ମିଠା ଦେଖି ଖୁସିରେ ଝୁମି ଉଠିଲେ ସାରା ଅଲ୍ଲୀ ଖାନ୍‌, କବିଙ୍କ ଭଳି ଗାଇବାକୁ ଲାଗିଲେ ଗୀତ, ଦେଖନ୍ତୁ ଭିଡିଓ

ସାରା ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘ଲଭ ଆଜ କଲ’ ଫେବ୍ରୁଆରୀ ୧୪ ତାରିଖ ଅର୍ଥାତ୍‌ ଭାଲେଣ୍ଟାଇନ୍‌ ଡେ’ରେ ରିଲିଜ୍‌ ହେବାକୁ ଯାଉଛି। ବର୍ତ୍ତମାନ ସାରା କାର୍ତ୍ତିକଙ୍କ ସହ ଫିଲ୍ମର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି। ତେବେ ଇତି ମଧ୍ୟରେ ସାରା ଅଲ୍ଲୀ ଖାନ୍‌ଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାରା ଏବେ ସାୟର ମଧ୍ୟ ହୋଇଗଲେଣି। ଏବେ କବିଙ୍କ ଭଳି ସେ ବିଭିନ୍ନ ପୋଷ୍ଟ ସେୟାର କରୁଛନ୍ତି। ନିକଟରେ ସାରା ତାଙ୍କର ମିଠା ପ୍ରତି ପ୍ରେମକୁ ନେଇ ଭିଡିଓ ସେୟାର କରିଛନ୍ତି।

 

View this post on Instagram

 

Sara ka Sara Khana Sara ka 🍔🍟🍕🥪🍫🍭🍨🍿🧁 #LoveAajKal ❤️

A post shared by Sara Ali Khan (@saraalikhan95) on

ସାରା ଦିଲ୍ଲୀର ମିଠାକୁ ମିସ୍‌ କରି ଲେଖିଛନ୍ତି ‘ଯେତେବେଳେ ଜୋଇ ମିଠା ଦେଖିଲେ ଚାରି ଆଡ଼େ ଖୁସି ଭରିଗଲା, ଦିଲ୍ଲୀ କଥା ତା’ର ମନେ ପଡ଼ିଲା, ଛୋଲେ ଭଟୁର ପ୍ରସ୍ତୁତ ରଖ ଭାଇ’ । ସାରା ପ୍ରାୟତଃ ନିଜ ସୋସିଆଲ ମିଡିଆରେ କିଛି ନା କିଛି ମିଠା ଖାଉଥିବା ଫଟୋ ଓ ଭିଡିଓ ପୋଷ୍ଟ କରିଥାନ୍ତି। ଯେଉଁଥିରୁ ତାଙ୍କର ମିଠା ପ୍ରତି ଲୋଭ ଜଣାପଡ଼େ।

ରିପୋର୍ଟ ମୁତାବକ ସାରା ଅଲ୍ଲୀ ଖାନ୍‌ଙ୍କୁ ଆଗକୁ କୁଲି ନମ୍ବର ୧ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ବରୁନ ଧଓ୍ଵନ ହିରୋ ଭାବେ ସ୍କ୍ରିନ୍‌ ସେୟାର କରିବେ। ଏହା ପରେ ସାରା ଅଲ୍ଲୀ ଖାନ୍‌ ଆନନ୍ଦ ଏଲ ରାୟଙ୍କ ଫିଲ୍ମ ‘ଅତରଙ୍ଗୀ ରେ’ରେ ନଜର ଆସିବେ।

Leave A Reply

Your email address will not be published.