ଦିଲ୍ଲୀପ କୁମାରଙ୍କ ଦୁଇ ଭାଇ କରୋନା ସଂକ୍ରମିତ, ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି

ବଲିଉଡ୍‌ରୁ ଗତ କିଛି ଦିନ ହେବ ଖରାପ ଖବର ଶୁଣିବାକୁ ମିଳୁଛି। ଏବେ ପୁଣିଥରେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଏକ ନେଗେଟିଭ୍‌ ଖବର ସାମ୍ନାକୁ ଆସିଛି। ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଦିଲ୍ଲୀପ କୁମାରଙ୍କ ଦୁଇ ଭାଇ ଅହସାସ୍‌ ଖାନ୍‌ ଓ ଅସଲମ୍‌ ଖାନ୍‌ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କୁ ଏବେ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର ରାତିରେ ଉଭୟ ଭାଇଙ୍କ ଶରୀରରେ ଅମ୍ଳଜାନର ମାତ୍ରା କମ୍‌ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ମେଡିକାଲରେ ଆଡମିଟ୍‌ କରାଯାଇଥିଲା।

dilip2

୮୮ ଓ ୯୦ ବର୍ଷୀୟ ଦୁଇ ଭାଇଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁସାରେ ବୟସାଧିକ କାରଣରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଉଭୟଙ୍କର ରକ୍ତ ଚାପ ଓ ହାର୍ଟ ରୋଗ ମଧ୍ୟ ରହିଛି। ତେବେ ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.