ଝିଅ ପାଇଁ ଫିଲ୍ମରୁ ବ୍ରେକ୍ ନେଇଥିଲେ ଶାହରୁଖ, ନିଜେ କଲେ ଖୁଲାସା

ବଲିଉଡର କିଙ୍ଗ ଖାନ୍ ଶାହରୁଖ ଏବେ ଫିଲ୍ମ ପଠାନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ପରଦାରୁ ୪ ବର୍ଷ ଦୂରେଇ ରହିବା ପରେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି । ନିକଟରେ ରେଡ ସି ଇଣ୍ଟରନ୍ୟାସନାଲ ଫେଷ୍ଟିଭାଲରେ ଭାଗ ନେବା ପାଇଁ ପହଞ୍ଚିଥିଲେ। ତେବେ ଶାହରୁଖ କାହିଁକି ଫିଲ୍ମ ଲାଇନରୁ ଏତେ ସମୟ ଗାଏବ ରହିଥିଲେ, ତାହାକୁ ନେଇ ଖୁଲାସା କରିଛନ୍ତି ।
ଶାହରୁଖ ପରିବାର ଆଗରେ କୌଣସି ଜିନିଷକୁ ପ୍ରାଧାନ୍ୟ ଦିଅନ୍ତି ନାହିଁ । ୩୨ ବର୍ଷ ଯାଏଁ ଦିନକୁ ୧୮ ଘଣ୍ଟା କାମ କରିବା ପରେ ଶାହରୁଖ ନିଜ ପିଲାମାନଙ୍କ ସହିତ କିଛି ସୁନ୍ଦର ମୁହୂର୍ତ୍ତ ବିତାଇବାକୁ ଚାହୁଁଥିଲେ ।
ଶାହରୁଖ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ସେ ଅନୁଭବ କରୁଥିଲେ ଯେ ଯେତେବେଳେ ପିଲାମାନେ ପଢିବାକୁ ଯାଆନ୍ତି ।ପରେ ସେ ଏକୁଟିଆ ଅନୁଭବ କରୁଛନ୍ତି। ଏପରି ପରିସ୍ଥିତିରେ ସେ ହଠାତ୍ ସୁଟିଂ ମଝିରେ ଛାଡି ସେମାନଙ୍କ ପାଖରେ ପହଞ୍ଚିପାରନ୍ତି ନାହିଁ। ଯେତେବେଳେ ସୁହାନା ଲଣ୍ଡନରୁ ନ୍ୟୁୟର୍କକୁ ଗଲେ ମୁଁ ଭାବିଲି ସେ ଏହି ସମୟରେ ଏକୁଟିଆ ଅନୁଭବ କରିବ । ତେଣୁ ମୁଁ ଫିଲ୍ମରୁ କିଛି ସମୟ ବିରତି ନେଇ ଝିଅ ପାଖକୁ ଯାଇଥିଲି ।
ଝିଅ ସୁହାନା ନ୍ୟୁୟର୍କ ପଢିବାକୁ ଯିବା ସମୟରେ ୮ ମାସ ପର୍ଯ୍ୟନ୍ତ ଝିଅର ଫୋନକୁ ଅପେକ୍ଷା କରି ରହିଥିଲି।କୌଣସି ଫିଲ୍ମ ସାଇନ୍ କରିନଥିଲି। ମୋ ଝିଅ ମୋତେ ଫୋନ କରିବ ଏହା ଭାବିଥିଲି। ହେଲେ ଗୋଟେ ଦିନ ମୁଁ ତାଙ୍କୁ ଫୋନ କରି ପଚାରିଥିଲି, ମୁଁ ଏବେ ଠାରୁ କାମ କରିପାରିବି ? ସେତେବେଳେ ସୁହାନା ମୋତେ ଉତ୍ତର ଦେଇଥିଲେ, ହଁ, ତୁମେ କାହିଁକି କାମ କରୁନାହଁ।
କେବଳ ଝିଅ ସୁହାନା ପାଇଁ୪ ବର୍ଷ ପର୍ଯ୍ୟନ୍ତ କାମ କରୁନଥିଲି । ତାଙ୍କୁ ଲାଗୁଥିଲା କି, ଯଦି ସେ ସୁଟିଂରେ ଥିବେ ଆଉ ଝିଅ ଫୋନ କରି ମିସ୍ କରିବ, ତେବେ ଯାଇପାରିବେ ନାହିଁ। ତେଣୁ କାମରୁ ବ୍ରେକ ନେଇଥିଲେ।
ତେବେ ଶାହରୁଖ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ଆଗାମୀ ୧୦ ପର୍ଯ୍ୟନ୍ତ ଆକ୍ସନ ଫିଲ୍ମ କରିବାକୁ ଚାହୁଁଛି। ମିଶନ ଇମ୍ପସିବଲ୍ ଭଳି ଟପ୍ ଆକ୍ସନ ଫିଲ୍ମରେ କାମ କରିବାକୁ ଚାହୁଁଛି।