ସିଙ୍ଗର୍‌ଙ୍କ ଅଦ୍ଭୁତ କାରନାମା! ଷ୍ଟେଜ୍‌ରେ ଉତ୍ସାହିତ ହୋଇ ଫ୍ୟାନଙ୍କ ମୁହଁରେ କରି ଦେଲେ ପରିସ୍ରା, କ୍ଷମା ମାଗିବା ସତ୍ତ୍ୱେ ଥମୁନି ବିବାଦ

ନିଜ ପସନ୍ଦର ଲୋକଙ୍କୁ ଦେଖିବା ପାଇଁ ଲୋକେ ବ୍ୟାକୁଳ ଥାଆନ୍ତି। ବହୁ ସଂଘର୍ଷକୁ ସାମ୍ନା କରି ଲୋକେ ସେମାନଙ୍କୁ ଦେଖିବା ପାଇଁ ପହଞ୍ଚି ଯାଇ ଥାଆନ୍ତି, କିନ୍ତୁ ଅନେକ ବାର ସେମାନଙ୍କୁ ନିରାଶ ହେବାକୁ ପଡ଼ିଥାଏ। ଆମେରିକାରୁ ଏମିତି ହିଁ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଜଣେ ପ୍ରସିଦ୍ଧ ସିଙ୍ଗର୍‌ ନିଜର ସବୁ ସୀମା ପାର୍‌ କରି ଦେଇଛନ୍ତି। ସିଙ୍ଗର୍‌ ନିଜର ହିଁ ଜଣେ ଫ୍ୟାନ୍‌ଙ୍କ ମୁହଁ ଉପରେ ପରିସ୍ରା କରିଛନ୍ତି, ଯାହାକୁ ନେଇ ଏବେ ହଙ୍ଗାମା ସୃଷ୍ଟି ହୋଇଛି। ବିବାଦ ଦେଖା ଦେବାରୁ ମହିଳା ସିଙ୍ଗର୍‌ ଜଣକ ନିଜର ବୟାନ ଜାରି କରିଛନ୍ତି।

ଏହି ମାମଲା ଆମେରିକାର ପ୍ରସିଦ୍ଧ ସିଙ୍ଗର ତଥା ସଙ୍ଗ୍‌ ରାଇଟର ସୋଫିଆ ଉରିସ୍ତାଙ୍କର। ନିକଟ ଅତୀତରେ ସେ ଏକ ଲାଇଭ୍‌ କନ୍‌ସର୍ଟ ସମୟରେ ନିଜର ଜଣେ ଫ୍ୟାନଙ୍କ ମୁହଁରେ ପରିସ୍ରା କରି ଦେଇଥିଲେ। ଏ ସବୁ ସେତେବେଳେ ହୋଇଥିଲା, ଯେତେବେଳେ ସୋଫିଆ ଷ୍ଟେଜ୍‌ ଉପରକୁ ଜଣେ ପୁରୁଷ ପ୍ରଶଂସକଙ୍କୁ ଡକାଇ ଥିଲେ। ପୁରୁଷ ପ୍ରଶଂସକ ଜଣକ ଆସିବା ପରେ ସୋଫିଆ ତାଙ୍କୁ ତଳେ ଶୁଆଇ ତାଙ୍କ ମୁହଁ ଉପରେ ପରିସ୍ରା କରିଥିଲେ। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ଏହାକୁ ଘୋର ପ୍ରତିବାଦ କରିଛନ୍ତି।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା କ୍ଷଣି ଲୋକେ ତାଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ, ଯାହା ପରେ ସୋଫିଆ ନିଜର ଏହି ହରକତ ପାଇଁ କ୍ଷମା ମଧ୍ୟ ମାଗିଥିଲେ। ଏ ନେଇ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି କି, ‘ତାଙ୍କର ଏହି ଉଦ୍ଦେଶ୍ୟ କାହାକୁ ଦୁଃଖ ପହଞ୍ଚାଇବା ପାଇଁ ନ ଥିଲା। ସେ ସବୁବେଳେ ଷ୍ଟେଜ୍‌ରେ ନିଜ ଲିମିଟ୍‌ ଭିତରେ ହିଁ ରହି ଆସିଛନ୍ତି। ସେ ଏହିଭଳି ଆଶ୍ଚର୍ଯ୍ୟଜନକ ହରକତ ଜରିଆରେ ନୁହେଁ, ବରଂ ନିଜର ମ୍ୟୁଜିକ ଜରିଆରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ପସନ୍ଦ କରି ଥାଆନ୍ତି’।

ଏତିକି ନୁହେଁ, ଏ ସମସ୍ତ ମାମଲାରେ ସିଙ୍ଗରଙ୍କ ବ୍ୟାଣ୍ଡ ‘ବ୍ରାସ୍‌ ଅଙ୍ଗେଷ୍ଟ’ ମଧ୍ୟ କ୍ଷମା ପ୍ରାର୍ଥନା କରିଛି। ବ୍ୟାଣ୍ଡ ନିଜ ବୟାନରେ କହିଛି ଯେ ‘ସୋଫିଆ ବହୁତ ଅଧିକ ଉତ୍ସାହିତ ହୋଇ ଯାଇଥିଲେ। ଏହାର ଆଶା ଆମେ ମଧ୍ୟ କରି ନ ଥିଲୁ। ଆପଣମାନେ ଆମ ଶୋ’ରେ ଆଉ କେବେ ଏମିତି ଦେଖିବେ ନାହିଁ, ଏ ପୂରା ଘଟଣା ଅପ୍ରତ୍ୟାଶିତ ଥିଲା’। ଯଦିଓ କ୍ଷମା ମାଗିବା ପରେ ମଧ୍ୟ ଏହି ମାମଲା ଚର୍ଚ୍ଚାରେ ରହିଛି। ଲୋକେ ଏହାକୁ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଛନ୍ତି।

 

View this post on Instagram

 

A post shared by Sophia Urista (@sophiaurista)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.