ପୁଅର ପ୍ରଥମ ଝଲକ ଦେଖାଇଲେ ଶ୍ରେୟା ଘୋଷାଲ, ସ୍ୱାମୀଙ୍କ ସହ ଆସିଲେ ନଜର

ଲୋକପ୍ରିୟ କଷ୍ଟଶିଳ୍ପୀ ଶ୍ରେୟା ଘୋଷାଲ ନିକଟରେ ମା ହୋଇଛନ୍ତି। ବିବାହର ୫ ବର୍ଷ ପରେ ସେ ନିକଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ପୁଅ ଜନ୍ମ ପରଠାରୁ ତାର ଚେହେରା ଦେଖିବାକୁ ତାଙ୍କ ଫ୍ୟାନ୍ସ ପାଗଳ ହେଉଥିଲେ। ତେବେ ବର୍ତ୍ତମାନ ତାଙ୍କ ପୁଅର ପ୍ରଥମ ଝଲକ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ତାଙ୍କ ପୁଅର ପ୍ରଥମ ଝଲକ ଦେଖାଇଛନ୍ତି। ଯାହାକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରୁଛନ୍ତି ।

ତେବେ ଏହାପୂର୍ବରୁ ଶ୍ରେୟା ପୁଅର ନାମ ଘୋଷଣା କରିଥିଲେ। ଏବଂ ସେ ତାଙ୍କ ପୁଅର ନାମ ରଖିଛନ୍ତି- ଦେବୟାନ ମୁଖୋପାଧ୍ୟାୟ। ଶ୍ରେୟା କହିଛନ୍ତି ଯେ ପୁଅ ଜନ୍ମ ହେବା ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଯାଇଛି । ଏହି ଫଟୋ ପୋଷ୍ଟ କରି ସେ ଏକ ସୁନ୍ଦର କ୍ୟାପସନ୍‌ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ‘ ପୁଅର ପ୍ରଥମ ଝଲକ ଦେଖିବା ପରେ କ’ଣ ଅନୁଭବ ହୁଏ ତାହା କେବଳ ବାପା-ମା ହିଁ ବୁଝିପାରିବେ।’ ଶ୍ରେୟା କହିଛନ୍ତି ଯେ ତଥାପି ଏସବୁ ତାଙ୍କ ପାଇଁ ଏକ ସ୍ୱପ୍ନ ଭଳି ଲାଗୁଛି |

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଶ୍ରେୟା ତାଙ୍କ ପିଲାଦିନର ବନ୍ଧୁ ଶିଲାଦିତ୍ୟ ମୁଖୋପାଧ୍ୟାୟଙ୍କୁ ୨୦୧୫ ରେ ବିବାହ କରିଥିଲେ। ବିବାହ ପୂର୍ବରୁ ଦୁହେଁ ପ୍ରାୟ ୧୦ ବର୍ଷ ଧରି ପରସ୍ପରକୁ ଡେଟ କରିଥିଲେ, ଯାହା ପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଶ୍ରେୟା ଆଗକୁ ଲେଖିଛନ୍ତି ଯେ ଶିଲାଦିତ୍ୟ ଏବଂ ମୋ ଜୀବନର ଏହି ସୁନ୍ଦର ଉପହାର ପାଇଁ ମୁଁ ବହୁତ ଆଭାରୀ।

 

View this post on Instagram

 

A post shared by shreyaghoshal (@shreyaghoshal)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.