ଧରାପଡ଼ିଲା ପ୍ରିୟଙ୍କାଙ୍କ ନିର୍ବନ୍ଧ ମୁଦି

ମୁମ୍ବାଇ : ନିକ୍‌ ଜୋନାସଙ୍କ ସହ ପ୍ରିୟଙ୍କା ଚୋପ୍ରାଙ୍କର ନିର୍ବନ୍ଧ ହୋଇଛି କି ନାହିଁ, ତାକୁ ନେଇ ସସପେନ୍ସ ଜାରି ରହିଛି । ଏବେ ପ୍ରିୟଙ୍କା ଯୁଆଡ଼େ ଯାଉଛନ୍ତି ତାଙ୍କ ପଛରେ ଘୂରି ବୁଲୁଛି କ୍ୟାମେରା ମ୍ୟାନଙ୍କ ଆଖି । ତାଙ୍କ ହାତ ଉପରେ ନଜର ରହିଛି । ସେ କିଭଳି ମୁଦି ପିନ୍ଧିଛନ୍ତି ତାକୁ ଦେଖିବାକୁ ଓ ଦେଖାଇବାକୁ । ତେବେ ଅନେକ ଜାଗାରେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା । କାରଣ ପିସି ଓରଫ ପ୍ରିୟଙ୍କା ହାତ ଲୁଚାଇ ଦେଉଥିଲେ । ଏବେ ଧରାପଡ଼ିଛନ୍ତି ଏକ ଫଟୋରେ । ଡ୍ରେସ୍‌ ଡିଜାଇନର ମନୀଷ ମାଲହୋତ୍ରାଙ୍କ ଏକ ପାଟିର ଯୋଗ ଦେବା ବେଳେ ରବିନାଙ୍କ ସହ କୋଳାକୋଳି ହୋଇଥିଲେ । ସେତିକି ବେଳେ କ୍ୟାମେରା କ୍ଲକ୍‌ ଧରି ନେଇଛି ପ୍ରିୟଙ୍କାଙ୍କ ଆଙ୍ଗୁଠିରେ ଥିବା ହୀରା ମୁଦିକୁ । ନିକ୍‌ ଏହି ଦାମୀ ମୁଦିକୁ ପ୍ରିୟଙ୍କାଙ୍କ ପାଇଁ କୁଆଡ଼େ ବହୁତ ଖୋଜି ଖୋଜି ଆଣିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.