର୍ଶାଇବାକୁ ଚାହୁଁଛନ୍ତି। ପୂର୍ବରୁ ବହୁ ଅଭିନେତ୍ରୀ ଆକ୍ଟିଂ ସହ ଅନ୍ୟ କଳାକୁ ବି ପ୍ରାଧାନ୍ୟ ଦେଉଥିଲେ। ଗୀତ ଗାଇବା ମଧ୍ୟ ସେଭଳି ଏକ କଳା ଯାହା ସମସ୍ତଙ୍କ ପାଖରେ ନ ଥାଏ। କିନ୍ତୁ କେତେକ ବଲିଉଡ୍‌ ଷ୍ଟାରଙ୍କ ନିକଟରେ ଏହି କଳା ରହିଛି। ତେବେ ଆସନ୍ତୁ ଜାଣିବା କିଛି ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ଆକ୍ଟିଂ କରିବା ସହ ଗୀତ ମଧ୍ୟ ଗାଆନ୍ତି…

ଶ୍ରଦ୍ଧା କପୁର:

Shraddha

ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁର କେବଳ ଆକ୍ଟିଂରେ ନୁହେଁ ବରଂ ସିଙ୍ଗିଙ୍ଗ୍‌ରେ ବି ମାହିର। ସେ ନିଜ ଫିଲ୍ମ ଏକ ଭିଲେନ୍‌ରେ ପ୍ରଥମ ଥର ପାଇଁ ଗୀତ ଗାଉଥିଲେ। ଏହା ପରେ ସେ ତେରି ଗଲିୟାଁ ଅନ୍‌ପ୍ଲଗ୍ଡ ଗୀତରେ ବି ସ୍ୱର ସଂଯୋଜନା କରିଥିଲେ।

ପରିଣୀତି ଚୋପ୍ରା:

parineeti chopra

 

ପରିଣୀତି ଚୋପ୍ରାଙ୍କ ସଙ୍ଗୀତ କଳା ବିଷୟରେ ସମସ୍ତ ଜାଣନ୍ତି। ସେ ଆକ୍ଟିଂ ଲାଇନ୍‌କୁ ଆସିବା ପୂର୍ବରୁ ସିଙ୍ଗିଙ୍ଗ୍‌ ଲାଇନ୍‌ରେ କ୍ୟାରିଅର ଗଢ଼ିବାକୁ ଚାହୁଁଥିଲେ। ପରିଣୀତି ନିଜ ଫିଲ୍ମ ମେରି ପ୍ୟାରୀ ବିନ୍ଦୁର ମାନା କେ ହମ୍‌ ୟାର ନେହିଁ ଅନ୍‌ପ୍ଲଗ୍ଡ ଗାଇଛନ୍ତି। ଏହା ପରେ ସେ କେଶରୀ ଫିଲ୍ମର ‘ତେରି ମିଟି’ ମଧ୍ୟ ଗାଇଛନ୍ତି।

ଆଲିଆ ଭଟ୍ଟ:

alia-bhatt

ଆଲିଆ ଭଟ୍ଟ ଯେତିକି ଭଲ ଅଭିନେତ୍ରୀ ସେତିକି ଭଲ ଗାୟିକା ମଧ୍ୟ। ସେ ବଦ୍ରୀନାଥ କି ଦୁଲହନିଆରେ ତେନୁ ସମଝାଓ୍ଵା ଅନ୍‌ପ୍ଲଗ୍ଡ ଗୀତ ଗାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.