ମୋ ଲୁକ କପି କରୁଛନ୍ତି କହିଲେ ଗୁଲସନ୍ ଗ୍ରୋଭର, ଚୁପ୍ ରହିଛନ୍ତି ତୃତୀୟ ଖାନ୍

ବଲିଉଡର ଖତରନାକ ଖଳନାୟକ ଗୁଲସନ୍ଙ୍କୁ କିଏବା ନ ଜାଣେ। ଏହି ହେଣ୍ଡସମ୍ ଭିଲେନ ହିନ୍ଦୀ ସିନେମା ଜଗତକୁ ବହୁତ ସୁପରହିଟ୍ ସିନେମା ଦେଇଛନ୍ତି। ତାଙ୍କର ସୁପରହିଟ ଫିଲ୍ମ ରକି,ସଦ୍ମା,ଖତ୍ରୋ କେ ଖିଲାଡ଼ି, ରାମ ଲଖନ,ସୌଦାଗର, କୁର୍ବାନ,ଅନାଡ଼ି,ରାଜା ବାବୁ, ମୋହରା ଏମିତି ଅନେକ ଫିଲ୍ମ ଦର୍ଶକଙ୍କ ମନରେ ଏବେ ବି ଘର କରି ରହିଛି ।
ତାଙ୍କୁ ସବୁବେଳେ ନେଗେଟିଭ୍ ଚରିତ୍ରରେ ଦେଖିବାକୁ ମିଳେ ଏବଂ ସେଥି ପାଇଁ ତାଙ୍କୁ ଏକ ଭିନ୍ନ ପରିଚୟ ମଧ୍ୟ ମିଳିଛି। ଏବେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସୈଫ ଅଲ୍ଲୀ ଖାନ,ସଞ୍ଜୟ ଦତ୍ତ ଏବଂ ସୁନିଲ ସେଟ୍ଟୀଙ୍କ ଉପରେ ସେ ଅଭିଯୋଗ କରିଛନ୍ତି।
ଗୁଲସନ୍ ଗ୍ରୋଭରଙ୍କ ପ୍ରିୟ ଖଳନାୟକ:
ଗୁଲସନ୍ ଗ୍ରୋଭର ସବୁବେଳେ ନିଜର ଷ୍ଟାଇଲିସ୍ ଲୁକ୍ ପାଇଁ ମଧ୍ୟ ଚର୍ଚ୍ଚରେ ଥାଆନ୍ତି। ନିକଟରେ ମିଡିଆ ସହିତ କଥା ବାର୍ତ୍ତା ସମୟରେ ତାଙ୍କର ମନ ପସନ୍ଦ ଭିଲେନ୍ କିଏ ବୋଲି ପଚରାଯାଇଥିଲା। ସେ ମଜାଳିଆ ଢଙ୍ଗରେ କହିଥିଲେ, ତାଙ୍କର ପ୍ରିୟ ବନ୍ଧୁ ସୈଫ ଅଲ୍ଲୀ ଖାନ,ସୁନିଲ ସେଟ୍ଟୀ,ସଞ୍ଜୟ ଦତ୍ତ ଏବଂ ଜ୍ୟାକି ଶ୍ରଫଙ୍କ ପାଇଁ ତାଙ୍କୁ ଫିଲ୍ମ ମିଳୁନି।
ଗୁଲସନ୍ ଆହୁରି ମଧ୍ୟ କହିଥିଲେ ଏମାନେ ସବୁ ମୋ ଫିଲ୍ମ ଦେଖନ୍ତି । ଜ୍ୟାକି,ସଞ୍ଜୟ ଏବଂ ସୁନିଲ ମୋ ପରି ଖଳନାୟକ ରୋଲ କରିବା ଆରମ୍ଭ କରିଦେଲେଣି।
ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଅଭିଯୋଗ:
ଆଲୋଚନାରେ ଗୁଲସନ୍ ସୈଫ୍ଙ୍କ ଉପରେ ମଧ୍ୟ ମନ୍ତବ୍ୟ ରଖିଛନ୍ତି, ସେ କହିଛନ୍ତି ସୈଫ୍ ଅଲ୍ଲୀ ଖାନର ଘର ମୋ ଘରଠାରୁ ମାତ୍ର ୧୦୦ ପାଦ ଦୂର ।
ପ୍ରତିଦିନ ସକାଳୁ ସେ ଭାବୁଥିବେ ଆଜି ଦାଢ଼ୀ କେମିତି ଲଗାଇବି, ଆଖିର କଜଳ କେମିତି ଲଗାଇବ, ଲୁକ୍ ଟା କେମିତି ଭଲ ହେବ। ସେ ସୁନିଲ ସେଟ୍ଟୀଙ୍କୁ ମଧ୍ୟ ଛାଡ଼ି ନାହାନ୍ତି, ସେ କହିଛନ୍ତି ସୁନିଲ ତ ଗୋଟେ ଗୁଲସନ୍ ଗ୍ରୋଭର ସେକ୍ସନ କରିଦେଇଛି’।
ହକିମ୍ ବି କରୁଛି ମୋର କପି:
ଗୁଲସନ୍ କହିଛନ୍ତି, ‘ହେୟାର ଷ୍ଟାଇଲିସ୍ଟ ଆଲିମ୍ ହକିମ ମଧ୍ୟ ମୋର କପି କରୁଛି। ଏହି ସମସ୍ତେ ଆଲିମ ପାଖକୁ ଯାଆନ୍ତି ଯିଏ ମୋତେ କପି କରେ ଏବଂ ଯାହା ପାଖରେ ମୋର ସବୁ ଷ୍ଟାଇଲ ଏବଂ ଲୁକ୍ ଫଲୋ କରିବାର ବ୍ୟବସ୍ଥା ଅଛି । ଗୁଲସନ୍ ଗ୍ରୋଭରଙ୍କୁ ସର୍ଟ ଫିଲ୍ମ ‘ବାଜ ଗାଇ ସିଟି’ ରେ ମନୁ ଋଷି ଚଡ୍ଡାଙ୍କ ସହିତ ଦେଖିବାକୁ ମିଳିବ ଏବଂ ତାଙ୍କର ଆଗାମୀ ଫିଲ୍ମ ‘ଇଣ୍ଡିଆନ-୨’ ମଧ୍ୟ ଆସୁଛି। ଯେଉଁଥିରେ କମଲ ହାସନ,ସିଦ୍ଧାର୍ଥ,କାଜଲ ଅଗ୍ରଓ୍ଵାଲ, ରକୁଲ ପ୍ରୀତ୍ ସିଂ ଏବଂ ପ୍ରିୟା ଭବାନୀ ନଜର ଅସିବେ। ତେବେ ଏ ନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ସୈଫ ଅଲ୍ଲୀ ଖାଁ।