ବଲିଉଡ ଇଣ୍ଡଷ୍ଟ୍ରୀରେ କ୍ୟାରି ମିନାଟିଙ୍କ ଗ୍ରାଣ୍ଡ ଏଣ୍ଟ୍ରି, ଏକତା କପୁରଙ୍କ ଫିଲ୍ମ ‘ଲଭ୍‌, ସେକ୍ସ ଔର୍‌ ଧୋକା ୨’ରେ ଆସିପାରନ୍ତି ନଜର

୨୦୨୧ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲଭ୍‌, ସେକ୍ସ ଔର୍‌ ଧୋକା’ ସହିତ ଏକତା କପୁରଙ୍କ ବାଲାଜୀ ମୋସନ୍ ପିକ୍ଚର୍ସ, ବାଲାଜୀ ଟେଲିଫିଲ୍ସ ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ବର୍ତ୍ତମାନ ଖବର ଆସୁଛି ଯେ ଫେମସ୍‌ ୟୁଟ୍ୟୁବର୍ କ୍ୟାରି ମିନାଟି ଏହି ଫିଲ୍ମର ସିକ୍ୱେଲରେ ନଜର ଆସିପାରନ୍ତିି ।

ଆଜିକାଲି ଏକତା କପୁର ତାଙ୍କ ସୁପରହିଟ୍ ଫିଲ୍ମ ‘ଲଭ୍‌,ସେକ୍ସ ଔର୍‌ ଧୋକା’ର ସିକ୍ୱେଲ ପାଇଁ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଫିଲ୍ମର କାଷ୍ଟ ବିଷୟରେ କିଛି ଆଶ୍ଚର୍ଯ୍ୟଜନକ ଖବର ବାହାରକୁ ଆସୁଛି । ବର୍ତ୍ତମାନ ଫିଲ୍ମରେ କ୍ୟାରି ମିନାଟିଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ୨୦୨୧ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲଭ୍‌, ସେକ୍ସ ଔର୍‌ ଧୋକା’ ସହିତ ଏକତା କପୁରଙ୍କ ବାଲାଜୀ ମୋସନ୍ ପିକ୍ଚର୍ସ, ବାଲାଜୀ ଟେଲିଫିଲ୍ସ ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ବର୍ତ୍ତମାନ ଖବର ଆସୁଛି ଯେ ଫେମସ୍‌ ୟୁଟ୍ୟୁବର୍ କ୍ୟାରି ମିନାଟି ଏହି ଫିଲ୍ମର ସିକ୍ୱେଲରେ ନଜର ଆସିପାରନ୍ତିି । ଏହି ଫିଲ୍ମଟି ଏକ ପ୍ରକାରର କ୍ରାଇମ ଥ୍ରୀଲର ଥିଲା, ତେଣୁ ବର୍ତ୍ତମାନ ନିର୍ମାତାମାନେ ‘ଲଭ୍‌, ସେକ୍ସ ଔର୍‌ ଧୋକା ୨’ ପାଇଁ ପ୍ରସ୍ତୁତ ହେଉଛନ୍ତି । ତେବେ ଦର୍ଶକମାନେ ଏହି ଫିଲ୍ମକୁ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ଫିଲ୍ମ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ କିମ୍ବା କାଷ୍ଟ ବିଷୟରେ କିଛି କୁହାଯାଇ ନାହିଁ । କିନ୍ତୁ ଶୁଣିବାକୁ ମିଳୁଛି ଯେ ଫିଲ୍ମର ଷ୍ଟୋରି ଜଣେ ଗେମରଙ୍କ ବିଷୟରେ ହେବ । ଏହା ସହ ନିର୍ମାତାମାନେ ଏହି ଫିଲ୍ମରେ ୟଙ୍ଗ ଇଣ୍ଟରନେଟ୍ ସେନ୍ସେସ୍ କ୍ୟାରି ମିନାଟିଙ୍କୁ ନେଇ ପାରନ୍ତି । ଏପରି ମଧ୍ୟ କୁହାଯାଉଛି ଯେ ଷ୍ଟୋରିଟି କ୍ୟାରି ମିନାଟିଙ୍କ ପ୍ରକୃତ ଜୀବନ ଉପରେ ଆଧାରିତ ହେବ । ସେଥିପାଇଁ ଅନୁମାନ କରାଯାଉଛି ଯେ ଏହି ଫିଲ୍ମରେ କ୍ୟାରି ମିନାଟି ନଜର ଆସିପାରନ୍ତି । ଫିଲ୍ମ ‘ଲଭ୍, ସେକ୍ସ ଔର୍‌ ଧୋକା ୨’ର ନିର୍ମାତାମାନେ ନୂଆ ମୋସନ ପୋଷ୍ଟରର ଏକ ଝଲକ୍‌ ଦେଖାଇଥିଲେ । ତେବେ ଏହି ମୋସନ ପୋଷ୍ଟରଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ଏହି ପୋଷ୍ଟର ସୋସିଆଲ୍ ମିଡିଆ ଆପ୍ ଆଇକନ୍ ସହିତ ସାମ୍ନାକୁ ଆସିଛି ।

ଫିଲ୍ମ ‘ଲଭ୍‌, ସେକ୍ସ ଔର୍‌ ଧୋକା ୨’ ବର୍ତ୍ତମାନ ସମୟର ରିଲେସନ୍‌ସିପ୍‌କୁ ଦର୍ଶଇପାରେ । ଏହି ଫିଲ୍ମରେ ଲଭ୍‌ , ଧୋକା ଏବଂ ଟେକ୍‌ନଲୋଜି ବିଷୟରେ ରହିଛି । ଏକତା କପୁର ଏବଂ ଶୋଭା କପୁରଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଦିବ୍ୟାକର ବାନାର୍ଜୀ । ଏହି ଫିଲ୍ମଟି ଏପ୍ରିଲ ୧୯ରେ ମୁକ୍ତିଲାଭ କରିବ । ଏବେ ଦେଖିବାରେ ଅଛି ଏହି ଫିଲ୍ମର ପ୍ରଥମ ଭାଗ ଭଳି ଏହାର ଦ୍ୱିତୀୟ ଭାଗ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।