କେଇ ଘଣ୍ଟା ଭିତରେ ୧୫ ଲକ୍ଷରୁ ଅଧିକ ଲାଇକ୍ସ ପାଇଛି କିଆରାଙ୍କ ଏହି ଫଟୋ, ଥରେ ପକାନ୍ତୁ ନଜର

ବଲିଉଡ ଅଭିନେତ୍ରୀ କିଆରା ଆଡ଼ଭାନୀ ବର୍ତ୍ତମାନ ସମୟରେ ନିଜ ଆଗାମୀ ଫିଲ୍ମ “ଇନ୍ଦୁ କି ଜବାନି’ ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଆସନ୍ତା ଡିସେମ୍ବର ୧୧ ତାରିଖରେ ଏହି ଫିଲ୍ମ ରିଲିଜ ହେବା ନେଇ ସ୍ଥିର ହୋଇଛି । ଯେବେକି ଫିଲ୍ମ ଟିର ନୂଆ ଗୀତ “ହିଲେଁ ଟୁଟ ଗୟି” ଆଜି ରିଲିଜ ହୋଇଛି । ଏହାର ଠିକ ପୂର୍ବରୁ କିଆରା ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ନିଜର ଏକ ବୋଲ୍ଡ ଲୁକର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ କିଆରା ଏକ ଗୋଲଡେନ ରଙ୍ଗର ଚକମକିଆ ଶାଢ଼ୀ ଓ ସାମାନ ରଙ୍ଗର ହାତ କଟା ବ୍ଲାଉଜ ପିନ୍ଧିଥିବାର ନଜର ଆସିଛନ୍ତି । ଏମିତି ଷ୍ଟାଇଲରେ କିଆରା ଶାଢ଼ୀ ଟିକୁ ପିନ୍ଧିଛନ୍ତିଯେ ତାଙ୍କ ଟୋଣ୍ଡ ଫିକିଜ ସ୍ପଷ୍ଟ ଭାବରେ ନଜର ଆସୁଛି । ଏହି ଫଟୋଟି ମାତ୍ର ୩ ଘଣ୍ଟା ଭିତରେ ୧୫ ଲକ୍ଷରୁ ଅଧିକ ଲାଇକ ପାଇ ସାରିଛି । ଯେବେକି କିଛି ଜଣ କମେଣ୍ଟ ସେକ୍ସନରେ ଫାୟାର ଇମୋଜୀ ସେୟାର କରି ନିଜ ସ୍ପଷ୍ଟ ମତ ରଖିଛନ୍ତି ।

 

View this post on Instagram

 

A post shared by KIARA (@kiaraaliaadvani)

କହି ରଖିବା ଉଚିତ ହେବକି “ଇନ୍ଦୁ କି ଜବାନି” ଏକ ହାଲକା ଫୁଲ୍କା କମେଡି ମିଶ୍ରିତ ସିନେମା । ଯେଉଁଥିରେ କିଆରା ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଯିଏ କି ଗାଜିଆବାଦରେ ଏକାକି ବାସ କରୁଥିବା ଜଣେ ମହିଳା । ଆଉ ସେ ନିଜ ଡେଟିଙ୍ଗ ପାଇଁ ଜଣେ ଭଲ ବୟଫ୍ରେଣ୍ଡ ସନ୍ଧାନରେ ଅଛନ୍ତି । କିନ୍ତୁ ଏଥିରେ ସଫଳତା ନ ମିଳିବାରୁ ଡେଟିଙ୍ଗ ଆପ ଗୁଡିକର ସାହାଯ୍ୟ ନେଇଛନ୍ତି । ଏ ଭିତରେ ତାଙ୍କୁ ସାଥି ଟିଏ ମିଳିଥିବା ବେଳେ କିନ୍ତୁ ପର ମୁହୂର୍ତ୍ତରେ ସେ ଜଣେ ପାକିସ୍ଥାନୀ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ସହରରେ ଆତଙ୍କବାଦୀ ମାନେ ପ୍ରାଦୁର୍ଭାବ ଚଳାଇଥିବା ନେଇ ଏକ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଫିଲ୍ମ ଟିର ନିର୍ଦ୍ଦେଶନା ଦାୟିତ୍ୱରେ ଅବିର ସେନଗୁପ୍ତା ଥିବା ବେଳେ ହିରୋ ଭୂମିକାରେ ଅଛନ୍ତି ଆଦିତ୍ୟ ସିଲ । ଏହା ପୂର୍ବରୁ କିଆରାଙ୍କ ଅଭିନୀତ ଲକ୍ଷ୍ମୀ ରିଲିଜ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.