ଆଗାମୀ ଫିଲ୍ମ ଡଙ୍କିରେ ନଜର ଆସିବେ ଶାହରୁଖ

ଆଗାମୀ ‘ଡଙ୍କି’ରେ ଶାହରୁଖ । ମାନେ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଆଗାମୀ ପ୍ରୋଜେକ୍ଟ ‘ଡଙ୍କି’ରେ ନଜର ଆସିବେ କିଙ୍ଗ ଖାନ୍ । ଆଜି ଏନେଇ ଶାହରୁଖ ଖାନ୍ ଅଫିସିଆଲି ଅନାଉନ୍ସମେଣ୍ଟ କରିଛନ୍ତି । ୨୦୨୩ ଡିସେମ୍ବର ୨୨ରେ ରିଲିଜ ହେବ ଫିଲ୍ମ । ଫିମେଲ ଲିଡରେ ଅଛନ୍ତି ତାପସୀ ପନ୍ନୁ ।

ଶାହରୁଖ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ କିଙ୍ଗ ଖାନ ଓ ହିରାନୀଙ୍କୁ ଏକାଠି ଦେଖିବାକୁ ମିଳୁଛି । ହିରାନୀଙ୍କୁ ନିଜର ସାନ୍ତାକ୍ଲଜ୍ କହିଛନ୍ତି ଶାହରୁଖ , ଏହା ସହ ଏକ ବାର୍ତ୍ତା ସେୟାର କରିଛନ୍ତି । ପିକେ, ଥ୍ରୀ ଇଡିୟଟ, ମୁନା ଭାଇ MBBS ଭଳି ହିଟ୍ ଫିଲ୍ମ କରିଛନ୍ତି ହିରାନୀ ।

Leave A Reply

Your email address will not be published.