ରିଲେନସିପକୁ ନେଇ ଖୁଲାସା କଲେ ଜାହ୍ନବୀ କପୁର, ଇସାନ ଖଟ୍ଟର ନୁହଁ ବରଂ …

ମୁମ୍ବାଇ : ବଲିଉଡ଼ର ନବାଗତ ଅଭିନେତ୍ରୀ ଜାହ୍ନବୀ କପୁର ୨୦୧୮ମସିହାରେ ଧଡ଼କ ଫିଲ୍ମ ଜରିଆରେ ଡ଼େବ୍ୟୁ କରିଛନ୍ତି। ଶ୍ରୀଦେବୀ ତନୟାଙ୍କର ଫିଲ୍ମ ବକ୍ସଅଫିସରେ ଖୁବ୍ ଭଲ କାମ କରିଥିବା ବେଳେ ଏଥିରେ ତାଙ୍କ ସହଅଭିନେତା ସାଜିଥିବା ଇଶାନ ଖଟ୍ଟରଙ୍କ ସହ ସଂପର୍କକୁ ନେଇ ବେଶ ଆଲୋଚନା ହୋଇଥିଲା। କିନ୍ତୁ ଏବେ ସେ ତାଙ୍କ ସଂପର୍କକୁ ନେଇ ସମସ୍ତ ଖୁଲାସା କରିଛନ୍ତି।

ଆଜ୍ଞା ହଁ, ନିକଟରେ ହୋଇଥିବା ଏକ ଇଣ୍ଟରଭ୍ୟୁ ସେ କହିଛନ୍ତି, ଇଶାନଙ୍କ ସହ ତାଙ୍କର ପ୍ରେମ ସଂପର୍କ ରହିନଥିବା ବେଳେ ଅକ୍ଷୟଙ୍କ ସହ ତାଙ୍କର ସଂପର୍କ ନେଇ ଖୁଲାସା କରିଛନ୍ତି।

jhanvi

ଜାହ୍ନବୀ କହିଛନ୍ତି, ମିଡ଼ିଆରେ ମୋର ସଂପର୍କ ଛୁଆ ବେଳର ସାଙ୍ଗ ଅକ୍ଷୟ ରଜତଙ୍କ ସହ ମଧ୍ୟ ଯୋଡ଼ିଥିଲେ। କିନ୍ତୁ ସତକଥା ହେଉଛି ମିଡ଼ିଆ ପାଇଁ ଏବେ ତାକୁ ମୋ ସହ ବାହାରକୁ ଯିବାକୁ ମଧ୍ୟ ଡ଼ର ଲାଗେ। କାରଣ କାଳେ ମୋ ସହ ତାକୁ ଦେଖି ଆମ ସଂପର୍କ ବିଷୟରେ କଥା ହେବା ଆରମ୍ଭ କରିଦେବେ। ଏପରିକି ବାପାଙ୍କ ଜନ୍ମ ଦିନରେ ମଧ୍ୟ ସେ ମିଡ଼ିଆକୁ ଦେଖି ଲୁଚିବା ଆରମ୍ଭ କରିଦେଇଥିଲା।

Janhvi-Kapoor

ସେ କହିଛନ୍ତି, ମୋ ପରିବାରରେ ସବୁବେଳେ ଡ଼େଟିଂକୁ ନେଇ ଚର୍ଚ୍ଚା କରାଯାଇଥାଏ। ଏପରିକି ଯଦି ମୁଁ କାହାକୁ ପସନ୍ଦ କରେ ତାହାଲେ ଆପଣଙ୍କୁ ନିଶ୍ଚିତ ଜଣାଇବି। ମୋ ପରିବାରର କହିବା ଅନୁଯାୟୀ ଘରେ ମୋ ପସନ୍ଦ ଅନୁଯାୟୀ ହିଁ ମତେ ବିବାହ କରାଇବେ।
ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ, ଅନେକ ସମୟରେ ଇଶାନ ଏବଂ ଜାହ୍ନବୀଙ୍କ ସଂପର୍କକୁ ନେଇ ଆଲୋଚନା କରାଯାଇଛି। କିନ୍ତୁ ସବୁଠାରେ ଜାହ୍ନବୀ ଚୁପ୍ ରହିଥିବା ବେଳେ ଦୁହିଁଙ୍କୁ ଅନେକ ସ୍ଥାନରେ ଏକା ସହିତ ଦେଖିବାକୁ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.