କରୋନା ଭାଇରସ୍‌ ଯୋଗୁ ଅଧିକ ସଂକ୍ରମିତ ହେଉଛନ୍ତି ନବଜାତକ, ଜାଣନ୍ତୁ ଏହି ମାରାତ୍ମକ ଭାଇରସ୍‌ରୁ ବର୍ତ୍ତିବାକୁ ଗର୍ଭବତୀ କ’ଣ କରିବା ଉଚିତ

କରୋନା ଭାଇରସ୍‌ର ଆତଙ୍କ ସାରା ବିଶ୍ୱରେ ଜାରି ରହିଛି। ଏହି ମାରାତ୍ମକ ଭାଇରସ୍‌ ଯୋଗୁ ବର୍ତ୍ତମାନ ଚୀନ୍‌ରେ ପ୍ରାୟ ୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇସାରିଥିବାରୁ କରୋନାରୁ ମୁକ୍ତି ପାଇବାକୁ ସମସ୍ତେ ଚେଷ୍ଟା ଚଳାଇଛନ୍ତି। ନିକଟରେ ଜଣେ ନବଜାତକକୁ କରୋନା ହୋଇଥିବା ଜଣାପଡ଼ିବା ପରେ ଗର୍ଭବତୀମାନେ ଏଥିପ୍ରତି ଅଧିକ ସତର୍କ ହେଉଥିବା ଜଣାଯାଇଛି। ଆସନ୍ତୁ ଜାଣିବା କରେନାରୁ ମୁକ୍ତି ପାଇବାକୁ ଗର୍ଭବତୀମାନେ କି କି ପଦକ୍ଷେପ ନେବା ଜରୁରୀ…

  • ସାଧାରଣତଃ ଗର୍ଭବତୀମାନଙ୍କର ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ ରହିଥାଏ। ଏଣୁ ଯେକୌଣସି ରୋଗ ସେମାନଙ୍କୁ ସଙ୍ଗେ ସଙ୍ଗେ ମାଡ଼ି ବସେ। ଏଣୁ କରେନା ଭଳି ମାରାତ୍ମକ ରୋଗ କବଳରୁ ନିଜକୁ ତଥା ଶିଶୁକୁ ରକ୍ଷା କରିବା ପାଇଁ ଗର୍ଭବତୀ ମହିଳା ନିଜ ଡାଏଟ୍‌ରେ ଏଭଳି ଖାଦ୍ୟ ସେବନ କରନ୍ତୁ, ଯାହା ଶରୀରର ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ କରିବ।

Image result for precautions corona virusfor pregnant lady

  • ଭୋଜନରେ ପ୍ରଚୁରମାତ୍ରାରେ ପୋଷକ ତତ୍ତ୍ୱ ଯୁକ୍ତ ଆହାର ସେବନ କରନ୍ତୁ।
  • ଆମିଷ ଖାଉଥିବା ମହିଳାମାନେ ଅଧା ରନ୍ଧା ବା ସିଝା ଖାଦ୍ୟ ଖାଇବାରୁ ବିରତ ରୁହନ୍ତୁ। ସବୁବେଳେ ସମ୍ପୂର୍ଣ୍ଣଭାବେ ରନ୍ଧା ଯାଇଥିବା ମାଛ ବା ମାଂସ ଖାଆନ୍ତୁ।

Image result for pregnant lady eating

  • ଗର୍ଭବତୀଙ୍କୁ ଭିଡ଼ ବା ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବାକୁ ସାଧାରଣତଃ ବାରଣ କରାଯାଏ। କିନ୍ତୁ ଯଦି କୌଣସି କାରଣବଶତଃ ଗର୍ଭବତୀ ବାହାରକୁ ବା ଭିଡ଼ଥିବା ଜାଗାକୁ ଯାଉଛନ୍ତି, ତେବେ ମୁହଁକୁ କପଡ଼ାରେ ଢାଙ୍କି ରଖନ୍ତୁ କିମ୍ବା ମାସ୍କ ପିନ୍ଧନ୍ତୁ।
  • ହାତକୁ ସବୁବେଳେ ପରିଷ୍କାର ରଖନ୍ତୁ। ଏଥିପାଇଁ ଆଲକୋହଲଯୁକ୍ତ ସାନିଟାଇଜର ବ୍ୟବହାର କରିପାରିବେ।

Image result for hand wash

  • ବାହାରୁ ଘରକୁ ଫେରିବା ପରେ ହାତ ଗୋଡ଼କୁ ପରିଷ୍କାର ଭାବେ ଧୁଅନ୍ତୁ।
  • ଖାସ୍‌ କରି ଟଏଲେଟ୍‌ ବ୍ୟବହାର କରିସାରିବା ପରେ ଓ ଖାଦ୍ୟ ଖାଇବା ପୂର୍ବରୁ ହାତକୁ ହ୍ୟାଣ୍ଡ ଓ୍ଵାଶ୍‌ରେ ଭଲ ଭାବେ ଧୁଅନ୍ତୁ।

Image result for pregnant lady in mask

  • ଗର୍ଭବତୀଙ୍କୁ ଖୁବ୍‌ ଶୀଘ୍ର ଇନ୍‌ଫେକ୍ସନ୍‌ ହୋଇଥାଏ। ଏଥିପ୍ରତି ସାବଧାନତା ଅବଲମ୍ବନ କରିବା ଜରୁରୀ। ଏଣୁ ଜଙ୍ଗଲୀ ଜୀବଜନ୍ତୁଙ୍କ ଠାରୁ ଦୂରେଇ ରୁହନ୍ତୁ। କାରଣ କରୋନା ଭାଇରସ୍‌ ଜଙ୍ଗଲୀ ଜନ୍ତୁଙ୍କ ଠାରୁ ହିଁ ବ୍ୟାପୁଥିବା ଜଣାଯାଇଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.