ହଲିଉଡ ୱେବ ସିରିଜରେ ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି ଶେହନାଜ ଗିଲ୍‌, ‘ଲୁସିଫର’ର ପୋଷ୍ଟର ସେୟାର କଲେ ଶେହନାଜ

ବିଗ୍‌ ବସ୍‌ ୧୩ ଫେମ୍‌ ଶେହନାଜ ଗିଲ୍‌ ସିଦ୍ଧାର୍ଥ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ। କିନ୍ତୁ ଏବେ ଧିରେ ଧିରେ ନିଜକୁ ସମ୍ଭାଳୁଛନ୍ତି। ନିକଟରେ ଶେହନାଜ ଅଫିସିଆଲ ଇନଷ୍ଟାଗ୍ରାମରେ ହଲିଉଡ େଓ୍ଵବ ଶୋ ‘ଲୁସିଫର’ର ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟରରେ ଶେହନାଜ ସହିତ ଲିଡ୍‌ ଆକ୍ଟର ଟମ୍‌ ଏଲିସ ପ୍ରମୁଖ ଭୂମିକାରେ ନଜର ଆସିବେ। ଶେହନାଜଙ୍କ ପୋଷ୍ଟ ଦେଖି ଲାଗୁଛି, ଯେପରିକି ନେଟଫ୍ଲିକ୍ସରେ ଖୁବଶୀଘ୍ର ଡେବ୍ୟୁ କରିପାରନ୍ତି। ଶେହନାଜଙ୍କ ପୋଷ୍ଟ ଦେଖି ଦର୍ଶକ ବେଶ୍‌ ଉତ୍ସାହିତ ରହିଛନ୍ତି।

 

ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରି ଶେହନାଜ ଗିଲ୍‌ କ୍ୟାପସନ ଦେଇଛନ୍ତି ‘ଅସଲି ବିଗ୍‌ବସ୍‌ ତ ଏଠାରେ’। ପୋଷ୍ଟରେ ଶେହନାଜଙ୍କ କ୍ୟାପସନ ଦେଖି ଫ୍ୟାନ୍ସ ବହୁତ ଖୁସି ଅଛନ୍ତି। ଶେହନାଜ ଏବେ ନିଜର ନର୍ମାଲ ଲାଇଫ ବଞ୍ଚୁଛନ୍ତି ବୋଲି ଫ୍ୟାନ୍ସ ବେଶ୍‌ ଉତ୍ସାହିତ ରହିଛନ୍ତି। ଦୀର୍ଘଦିନ ପରେ ଶେହନାଜଙ୍କ ପୋଷ୍ଟ ଦେଖି ମଧ୍ୟ ଫ୍ୟାନ୍ସ ଆହୁରି ଅଧିକ ଖୁସି।

 

View this post on Instagram

 

A post shared by Shehnaaz Gill (@shehnaazgill)

ସୂଚନାଯୋଗ୍ୟ, ସିଦ୍ଧାର୍ଥ ଶୁକ୍ଲାଙ୍କ ହାର୍ଟ ଆଟାକ ଯୋଗୁଁ ୨ ସେପ୍ଟେମ୍ବରରେ ଜୀବନ ଚାଲିଯାଇଥିଲା। ମାତ୍ର ୪୦ ବର୍ଷ ବୟସରେ କାର୍ଡିଆକ୍‌ ଅରେଷ୍ଟ ହେବା ଯୋଗୁଁ ନିଧନ ହୋଇଥିଲା। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ଶେହନାଜ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡିଥିଲେ। ଫ୍ୟାନ୍ସ ତାଙ୍କ ଦୁଃଖ ଏବଂ କଷ୍ଟକୁ ଦେଖି ସହି ପାରୁନଥିଲେ। କିନ୍ତୁ କିଛି ଦିନ ପରେ ଶେହନାଜଙ୍କ ଖୁସି ଦେଖି ଫ୍ୟାନ୍ସ ଆଶ୍ୱସ୍ତି ପାଇଛନ୍ତି। ଶେହନାଜ ନିକଟରେ ଦିଲଜିତ ଦୋସାଞ୍ଜଙ୍କ ସହିତ ‘ହୋସଲା ରଖ’ରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.