ଫଟୋ ସେୟାର କରି ଦୁର୍ଘଟଣାରେ ଆଘାତ ଲାଗିଥିବା ଚିହ୍ନକୁ ଫ୍ୟାନ୍ସ ମାନଙ୍କୁ ଦେଖାଇଲେ ମଲ୍ଲାଇକା, କହିଲେ- ସେହି ମୁହୂର୍ତ୍ତକୁ ମନେ ପକାଇବାକୁ ଚାହୁଁ ନାହିଁ

ଅଭିନେତ୍ରୀ ମଲ୍ଲାଇକା ଆରୋରା ମୁସ୍କିଲ ସମୟକୁ ଖୁବ ଭଲ ଭାବରେ ସାମ୍ନା କରିବା ଜାଣିଛନ୍ତି। ୨ ଏପ୍ରିଲରେ ମଲ୍ଲାଇକାଙ୍କ କାର ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣା ବିଷୟରେ ମଲ୍ଲାଇକା ଅନେକ ଥର କହିଛନ୍ତି। ଏହା ପରଠାରୁ ସେ ଆଘାତରେ ଅଛନ୍ତି ବୋଲି କହିଥିଲେ। ଏଭଳି ପରିସ୍ଥିତିରେ ମଲ୍ଲାଇକାଙ୍କ କାର ଦୁର୍ଘଟଣାରେ ହୋଇଥିବା ଆଘାତର ଚିହ୍ନ ଦେଖାଇଛନ୍ତି ।

ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲା ଖୋପୋଲି ଠାରେ ୩ଟି ଗାଡ଼ି ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ ମଲ୍ଲାଇକାଙ୍କ ଗାଡ଼ି ବି ଦୁର୍ଘଟଣା ଶିକାର ହୋଇଥିଲା ଏହି ଦୁର୍ଘଟଣାରେ ଅଭିନେତ୍ରୀ ସାମାନ୍ୟ ଆହତ ହୋଇଥିଲେ। ତେବେ ମଲ୍ଲାଇକାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହା ପରେ ତାଙ୍କୁ ମୁମ୍ବାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ରାତିରେ ଡାକ୍ତରଖାନାରେ ରଖିବା ପରେ ତା ପର ଦିନ ତାଙ୍କୁ ଘରକୁ ପଠାଯାଇଥିଲା।

ବର୍ତ୍ତମାନ ମଲ୍ଲାଇକା ଇନଷ୍ଟାଗ୍ରାମରେ ତାଙ୍କ ଆଘାତ ଚିହ୍ନର ଫଟୋ ସେୟାର କରିଛନ୍ତି। ଫଟୋରେ ମଲ୍ଲାଇକା ଆରୋରା କାରରେ ବସି ଗ୍ରୀନ ଜୁସ ପିଉଛନ୍ତି। ଏହି ସମୟରେ ତାଙ୍କ କପାଳରେ ଏକ ବଡ଼ ଆଘାତ ଚିହ୍ନ ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମଲ୍ଲାଇକା ତାଙ୍କ ଆଘାତକୁ ଲୁଚାଇ ରଖିଥିଲେ। କିନ୍ତୁ ଏବେ ସେ ପ୍ରଥମ ଥର ପାଇଁ ଏହାକୁ ଫ୍ୟାନ୍ସ ମାନଙ୍କୁ ଦେଖାଇଛନ୍ତି।

ଦୁର୍ଘଟଣା ପରେ ମଲ୍ଲାଇକା ଆରୋରା ସୁଟିଂରୁ ଛୁଟି ନେଇଥିଲେ । ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ତାଙ୍କର ଅନେକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଏହି ଦୁର୍ଘଟଣା ବିଷୟରେ ମଲ୍ଲାଇକା ଆରୋରା କହିଥିଲେ, ସେ ମୁହୂର୍ତ୍ତକୁ ମୁଁ ମନେ ପକାଇବାକୁ ଚାହେଁ ନାହିଁ। କିନ୍ତୁ ଏପରି ଘଟଣାକୁ ମୁଁ କେବେ ଭୁଲି ପାରିବି ନାହିଁ। ଏବେ ଶାରୀରିକ ଭାବେ ମୁଁ ସୁସ୍ଥ ଅଛି। କିନ୍ତୁ ଏହି ଜିନିଷ ମୋ ମନରୁ ବାହାରୁନାହିଁ। ଯଦି ମୁଁ ଏକ ଫିଲ୍ମ ଦେଖୁଛି ସେଥିରେ ଯଦି ଏକ ଦୁର୍ଘଟଣା ଦୃଶ୍ୟ ଏବଂ ରକ୍ତ ଦେଖୁଛି, ତେବେ ମୁଁ ଚକିତ ହୋଇଯାଉଛି ।

ଏହା ବ୍ୟତୀତ ମଲ୍ଲାଇକା ଆରୋରା ଦୁର୍ଘଟଣାର ଦୃଶ୍ୟ ତାଙ୍କ ସାମ୍ନାରେ କିପରି ଥିଲା ତାହା କହିଥିଲେ। ଏବେ ମଲାଇକା ଆରୋରା ସୁଟିଂ ଫେରିଛନ୍ତି। କିଛି ଦିନ ପୂର୍ବରୁ, ସେ ରେଷ୍ଟୁରାଣ୍ଟରେ ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.