‘ରୂପ୍‌ ତେରା ମସ୍ତାନା’ର ରିମେକ୍‌ କଲେ ମିକା ସିଂହ, ଆଜି ରିଲିଜ୍‌ ହେଲା ଟିଜର

ପୁରୁଣା ଏଭରଗ୍ରୀନ୍‌ ଗୀତକୁ ନୂଆ ବିଟ୍‌ସ ଓ ଧୂନ୍‌ରେ ସଜାଇ ରିମେକ୍‌ ତିଆରି କରିବା ବଲିଉଡ୍‌ର ଏକ ଟ୍ରେଣ୍ଡ୍‌ ପାଲଟିଛି। ତମ୍ମା ତମ୍ମାଠୁ ଆରମ୍ଭ କରି ଆଂଖ ମାରେ ଭଳି ଗୀତର ରିମେକ୍‌ ସମସ୍ତଙ୍କୁ ପସନ୍ଦ ଆସିଛି। ଏବେ ଏହି ଧାରାରେ ସାମିଲ ହୋଇଛି ‘ରୂପ ତେରା ମସ୍ତାନା’ ଗୀତ।

ମିକା ସିଂହ ନିଜ ଅନ୍ଦାଜ୍‌ରେ ଏହି ଗୀତକୁ ରିମେକ୍‌ କରିଛନ୍ତି, ଯାହାର ଟିଜର ଆଜି ରିଲିଜ୍‌ ହୋଇଛି। ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି ଫିରୋଜ ଖାନ୍‌। ଏହି ଗୀତରେ ଇଟାଲିୟାନ୍‌ ମଡେଲ ତଥା ଅଭିନେତ୍ରୀ ଜର୍ଜିଆ ଏଣ୍ଡ୍ରିୟାନୀ ମିକା ସିଂହଙ୍କ ସହ ପାଦରେ ପାଦ ମିଶାଇ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହି ଗୀତ ନଭେମ୍ବର ୨୭ରେ ରିଲିଜ୍‌ ହେବ।


ପ୍ରକାଶ ଯେ ‘ରୂପ୍‌ ତେରା ମସ୍ତାନା’ ଗୀତକୁ କିଶୋର କୁମାର ଗାଇଥିଲେ। ଏହା ଏକ ଏଭରଗ୍ରୀନ୍‌ ଗୀତ ଭାବେ ଜଣାଶୁଣା।

Leave A Reply

Your email address will not be published.