‘ଗଙ୍ଗୁବାଇ କାଠିଆୱାଡି’ ପ୍ରଥମ ଦିନରେ ରୋଜଗାର କଲା ୧୦ କୋଟି,ଫ୍ୟାନ୍ସଙ୍କ ରହିଛି ବଢ଼ିଆ ରିଆକସନ୍‌

ଶୁକ୍ରବାର ଦିନ ବକ୍ସ ଅଫିସରେ ମୁକ୍ତିଲାଭ କରିଛି ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗଙ୍ଗୁବାଇ କାଠିଆୱାଡି’। ବକ୍ସ ଅଫିସରେ ଫିଲ୍ମଟି ଖୁବ୍‌ କଲେକ୍ସନ କରିଛି। ପ୍ରଥମ ଦିନରେ ପ୍ରାୟ ୧୦କୋଟି ଟଙ୍କାର ବ୍ୟବସାୟ କରିଛି । ଫିଲ୍ମକୁ ନେଇ ଏପର୍ଯ୍ୟନ୍ତ ଅନେକ ବିବାଦ ଦେଖାଦେଇଛି ଏବଂ ଏହି କାରଣରୁ ବ୍ୟବସାୟ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ରହିଛି ।

ପୂର୍ବରୁ ମଧ୍ୟ ସଞ୍ଜୟଲିଲା ଭନସାଲୀଙ୍କ ଅନେକ ଫିଲ୍ମ ବିବାଦରେ ରହିଛି । ଏବେ ଏହି ଫିଲ୍ମଟି ମଧ୍ୟ ତାଲିକାରେ ଆସିଛି । ଏହି ଫିଲ୍ମର ପ୍ରମୋସନ୍ ପାଇଁ ଆଲିଆ ଅନେକ ସ୍ଥାନରେ ପହଞ୍ଚି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ତାଙ୍କୁ ଗଙ୍ଗୁବାଇ ଶୈଳୀରେ ଅଭିବାଦନ ଜଣାଇଥିଲେ। ଯାହାକୁ ଦେଖି ଫ୍ୟାନ୍ସମାନେ ବହୁତ ଖୁସି ହୋଇଥିଲେ ।

ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ଗଙ୍ଗୁବାଇ କାଠିଆୱାଡି ପ୍ରଥମ ଦିନରେ ୧୦ କୋଟି ମଧ୍ୟରେ ଟଙ୍କା ସଂଗ୍ରହ କରି ଏକ ଧମାକା କରିଛି । ଆଗକୁ ବ୍ୟବସାୟ ଆହୁରି ଭଲ ହୋଇପାରେ ବୋଲି ମଧ୍ୟ ବିଶ୍ୱାସ କରାଯାଉଛି। ଏହି ଫିଲ୍ମଟି ହୁସେନ୍ ଜାଇଡିଙ୍କ ପୁସ୍ତକ ମାଫିଆ କୁଇନ୍ସ ଅଫ୍ ମୁମ୍ବାଇର ଏକ ଅଧ୍ୟାୟ ଉପରେ ଆଧାରିତ ।