ପପ୍‌ ଷ୍ଟାର ବ୍ରିଟିନ୍‌ ସ୍ପିଅରସ୍‌ ଗମ୍ଭୀର ରୋଗରେ ପୀଡିତ,ପୋଷ୍ଟ ସେୟାର କରି ଲେଖିଲେ ‘ଏବେ ଉପରବାଲା ଭରସା’

ବ୍ରିଟନୀ ସ୍ପିଅରସ୍‌ ଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର । ବ୍ରିଟିନ ସ୍ପିଅରସ୍‌ ଏବେ ଗମ୍ଭୀର ଭାବେ ପୀଡିତ । ତାଙ୍କର ନର୍ଭ ଡ୍ୟାମେଜ ହୋଇଯାଇଛି । ଏହା ଏପରି ରୋଗ ଯାହାର ଚିକିତ୍ସା ପ୍ରାୟତଃ ନାହିଁ । ସେଇଥିପାଇଁ ବୋଧହୁଏ ବ୍ରିଟ୍‌ନୀ ଇଶ୍ୱରଙ୍କ ଉପରେ ଭରସା ବୋଲି ଏକ ପୋଷ୍ଟ ସେୟାର କରିଛନ୍ତି ।

ବ୍ରିଟ୍‌ନୀ ତାଙ୍କର ରୋଗ ସମ୍ପର୍କରେ ଏକ ପୋଷ୍ଟରେ ବିସ୍ତତ ଭାବେ ଲେଖିଛନ୍ତି । ‘ମୁଁ ଏପର୍ଯ୍ୟନ୍ତ ନାଚି ଆସୁଛି, ତେବେ ମୋର ଡାହାଣ ପଟ ନର୍ଭ ଡ୍ୟାମେଜ ହୋଇଯାଇଛି । ମୋତେ ଲାଗୁଛି ଉପରବାଲା ଛଡା ଏହାର କୌଣସି ଚିକିତ୍ସା ନାହିଁ ।’ ବହୁବାର ନର୍ଭ ଡ୍ୟାମେଜ ହୋଇଥାଏ ଯେତେବେଳେ ମସ୍ତିସ୍କରେ ଠିକ ଭାବେ ଅକ୍ସିଜେନ ପହଞ୍ଚି ପାରିନଥାଏ । ବ୍ରେନ ପ୍ରାୟ ବନ୍ଦ ହୋଇଯାଇଥାଏ । ବ୍ରେନ ଡ୍ୟାମେଜ କାରଣରୁ ଶରୀରର ଅନ୍ୟ ଅଂଶ ନିଶ୍ଚେତ ହୋଇଯାଇଥାଏ ।

ସୋସିଆଲ ମିଡିଆରେ ଦେଲେ ରୋଗର ସୂଚନା

ଏହି ପୋଷ୍ଟରେ ବ୍ରିଟ୍‌ନୀ ଲେଖିଛନ୍ତି ‘ ମୁଁ ସପ୍ତାହରେ ୩ ଥର ଉଠିପାରେ, ମୋର ହାତ ପୁରା ନିଶ୍ଚେତ ହୋଇଯାଏ । ଫଳରେ ମୋର ଶରୀର ଡାହାଣ ପାଖରେ ବହୁତ କଷ୍ଟ ପାଇଥାଏ । ଏହି ରୋଗ ବହୁତ ମାରାତ୍ମକ ହୋଇଥାଏ । ତେବେ ବଡ଼ କଥା ହେଉଛି,ଯେବେ ମୁଁ ନାଚିଥାଏ ସେତେବେଳେ ମୋର କଷ୍ଟକୁ ଭୁଲି ଯାଇଥାଏ । ମୋର ଏବେ ଚିକିତ୍ସା ଚାଲିଛି । ହେଲେ ସବୁ ଇଶ୍ୱରଙ୍କ ଉପରେ ଭରଷା, ସମସ୍ତଙ୍କୁ ମୋର ଲଭ୍‌ ବୋଲି ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.