ଶିଶୁପୁତ୍ରର ଜନନୀ ହେଲେ କାଜଲ ଅଗ୍ରଓ୍ଵାଲ, ଫ୍ୟାନମାନଙ୍କୁ ଦେଲେ ଖୁସି ଖବର…

ସାଉଥ୍‌ ତଥା ବଲିଉଡ୍‌ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ମା’ ହୋଇଛନ୍ତି। ସେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ସ୍ୱାମୀ ଗୌତମ କିଚଲୁଙ୍କ ସହିତ ଅଭିନେତ୍ରୀ ମାତୃତ୍ୱ ସମୟକୁ ଉପଭୋଗ କରିବାକୁ ପ୍ରସ୍ତୁତ ହୋଇଛନ୍ତି। କପଲ୍‌ ପୁତ୍ର ସନ୍ତାନର ମାଆ, ବାପା ହେବା ପରେ ବହୁତ ଖୁସି ଅଛନ୍ତି। ତେବେ କାଜଲ ନିଜ ପ୍ରେଗ୍‌ନାନ୍ସିର ସୂଚନା ପ୍ରଥମେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଦେଇଥିଲେ। ଏହି ସମୟରେ ନିଜକୁ ଫିଟ୍‌ ରଖିବା ପାଇଁ ସେ ଯୋଗ ଉପରେ ବିଶେଷ ଧ୍ୟାନ ଦେଇଥିଲେ।

କହି ରଖୁଛୁ, ଫେବୃଆରୀ ମାସରେ କାଜଲ ଅଗ୍ରଓ୍ଵାଲଙ୍କ ‘ସାଦ ଖିଆ’ ରୀତି ପାଳନ କରାଯାଇଥିଲା। ଏହାର ଫଟୋଗୁଡ଼ିକ ମଧ୍ୟ ସେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଏଥିରେ କାଜଲ ପିଙ୍କ୍‌ ରଙ୍ଗର ସୁନ୍ଦର ବନାରସୀ ଶାଢି ପିନ୍ଧିଥିଲେ। ଏଥି ସହିତ ମ୍ୟାଚିଂ ବ୍ଲାଉଜ୍‌ ଏବଂ ପାରମ୍ପରିକ ଗହଣା କ୍ୟାରୀ କରିଥିଲେ। ସେହିପରି ଗୌତମ କୁର୍ତ୍ତା-ପାଇଜାମା ସହ ନେହେରୁ ଜ୍ୟାକେଟ୍‌ରେ ନଜର ଆସିଥିଲେ।

ସୂଚନାଥାଉ କି, ଏହି କପଲ୍‌ ୩୦ ଅକ୍ଟୋବର, ୨୦୨୦ରେ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏଥିରେ କେବଳ ଉଭୟ ପରିବାରର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ସାମିଲ ହୋଇଥିଲେ। ଗୌତମ ଓ କାଜଲଙ୍କ ସାକ୍ଷାତ ଏକ କମନ୍‌ ଫ୍ରେଣ୍ଡ୍‌ ମାଧ୍ୟମରେ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇ ଧୀରେ ଧୀରେ ଏହା ପ୍ରେମରେ ବଦଳିଥିଲା। ବିବାହ ଏବଂ ପରେ ପ୍ରେଗ୍‌ନାନ୍ସି ଯୋଗୁ କାଜଲ ବହୁ ଦିନ ହେବ ଇଣ୍ଡଷ୍ଟ୍ରୀରୁ ଦୂରେଇ ଅଛନ୍ତି। ଏବେ ସେ ନିଜର ପୂରା ସମୟ ପୁଅକୁ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.