ରୁବିନା ଦିଲେକ୍‌ଙ୍କ ଡେବ୍ୟୁ ଫିଲ୍ମରେ ହିରୋ ହେବେ ରାଜପାଲ ଯାଦବ, ମାଗିଲେ ମାତ୍ର ୧.୨୫ ଟଙ୍କା ଫିସ୍‌

ଗାୟକ ଓ ମ୍ୟୁଜିକ କମ୍ପୋଜରରୁ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଥିବା ପଲାଶ ମୁଚ୍ଛେଲ େଓ୍ଵବ୍‌ ସିରିଜ୍‌ ‘ରିକ୍ସା’ର ସଫଳତା ପରେ ଏବେ ଫିଲ୍ମ ‘ଅର୍ଧ’ର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହି ଫିଲ୍ମରେ ଅଭିନେତା ତଥା କମେଡିଆନ୍‌ ରାଜପାଲ ଯାଦବ ଲିଡ୍‌ ରୋଲରେ ନଜର ଆସିବେ। ତାଙ୍କ ବ୍ୟତୀତ ଫିଲ୍ମରେ ରୁବିନା ଦିଲେକ୍‌ ଓ ହିତେନ୍‌ ତେଜବାନୀ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଆସନ୍ତା ସେପ୍ଟେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ। ଏହି ଫିଲ୍ମ ମାଧ୍ୟମରେ ରୁବିନା ଦିଲେକ୍‌ ବଲିଉଡ୍‌ରେ ଡେବ୍ୟୁ କରିବେ।

ଏନେଇ ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ପଲାଶ କହିଛନ୍ତି, ରାଜପାଲଙ୍କୁ ମୁଁ ‘ଅର୍ଧ’ର କାହାଣୀ ଶୁଣାଇବା ପରେ ସେ ଖୁବ୍‌ ଖୁସି ହୋଇଥିଲେ। ସେ କହିଲେ, ପଲାସ ମୋ ଫିସ୍‌ ୧.୨୫ ଟଙ୍କା। ବାକି ତତେ ଯାହା ଠିକ୍‌ ଲାଗିବ ଦେଇଦେବୁ। ରାଜପାଲ ଜୀଙ୍କ ଏହି କଥା ଶୁଣି ମତେ ବି ବିଶ୍ୱାସ ହୋଇଗଲା ଯେ ଯଦି ତାଙ୍କୁ ଫିଲ୍ମ ପସନ୍ଦ ଆସିଲା ତେବେ ଏହା ଦର୍ଶକଙ୍କୁ ବି ପସନ୍ଦ ଆସିବ।

 

View this post on Instagram

 

A post shared by Palaash Muchhal (@palash_muchhal)

ତେବେ ଫିସ୍‌ ବାବଦରେ ରାଜପାଲ ଯାଦବ କହିଛନ୍ତି, ଯେତେବେଳେ ଜଣେ ଫିଲ୍ମ ତିଆରି କରନ୍ତି ସେଥିରେ ତାଙ୍କ ଇଚ୍ଛା ଓ କରିବା ମନୋବୃତ୍ତି ଥାଏ। ସେହି ଜୋଶ୍‌ ମୁଁ ପଲାଶଙ୍କ ଠାରେ ଦେଖିବାକୁ ପାଇଥିଲି। ତେଣୁ ମୁଁ ତାଙ୍କୁ ୧.୨୫ ଟଙ୍କା ଫିସ୍‌ କହିଛି। ଥିଏଟର କରିବା ବେଳେ ମୋତେ ଲିଡ୍‌ ରୋଲ୍‌ ମିଳୁଥିଲା। କିନ୍ତୁ ପରେ ଫିଲ୍ମରେ ମୋତେ ଛୋଟ ଓ ଦମ୍‌ଦାର ରୋଲ୍‌ ମିଳିଲା। କିନ୍ତୁ ପଲାଶଙ୍କ ଫିଲ୍ମ ଅର୍ଧରେ ପୁଣିଥରେ ମୋତେ ଲିଡ୍‌ ରୋଲ୍‌ ମିଳିବ। ଏହି ରୋଲ୍‌କୁ ମୁଁ କେବେ ଠୁ ଅପେକ୍ଷା କରିଥିଲି। ଏହା ଦର୍ଶକଙ୍କୁ ବି ପସନ୍ଦ ଆସିବ ବୋଲି କହିଛନ୍ତି ରାଜପାଲ ଯାଦବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.