କରୋନା ମାଡ଼ : ଆସନ୍ତା ଇଦ୍‌ରେ ମୁକ୍ତିଲାଭ କରିନପାରେ ସଲ୍‌ମାନଙ୍କ ଫିଲ୍ମ ‘ରାଧେ ୟୋର ମୋଷ୍ଟ ଓ୍ଵାଣ୍ଟେଡ୍‌ ଭାଇ’

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଯଦି ଦ୍ରୁତ ଗତିରେ ପୁଣି ବଢ଼େ ତେବେ ସଲ୍‌ମାନ୍‌ ଖାନ୍‌କି ‘ରାଧେ ୟୋର ମୋଷ୍ଟ ଓ୍ଵାଣ୍ଟେଡ୍‌ ଭାଇ’ ଫିଲ୍ମ ଚଳିତ ଇଦ୍‌ରେ ମୁକ୍ତିଲାଭ କରିପାରିବନାହିଁ । ଏହି ଫିଲ୍ମ ଇଦରେ ମୁକ୍ତିଲାଭ କରିବାକୁ ସଲ୍‌ମାନ୍‌ ପ୍ରତିଶ୍ରୁତି ଦେଇଥିଲେ । କାରଣ ସଲମାନ୍‌ଙ୍କ ନିଜ୍‌ ଡାଇଲଗ୍‌ ‘ଏକ୍‌ ବାର୍‌ ଜୋ ମେନେ କମିଟ୍‌ମେଣ୍ଟ କର ଦି….. ହୁଏତ ଏଥର ଭାଙ୍ଗିଯାଇପାରେ । ଚଳିତ ୧୩ ମଇ ଇଦ୍‌ ଅବସରରେ ଫିଲ୍ମ ମୁକ୍ତିଲାଭ କରିବାର ଥିଲା । ହେଲେ ଯେପରି ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ଏହା ଆଗାମୀ ପରବର୍ଷ ଇଦ୍‌ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇପାରେ ବୋଲି ସଲ୍‌ମାନ ଆଶଙ୍କା ଦେଖାଇଛନ୍ତି ।

film radhe..
photo credit: amarujala.com

ଅଭିନେତା କବୀର ବେଦୀ ସମ୍ପର୍କୀତ ଏକ ବହି ଉନ୍ମୋଚନ ଅବସରରେ ସଲ୍‌ମାନ୍‌ ଯୋଗଦେଇ ଏପରି କହିଛନ୍ତି । ସଲ୍‌ମାନ୍‌ କହିଛନ୍ତି ‘ଲୋକେ ଯଦି ସରକାରଙ୍କ କରୋନା ସମ୍ପର୍କୀତ ଗାଇଡ୍‌ଲାଇନ ମାନି ଚଳିବେ ଓ ସାବଧାନ ରହିବେ । ତେେ ବ ହୁଏତ ଚଳିତ ଇଦ୍‌ରେ‘ ରାଧେ ୟୋର୍‌ ମୋଷ୍ଟ ଓ୍ଵାଣ୍ଟେଡ ଭାଇ’ ଫିଲ୍ମ ମୁକ୍ତିଲାଭ କରିପାରେ । ଯଦି କରୋନା ସଂକ୍ରମଣ ଅଣାୟତ ହୁଏ ତେେ ବ ଫିଲ୍ମ ଚଳିତ ଇଦ୍‌ ନୁହେଁ ଆସନ୍ତା ବର୍ଷ ଇଦ୍‌ ପର୍ଯ୍ୟନ୍ତ ଘୁଞ୍ଚିଯାଇପାରେ ବୋଲି ସଲ୍‌ମାନ୍‌ କହିଛନ୍ତି ।

film radhe..
photo credit: amarujala

ଦ୍ୱିତୀୟ କରୋନା ଲହର ମହାରାଷ୍ଟ୍ରରେ ଏବେ ଦ୍ରୁତ ଗତିରେ ବଢ଼ି ଚାଲିଛି । ଏହା ଦେଶର ଅନ୍ୟ ରାଜ୍ୟକୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଛି । ଯଦି ଏପରି ସମସ୍ୟା ଲାଗି ରହେ ତେବେ ଚଳିତ ଇଦ୍‌ରେ ଏହା ଫିଲ୍ମ ହଲ୍‌ରେ ମୁକ୍ତିଲାଭ କରିବା ଅସମ୍ଭବ ହୋଇପଡ଼ିବ । ଗତବର୍ଷ ମଧ୍ୟ ସଲ୍‌ମାନଙ୍କର କୌଣସି ଫିଲ୍ମ ମୁକ୍ତିଲାଭ କରିପାରିନି ।

ଫିଲ୍ମ ‘ରାଧେ ୟୋର ମୋଷ୍ଟ ଓ୍ଵାଣ୍ଟେଡ୍‌ ଭାଇ’ ରେ ସଲ୍‌ମାନଙ୍କ ସହ ଦିଶା ପାଟନୀ, ରଣଦୀପ ହୁଡ୍ଡା ଓ ଜ୍ୟାକି ସ୍ରଫ୍‌ ବିଶେଷ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି କୋରିୟଗ୍ରାଫର ପ୍ରଭୁଦେବା । ଏହାକୁ ଜି ଷ୍ଟୁଡିଓଜ ଫିଲ୍ମ ହଲ୍‌ରେ ମୁକ୍ତିଲାଭ କରିବାକୁ ଥିବାବେଳେ ଓଟିଟିରେ ଏହି ଫିଲ୍ମ ଜି ୫ରେ ରିଲିଜ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.