ସମର ଲୁକରେ ନଜର ଆସିଲେ ତୈମୁର ଅଲି ଖାନ, ବଦଳିଲା ହେୟାର ଷ୍ଟାଇଲ ଭାଇରଲ ହେଉଛି ଫଟୋ

ସୈଫ ଅଲି ଖାନ ଏବଂ କରୀନା କପୁରଙ୍କ ପୁଅ ତୈମୁର ଅଲି ଖାନଙ୍କ ଫଟୋ ସର୍ବଦା ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ । ତେବେ ନିକଟରେ ତାଙ୍କର ନୂଆ ଲୁକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ତୈମୁର ଅଲି ଖାନ ସମ୍ପୂର୍ଣ୍ଣ ଭିନ୍ନ ଷ୍ଟାଇଲରେ ନଜର ଆସିଛନ୍ତି । ତୈମୁର ଅଲି ଖାନଙ୍କ ଏହି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି ଯାହାକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ଏବଂ ସେମାନଙ୍କର ପ୍ରତିକ୍ରିୟା ଦେଉଛନ୍ତି ।

 

View this post on Instagram

 

Cutie Boy got a cool haircut new look.. Loving it #taimuralikhan #love #instalove #manavmanglani @manav.manglani

A post shared by Manav Manglani (@manav.manglani) on


ଭାଇରଲ ହେଉଥିବା ଏହି ଫଟୋରେ ତୈମୁର ଟି-ସାର୍ଟ ଏବଂ ଲାଲ ରଙ୍ଗର ସର୍ଟସରେ ନଜର ଆସିଛନ୍ତି ଏବଂ ଏଥିରେ ସେ ବହୁତ କ୍ୟୁଟ ମଧ୍ୟ ଲାଗୁଛନ୍ତି । ମୌସମ ବଦଳିବା ସହିତ ତୈମୁର ତାଙ୍କର ବଡ ବଡ କେଶକୁ ବାଏ ବାଏ କରି ଦେଇଛନ୍ତି । ତେବେ ତୈମୁର ବର୍ତ୍ତମାନ ତାଙ୍କର ନୂଆ ଲୁକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.