ସଲମାନଙ୍କ ଛାଇରୁ ବାହାରିଲେ ହିଁ ନିଜର ପରିଚୟ ମିଳିପାରିବ : ଲୁଲିଆ

ଭାଇଜାନ ସଲମାନ ଖାନଙ୍କ ସହ ଯିଏ ବି କ୍ୟାମେରା ସାମନାକୁ ଆସିଲା, ସେ ହୋଇଗଲା ରାତାରାତି ହାଇଲାଇଟ । ଆଉ ଯଦି କେଉଁ ଆକ୍ଟ୍ରେସ ଅବା ମଡେଲ ତେବେ ତ ଚର୍ଚ୍ଚା ଥମେ ନାହିଁ । ଏହାରି ଭିତରେ ସୁପରଷ୍ଟାର ସଲମାନଙ୍କ ସହ ବହୁ ଅଭିନେତ୍ରୀଙ୍କ ନାଁ ଯୋଡାଯାଇଚି । ଏମିତିକି ଅନେକ ସଲମାନଙ୍କ ହାତଧରି ଇଣ୍ଡଷ୍ଟ୍ରିରେ ଆସିବା ଆଉ ତିଷ୍ଟିବା ଏକଥା ଅଛପା ନାହିଁ । ତଥାପି ପରବର୍ତ୍ତୀ ସମୟରେ କେହି ବି ତିଷ୍ଟି ନାହାନ୍ତି ଏହି ବିରାଟ ଷ୍ଟାରଙ୍କ ଷ୍ଟାରଡମ ଆଗରେ ।

lulia and salman4
Pc-Bollywood Life

ଅଭିନେତା ସଲମାନ ଖାନଙ୍କ ସହ ରହିଥିବା ଗୁଜବ ସମ୍ପର୍କ ପାଇଁ ଲୁଲିଆ ଭାଣ୍ଟୁର ସବୁବେଳେ ଚର୍ଚ୍ଚାରେ । ଏମିତିକି ସେ ପାରିବାରିକ ହେଉ ଅବା ଅନ୍ୟସ୍ଥାନରେ ପ୍ରାୟ ସ୍ପଟ ହୋଇଥାନ୍ତି ଦୁହେଁ । ହେଲେ ଲୁଲିଆ ଏୟାଏଁ ନିଜର କୌଣସି ବି ଏଭଳି ଛାପ ଛାଡିନାହାନ୍ତି ଯେଉଁଥିପାଇଁ ଦର୍ଶକ ତାଙ୍କୁ ପସନ୍ଦ କରିବେ । ଏହାରି ଭିତରେ ଲୁଲିଆ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ତାଙ୍କର ପରିଚୟ ଖୋଜି ପାଉନାହାନ୍ତି ଅର୍ଥାତ ତାଙ୍କ ନିଜର କୌଣସି ପରିଚୟ ସେ ଏଯାଏଁ ବନାଇ ପାରିନାହାନ୍ତି । ଏକଥା ସହ ଲୁଲିଆ ଏହା ମଧ୍ୟ କହିଛନ୍ତି କି ସଲମାନଙ୍କ ଛାଇରୁ ବାହାରକୁ ଯିବା ଆବଶ୍ୟକ । କାରଣ ସମସ୍ତେ ନିଜ କାମ ପାଇଁ ସମାନ୍ନିତ ହେବାକୁ ଚାହାନ୍ତି । କାହା ସହ ଜଡିତ ହୋଇ ନୁହେଁ ।

lulia and salman2
Pc-Newsmobile

ଭାଇଜାନଙ୍କ ସହ କାମ କରିବାକୁ ନେଇ ଲୁଲିଆଙ୍କର କହିବା କଥା କି ଏହା ନିଶ୍ଚୟ ଗୌରବର ବିଷୟ । କିନ୍ତୁ ଏ ସମୟରେ ସେ ନିଜ ପାଇଁ ପରିଚୟ ସୃଷ୍ଟି କରିବାକୁ ଚାହୁଥିଲେ । କାରଣ ଲୋକେ ତାଙ୍କୁ ଏତେ ଭଲରେ ଜାଣିନାହାନ୍ତି ଆଉ ଏହା କରିବା ଜରୁରୀ ଅଟେ । ତେବେ ସଲମାନଙ୍କ ଛାଇରୁ ବାହାରିବା କେତେ ସହଜ କିମ୍ବା କଷ୍ଟ ପଚରାଯିବାରୁ ସେ କହିଛନ୍ତି କି ନିଜକୁ ଏକ୍ସଟ୍ରା ଏଫର୍ଟ ଦେବାକୁ ପଡିବ । ଅବଶ୍ୟ ଏପରି କରି ଆଗକୁ ସୁବିଧା ହେଉ ଅବା ଅସୁବିଧା । କଣ ହେଉଛି ତାହା ତ ପରବର୍ତ୍ତୀ ସମୟରେ କହିବ । କିନ୍ତୁ ଭବିଷ୍ୟତରେ ଏସବୁ ଅଭିଜ୍ଞତା ବହୁତ ସାହାଯ୍ୟ କରିବ । ସଲମାନଙ୍କ ବିଷୟରେ ଲୁଲିଆ କହିବାକୁ ଚାହିଁଛନ୍ତି କି ସେଭଳି ଅଭିନେତାଙ୍କ ଅଭିଜ୍ଞତା ବହୁତ ସାହାୟ୍ୟ କରିଥାଏ । ହେଲେ ସବୁ ପରେ ବି ନିଜ କାମ ପାଇଁ ହିଁ ପୁରସ୍କାର ମିଳିଥାଏ, ସମ୍ମାନ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.