ମାନୁଷୀ ଛିଲର ବୋଲ୍ଡ ଲୁକ୍ ଫଟୋ ସେୟାର କରି ଲେଖିଲେ ଏମିତି କ୍ଯାପସନ, ଯାହା ସମସ୍ତଙ୍କୁ କରୁଛି ପାଗଳ

ମିସ୍ ଇଣ୍ଡିଆ ମାନୁଷୀ ଛିଲର ଯାହାଙ୍କୁ ଦେଖି ଫ୍ଯାନଙ୍କ ହୃଦ୍‌ ସ୍ପନ୍ଦନ ବଢ଼ିଯାଏ। ଏମିତି ଏକ ଫଟୋ ମାନୁଷୀ ପୋଷ୍ଟ କରିଛନ୍ତି, ଯାହାକୁ ଦେଖି ପ୍ରଶଂସକ ପାଗଳ ହୋଇଗଲେଣି। ମାନୁଷୀ ସୁଇମିଂ ପୁଲରେ ଫଟୋ ପୋଜ୍ ଦେଉଥିବା ନଜର ଆସିଛନ୍ତି। ତାଙ୍କର ଏପରି ବୋଲ୍ଡ ଲୁକ୍ ସମସ୍ତଙ୍କ ପସନ୍ଦ ଆସୁଛି।

ଏହି ଫଟୋରେ ମାନୁଷୀ ମଧ୍ୟ ମନକୁ ଛୁଇଁଲା ଭଳି କ୍ଯାପସନ ଦେଇଛନ୍ତି। ମାନୁଷୀ ନିଜକୁ ଏକ ମାଛ ସହ ତୁଳନା କରି ଲେଖିଛନ୍ତି ‘ କ୍ଲୋରିନ ପାଣିର ମାଛ’ । ଯାହା ସମସ୍ତଙ୍କୁ ଆକର୍ଷିତ କରୁଛି। ମାନୁଷୀଙ୍କ ଏପରି ଫଟୋରେ ଫ୍ଯାନ୍ କମେଣ୍ଟ ନ କରି ରହିପାରୁନାହାନ୍ତି।

 

View this post on Instagram

 

A post shared by Manushi Chhillar (@manushi_chhillar)


ଏହା ପୂର୍ବରୁ ମାନୁଷୀ ଛିଲର ଏମିତି କେତେକ ଫଟୋ ସେୟାର କରିଛନ୍ତି, ଯାହା ସବୁବେଳେ ପ୍ରଶଂସା ସାଉଁଟିଛି । କେତେବେଳେ ବିକିନି ପୋଜ୍ ତ କେବେ ବିଚ୍ ରେ ମଜା କରୁଥିବାର ଫଟୋ। ସୂଚନାଯୋଗ୍ଯ, ମାନୁଷୀ ବଲିଉଡରେ ଖିଲାଡି ଷ୍ଟାରଙ୍କ ସହିତ ଡେବ୍ଯୁ କରିବାକୁ ଯାଉଛନ୍ତି। ଅକ୍ଷୟ କୁମାରଙ୍କ ସହିତ ପୃଥ୍ଵୀରାଜରେ ନଜର ଆସିବେ ମାନୁଷୀ। ଯାହାର କିଛି ଫଟୋ ସେ ସେୟାର କରିଛନ୍ତି। ଫଟୋରେ ଅକ୍ଷୟ କୁମାର ଏବଂ ମାନୁଷୀଙ୍କ କେମିଷ୍ଟ୍ରି ନଜର ଆସୁଛି। ଏହି ଫିଲ୍ମ ରିଲିଜକୁ ଦର୍ଶକେ ଚାହିଁ ବସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.