କାହିଁକି ଜୀବନ ହାରିଲେ ସୁଶାନ୍ତ ? ଏହା ପଛରେ ରହିଛି କଣ ରାଜ…..

ବଲିଉଡ ଜଗତର ଯୁବ ଅଭିନେତା ସୁଶାନ୍ତ ସିଂହଙ୍କ ଦୁଖଃଦ ଆତ୍ମହତ୍ୟା ଘଟଣା ଦେଶବାସୀଙ୍କ ହୃଦୟରୁ ଏଯାବତ ଲିଭିନାହିଁ । ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ସୁଶାନ୍ତଙ୍କ ଏମିତି କରିବା ପଛର କାରଣ କଣ? କଣ ଏମିତି ଥିଲାଯେ, ତାଙ୍କୁ ଏହା କରିବା ପାଇଁ ବାଧ୍ୟ କଲା । ଏମିତିରେ ଦେଖିବାକୁ ଗଲେ ତାଙ୍କ ପାଖରେ ତ ସବୁକିଛି ମହଜୂତ ଥିଲା । ଧନ, ସମ୍ପତ୍ତି, ଯଶ, ପ୍ରତିଷ୍ଠା କୌଣସି ଟିରେ ତ ଅଭାବ ନଥିଲା । କ୍ୟାରିୟର ବି ବେଶ ଭଲ ଚାଲିଥିଲା । ତାଙ୍କ ଅଭିନୀତ ଫିଲ୍ମ ଗୁଡିକ ବକ୍ସ ଅଫିସରେ ବି ହିଟ ହେଉଥିଲା | ଏମିତିକି ପ୍ରତି ଫିଲ୍ମ ପାଇଁ ତାଙ୍କୁ ପାଖାପାଖି ୮ କୋଟି ଟଙ୍କାର ପାରିଶ୍ରମିକ ବି ମିଳୁଥିଲା । ଗୋଟେ ୱେବ ସିରିଜ ପାଇଁ ସେ ୧୪ କୋଟି ଟଙ୍କା ପର୍ଯ୍ୟନ୍ତର ପାରିଶ୍ରମିକ ନେଉଥିଲେ । ବଲିଉଡର ଶ୍ରେଷ୍ଠ ୧୫ ଜଣ ଅଭିନେତାଙ୍କ ଭିତରେ ବି ତାଙ୍କ ନାଁ ଆସେ । ତାଙ୍କ ବ୍ୟକ୍ତିଗତ ଜୀବନ ତଥା ପାରିବାରିକ ସ୍ଥିତିରେ ବି ସେମିତି କିଛି ଅସୁବିଧା ନଥିଲା ।

sushant

ତେବେ କଣ ପାଇଁ ଏମିତି ଏକ ନିଷ୍ଠୁର ପଦକ୍ଷେପ ନେଲେ ସୁଶାନ୍ତ । ମୁମ୍ବାଇ ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଗତ ତିନି ମାସ ଧରି ଦେଶରେ ଜାରି ରହିଥିବା ଲକ ଡାଉନ ହିଁ ତାଙ୍କ ଜୀବନ ନେଇଛି । ଲକ ଡାଉନର ସମୟରେ ନିଃସଙ୍ଗତାକୁ ସମ୍ଭାଳି ପାରିନଥିଲେ ସୁଶାନ୍ତ । ପଚରା ଉଚରାରୁ ଜଣାଯାଇଛିଯେ, ଏପ୍ରିଲ ମାସରୁ ହିଁ ତାଙ୍କ ଜୀବନ ଏକ ପ୍ରକାର ବଦଳି ଯାଇଥିଲା । ଧୀରେ ଧୀରେ ମାନସିକ ଅବସାଦ ଆଡ଼କୁ ଗତି କରିଥିଲେ ସୁଶାନ୍ତ । ତାଙ୍କ ଉପରେ ଯେମିତି ଚାପ ବଢିଯାଇଥିଲା । ଦିନର ଅଧିକାଂଶ ସମୟ ଘରେ କାଟୁ ଥିବାରୁ ତାଙ୍କ ନିଃସଙ୍ଗତା ବଢିଯାଇଥିଲା । ଫିଲ୍ମ ଡାଇରେକ୍ଟର ମୁକେଶ ଭଟ୍ଟଙ୍କ ଅନୁଯାୟୀ, ସୁଶାନ୍ତଙ୍କ ସହ ସେ ପ୍ରଥମ ଥର ପାଇଁ ୨୦୧୨ ମସିହାରେ ଭେଟିଥିଲେ । କିଛି ଦିନ ତଳେ ସଡ଼କ-୨ ର କାଷ୍ଟ କାମ ପାଇଁ ତାଙ୍କ ସହ ଭେଟି ଥିଲେ । କିନ୍ତୁ ମହେଶଙ୍କ ଅନୁଯାୟୀ ଏହି ସମୟରେ ଏକ ଗମ୍ଭୀର ମାନସିକ ଅବସାଦ ଦେଇ ସୁଶାନ୍ତ ଗତି କରୁଥିବା ପରି ଲାଗୁଥିଲେ ।

sushant

ତାଙ୍କ ମାନସିକ ଅବସ୍ଥା ଠିକ ନଥିଲା । ଯେମିତି ଏକ ଅଜଣା ଦୁନିଆରେ ହଜିଯାଉଥିବା ପରି ମନେ ହେଉଥିଲେ । ମୁକେଶଙ୍କ ଅନୁଯାୟୀ, ଠିକ ଏମିତି ଏକ ସ୍ଥିତି ପରବୀନ ବାବୀଙ୍କ ସମୟରେ ଅନୁଭବ କରିଥିଲେ । ସେ ପୂର୍ବରୁ ହିଁ ଏନେଇ କିଛିଟା ଅବଗତ ଥିବାରୁ ଏପରି ସ୍ଥିତି ତାଙ୍କୁ ସେତେଟା ହତାବକ କରିପାରିନାହିଁ । ନିଶ୍ଚିତ ରୂପେ କୌଣସି ଏକ ବିଶେଷ କାରଣ ତାଙ୍କୁ ଭିତରୁ ଭିତରୁ ବ୍ୟତିବ୍ୟସ୍ତ କରି ପକାଉଥିଲା ।
କିଛି ନିକଟତର ସମ୍ପର୍କୀୟଙ୍କ ଅନୁଯାୟୀ, ଖୁବ ମୁଡି ବା (ମନୁଆ) ସ୍ୱଭାବର ଥିଲେ ସୁଶାନ୍ତ । ଏହି କାରଣରୁ ଅନେକ ନିକଟସ୍ଥ ଲୋକ ତାଙ୍କ ଠାରୁ ଦୁରେଇ ଯାଇଥିଲେ । ୧୮ ବର୍ଷ ତଳେ ମା’ଙ୍କୁ ହରାଇ ଥିବା ବେଳେ ଏହି କାରଣରୁ ୧୭ ବର୍ଷ ଧରି ପାଟନା ସ୍ଥିତ ପୈତୃକ ବାସଭବନକୁ ଯାଇନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.