ରାଜ କପୁରଙ୍କ ପ୍ରାସାଦକୁ ମ୍ୟୁଜିୟମ୍‌ କଲେ ପାକ୍‌ ସରକାର, ଖୁବ୍‌ଶୀଘ୍ର ଦିଲ୍ଲୀପ କପୁରଙ୍କ ଘରର ବି ହେବ ସଂରକ୍ଷଣ

ବଲିଉଡ୍‌ର ବରିଷ୍ଠ ଅଭିନେତା ରାଜ କପୁର ଓ ଦିଲ୍ଲୀପ କପୁରଙ୍କ ପାକିସ୍ଥାନସ୍ଥିତ ପୈତୃକ ଆବାସକୁ ପୁନରୁଦ୍ଧାର କରାଯାଇଛି। ଏହି ଦୁଇ ଅଭିନେତା ପାକିସ୍ତାନର ପେଶଓ୍ଵାରର ଯେଉଁଠାରେ ରହୁଥିଲେ, ସେଠାରେ ଆଜି ବି ସେ ଘର ଅଛି। କିଛି ଦିନ ତଳେ ଖବର ଆସିଥିଲା ଯେ ଉକ୍ତ ଘର ଜରାଜୀର୍ଣ୍ଣ ଅବସ୍ଥାରେ ଅଛି, ଏହା ପରେ ପାକିସ୍ତାନ ସରକାର ଏହାକୁ ସଂରକ୍ଷିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ପାକ୍‌ ସରକାର ଉକ୍ତ ଘରକୁ ସଜାଡ଼ି ମ୍ୟୁଜିୟମ୍‌ରେ ପରିଣତ କରିଛନ୍ତି।

raj2

ଏହି ପ୍ରାସାଦ ଖୁବ୍‌ ବଡ଼ ଓ ଏଥିରେ ୪୦ଟି କୋଠରୀ ରହିଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ପ୍ରାସାଦର ଅନେକ କାନ୍ଥ ଭାଙ୍ଗି ପଡ଼ିଥିଲା ଓ କାଠ କାମ ବି ଖରାପ ହୋଇଯାଇଥିଲା। ଏହି ପ୍ରାସାଦକୁ ଇଂରେଜ ଅମଳରେ ଡିଜାଇନ୍‌ କରାଯାଇଥିଲା। ପାକ୍‌ ସରକାର ଏହା ପୁନଃଉଦ୍ଧାର କରି ଏହାକୁ ଲୋକଙ୍କ ପାଇଁ ମ୍ୟୁଜିୟମ୍‌ କରି ଦେଇଛନ୍ତି।

raj3

ପ୍ରକାଶ ଯେ ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ ମଧ୍ୟ ପେଶଓ୍ଵରର ବାସିନ୍ଦା। ତାଙ୍କ ପୈତୃକ ଘର ଏବେ ମଧ୍ୟ ପେଶଓ୍ଵାରରେ ଅଛି। ମାତ୍ର ତାହା ଏବେ ଶୋଚନୀୟ ଅବସ୍ଥାରେ। ଶାହାରୁଖଙ୍କ ବାପା ସ୍ୱାଧୀନତା ପୂର୍ବରୁ ଦିଲ୍ଲୀ ଚାଲି ଆସିଥିଲେ ଓ ତା’ପରଠୁ ତାଙ୍କ ପରିବାର ମଧ୍ୟ ଏଠାରେ ରହୁଛନ୍ତି। ଏବେ ବି ଶାହାରୁଖଙ୍କ ପରିବାରର କିଛି ଲୋକ ପାକିସ୍ତାନରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.