ଟୋକିଓ ଅଲିମ୍ପିକସ: ଭାରତର ଭାଙ୍ଗିଲା ଅଲିମ୍ପିକ ସ୍ବର୍ଣ୍ଣ ପଦକ ଆଶା, ଏବେ ଲଢ଼ିବ ବ୍ରୋଞ୍ଜ ପାଇଁ

ନିରାଶ କଲା ଭାରତ। ମଉଳିଲା ସ୍ବର୍ଣ୍ଣ ପଦକ ଜିତିବା ଆଶା। ଭାରତକୁ ହରାଇ ୫-୨ରେ ଜିତିଲା ବେଲଜିୟମ୍। ଭାରତୀୟ ପୁରୁଷ ହକି ଟିମ୍ ଫାଇନାଲରୁ ବାହାରିଲା। ତେବେ ପଦକ ପାଇବା ଆଶା ଏବେ ବି ଯାଇନାହିଁ। ଏବେ ବ୍ରୋଞ୍ଜ ପାଇଁ ଲଢ଼ିବ ଭାରତ।

ସୂଚନାଯୋଗ୍ୟ ଯେ ଆଜି ଅଲିମ୍ପିକ୍ସରେ ଭାରତ-ବେଲଜିୟମ ମଧ୍ୟରେ ସେମିଫାଇନାଲ ଅନୁଷ୍ଠିତ ହୋଇଛି । ୪୯ ବର୍ଷ ପରେ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା ଭାରତ। ଭାରତୀୟ ସମର୍ଥକମାନେ ଖୁବ ଉତ୍ସାହର ସହ ମ୍ୟାଚ ଦେଖିଥିଲେ ମଧ୍ୟ ନିରାଶ ହୋଇଛନ୍ତି। ପ୍ରକାଶ ଯେ ୧ ତାରିଖରେ ପୁରୁଷ ଟିମ୍‌ କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ୩-୧ରେ ପରାସ୍ତ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.