ସୋନାକ୍ଷୀ ସିହ୍ନାଙ୍କ ଭିନ୍ନ ଅବତାର, ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଲା ଇନଷ୍ଟା ପୋଷ୍ଟ୍‌

ବଲିଉଡର ସବୁଠାରୁ ସୁନ୍ଦର ତଥା ଫେମସ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ ଥାନ୍ତି।  ସୋସିଆଲ୍‌ ମିଡିଆରେ ତାଙ୍କର ଅନେକ ଫଲୋର୍ସ ମଧ୍ୟ ଅଛନ୍ତି। ପ୍ରଶଂସକମାନେ ଅଭିନେତ୍ରୀଙ୍କ ପ୍ରତ୍ୟେକ ପୋଷ୍ଟକୁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ସୋନାକ୍ଷୀ ମଧ୍ୟ ତାଙ୍କ ଦର୍ଶକଙ୍କୁ ନିରାଶ କରନ୍ତି ନାହିଁ। ଅଭିନେତ୍ରୀ ବର୍ତ୍ତମାନ ତାଙ୍କର କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

ସୋନାକ୍ଷୀଙ୍କ ନୂଆ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହାର ଏକ ବିଶେଷ କାରଣ ହେଉଛି ଅଭିନେତ୍ରୀଙ୍କ ଭିନ୍ନ ଅବତାର | ତାଙ୍କ କେଶକୁ ସେ ବିଦେଶୀଙ୍କ କେଶ ପରି ରଂଗ କରି ଦେଇଥିବାରୁ ଆଦୌ ଚିହ୍ନି ହେଉନାହାନ୍ତି। ଗୋଲ୍ଡ ହେୟାର ଲୁକରେ ସୋନାକ୍ଷୀଙ୍କ ପରିବର୍ତ୍ତିତ ଲୁକ୍ ବିଷୟରେ ଅନେକ ଆଲୋଚନା ହେଉଛି।

 

View this post on Instagram

 

A post shared by Sonakshi Sinha (@aslisona)

ସୋନାକ୍ଷୀ ତାଙ୍କ କେଶକୁ ମ୍ୟାଚ୍‌ କରିବା ପରି ପୋଷାକ ମଧ୍ୟ ପରିଧାନ କରିଛନ୍ତି। ଫଟୋରେ ସୋନାକ୍ଷୀଙ୍କ ପୋଷାକ ଓ କେଶ ବିଲ୍‌କୁଲ୍‌ ମ୍ୟାଚ୍‌ କରିଯାଉଛି। ସେ ତାଙ୍କର ଲୁକ୍‌କୁ ଆକର୍ଷଣୀୟ କରିବାକୁ ସ୍ମୋକି ଆଇ ମେକ୍‌ଅପ୍‌ ସହ ନିଉଡ୍‌ ଲିପ୍‌ଷ୍ଟିକ୍‌ ବ୍ୟବହାର କରିଛନ୍ତି। ସୋନାକ୍ଷୀ ନିଜେ ଏହି ଫଟୋଗୁଡ଼ିକୁ ସେୟାର କରି ଲେଖିଛନ୍ତି .. ଏହା ନୂଆ ଲୁକ୍ ନୁହେଁ .. କେବଳ ଲୁକ୍ ଅଟେ।

ସୋନାକ୍ଷୀଙ୍କର ଏହି ଲୁକ୍‌କୁ ପ୍ରଶଂସକରୁ ନେଇ ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରୁଛନ୍ତି। ତାଙ୍କୁ ପ୍ରଥମ ଥର ପାଇଁ ଏପରି ଅବତାର ଦେଖିବାକୁ ମିଳିଛି । ତେବେ ସୋନାକ୍ଷୀଙ୍କ ପୋଷ୍ଟ୍‌ରେ ହୁମା କୁରେସୀ ଦେଇଥିବା କମେଣ୍ଟ୍‌ ସବୁଠାରୁ ଅଧିକ ଚର୍ଚ୍ଚା ପାଲଟିଛି। ସେ ସୋନାକ୍ଷୀଙ୍କ ଫଟୋରେ ‘ଭୟଙ୍କର’ ବୋଲି ଲେଖିଛନ୍ତି।

 

You might also like