ଫୋର୍ବସ୍ : ସଲମାନ ୩ୟ ଥର ହେଲେ ସବୁଠାରୁ ଧନୀ କଳାକାର, ତେବେ ପ୍ରଥମଥର ତାଲିକାରେ ରହିଛନ୍ତି ଦୀପିକା

ମୁମ୍ବାଇ : ଫୋର୍ବସର ଏବେ ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଥିବା ଭାରତୀୟ କଳାକାରଙ୍କର ତାଲିକା ନିକଟରେ ଜାରି କରିଛି। ଏହି ତାଲିକାରେ ପୁଣି ତତୀୟ ଥର ପାଇଁ ସାମିଲ ହୋଇଛନ୍ତି ବଲିଉଡ଼ର ଭାଇଜାନ୍ ସଲମାନ ଖାନ୍। ସଲମାନ୍ ୧ ଅକ୍ଟୋବର ୨୦୧୭ରୁ ୩୦ ସେପ୍ଟେମ୍ବର ୨୦୧୮ ମଧ୍ୟରେ ୨୫୩.୨୫ କୋଟି ଟଙ୍କା ରୋଜଗାର କରିଛନ୍ତି। ଏହାପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ତାଙ୍କର ବର୍ଷକର ରୋଜଗାର ୨୨୮.୦୯ କୋଟି ରହିଛି। ସେହିପରି ଅକ୍ଷୟ କୁମାର ତୃତୀୟ ନମ୍ବରରେ ରହିଥିବା ବେଳେ ଚତୁର୍ଥ ସ୍ଥାନରେ ରହିଛନ୍ତି ଜଣେ ମାତ୍ର ମହିଳା ଦିପିକା ପାଦୁକୋଣ। ମହେନ୍ଦ୍ର ସିଂ ଧୋନୀ ରହିଛନ୍ତି ପଞ୍ଚମ ସ୍ଥାନରେ।

forbes-india

ଗୋଟିଏ ବର୍ଷ ମଧ୍ୟରେ ସଲମାନଙ୍କ କମାଇ ୯ ପ୍ରତିଶତ ବଢ଼ିଥିବା ବେଳେ ବିରାଟଙ୍କର ବଢ଼ିଛି ୧୨୬ ପ୍ରତିଶତ ବଢ଼ିଛି। ଏହି ପ୍ରକାରରେ ଅକ୍ଷୟ କୁମାରଙ୍କର କମାଇ ୮୮ ପ୍ରତିଶତ ବଢ଼ିଥିବା ବେଳେ ୬୬ ପ୍ରତିଶତ ବଢ଼ିଛି ଦିପିକା ପାଦୁକୋଣଙ୍କର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.