‘କାନ୍ତାରା ଚାପ୍ଟର ୧’ର ଟିଜର୍‌ ରିଲିଜ୍‌, ଋଷଭ ସେଟ୍ଟିଙ୍କ ଭୟଙ୍କର ଅବତାର ଦେଖି ଟାଙ୍କୁରି ଉଠିବ ଲୋମ

କାନ୍ତାରାର ଅପାର ସଫଳତା ପରେ ନିର୍ମାତାମାନେ ଏବେ ଫିଲ୍ମର ଦ୍ୱିତୀୟ ଭାଗ ‘କାନ୍ତାରା ଚାପ୍ଟର ୧’ ଆଣୁଛନ୍ତି। ନିକଟରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା, ଯାହା ପରେ ଆଜି ଫିଲ୍ମର ପ୍ରଥମ ଲୁକ୍ ଏବଂ ଟିଜର ରିଲିଜ୍ ହୋଇଛି।

କାନ୍ତାରାର ଅପାର ସଫଳତା ପରେ ନିର୍ମାତାମାନେ ଏବେ ଫିଲ୍ମର ଦ୍ୱିତୀୟ ଭାଗ ‘କାନ୍ତାରା ଚାପ୍ଟର ୧’ ଆଣୁଛନ୍ତି। ନିକଟରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା, ଯାହା ପରେ ଆଜି ଫିଲ୍ମର ପ୍ରଥମ ଲୁକ୍ ଏବଂ ଟିଜର ରିଲିଜ୍ ହୋଇଛି। ଉଭୟ ବେଶ୍‌ ଚମତ୍କାର ରହିଛି।

ଏହି ଟିଜରରେ ଅଭିନେତା ତଥା ନିର୍ଦ୍ଦେଶକ ଋଷଭ ସେଟ୍ଟିଙ୍କୁ ଏକ ଭୟଙ୍କର ଏବଂ କୌତୁହଳ ରୂପରେ ଦେଖାଯାଇଛି, ଯାହା ଦର୍ଶକଙ୍କ ହୋଶ୍‌ ଉଡ଼ାଇବାକୁ ଯାଉଛି। ଟିଜର ଦେଖିବା ପରେ ଫିଲ୍ମଟି ପ୍ରଥମ ଭାଗ ଅପେକ୍ଷା ଅଧିକ ରହସ୍ୟମୟ ହେବ ବୋଲି ଆଶା କରାଯାଉଛି।

ଟିଜର ବିଷୟରେ କହିବାକୁ ଗଲେ, ଏଥିରେ ଋଷଭଙ୍କୁ ଭୟାନକ ଜଙ୍ଗଲରେ ଦୌଡ଼ୁଥିବାର ଦେଖାଯାଉଛି। ବ୍ୟାକ୍‌ଗ୍ରାଉଣ୍ଡରେ ଭୟଙ୍କର ସଙ୍ଗୀତ ମଧ୍ୟ ଶୁଣାଯାଉଛି। ଟିଜର ଦେଖିବା ପରେ କାହାର ବି ଲୋମ ଟାଙ୍କୁରି ଉଠିବ।

କହି ରଖୁଛୁ, ଗତବର୍ଷ କାନ୍ତାରା ବିଶ୍ୱସ୍ତରରେ ଏକ ପ୍ରକାର ହଇଚଇ ସୃଷ୍ଟି କରିଥିଲା। ଫିଲ୍ମର କାହାଣୀ ଏବଂ ଅଭିନେତାଙ୍କ ଅଭିନୟ ଦର୍ଶକଙ୍କୁ ଦିଓ୍ଵାନା କରିଦେଇଥିଲା। ବର୍ତ୍ତମାନ ପ୍ରଥମ ଭାଗ ପରେ ପ୍ରଶଂସକମାନେ ଫିଲ୍ମର ପରବର୍ତ୍ତୀ ଭାଗକୁ ମଧ୍ୟ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ଆସନ୍ତା ବର୍ଷ ‘କାନ୍ତାରା ଚାପ୍ଟର-୧’ ୭ଟି ଭାଷା ହିନ୍ଦୀ, କନ୍ନଡ ସହ ତାମିଲ, ତେଲୁଗୁ, ମାଲାୟାଲମ୍, ଇଂରାଜୀ ଏବଂ ବଙ୍ଗଳାରେ ରିଲିଜ୍ ହେବ। ଏହାର ସୁଟଂ ଡିସେମ୍ବର ଶେଷରେ ଆରମ୍ଭ ହେବ। ବର୍ତ୍ତମାନ ସୁଦ୍ଧା ଫିଲ୍ମର କଳାକାରମାନଙ୍କ ବିଷୟରେ ଖୁଲାସା କରାଯାଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.