Below header

ଅବିକଳ ବିଗ-ବିଙ୍କ ପରି ଦେଖାଯାନ୍ତି ଏହି ପ୍ରଫେସର, ହଠାତ ଦେଖି ଯେ କେହି ବି ଖାଇଯିବ ଧୋକା

ଅନେକ ସମୟରେ ସେଲିବ୍ରିଟି ମାନେ ନିଜ ଅନ୍ଦାଜ କାରଣରୁ ଚର୍ଚ୍ଚାର ପରିସରକୁ ଆସିଥାନ୍ତି।ନିଜ ଜୀବନଶୈଳୀ କାରଣରୁ ହେଉ ଅବା, ଲୁକ ପାଇଁ ହଉ ଅବା ଅନ୍ୟ କୌଣସି ଭିନ୍ନ ଅନ୍ଦାଜ ପାଇଁ ଏମାନେ ଯେମିତି ମିଡ଼ିଆ ଗୁଡିକରେ ନିଜ କାୟା ବିସ୍ତାର କରିଥାନ୍ତି । କିନ୍ତୁ ନିକଟରେ ନିଜ ଷ୍ଟାଇଲ ଓ ଅନ୍ଦାଜ ପାଇଁ ପୁନେର ଜଣେ ପ୍ରଫେସରଙ୍କୁ ନେଇ ଆଲୋଚନା ଖୁବ ଜୋର ଧରିଛି ।ଏହି ପ୍ରଫେସର ଜଣଙ୍କ ଚାଲିବା, କଥା କହିବା, ଚେହେରାର ହାବଭାବ ଯେମିତି ଅବିକଳ ଅମିତାଭ ବଚନଙ୍କ ପରି । ତାଙ୍କୁ ହାଟାତ ଦେଖିଲେ ଯେ କେହି କହିବ ଡ଼ୁପ୍ଲିକେଟ ଅମିତାଭ ବଚନ ।

duplicate amitabh

୧୦ ଶ୍ରେଣୀରେ ପଢ଼ୁଥିବା ସମୟରେ ତାଙ୍କ ସାଙ୍ଗ ମାନେ ତାଙ୍କୁ ଥଟ୍ଟାରେ କହିଥିଲେ ଯେ ତାଙ୍କ ଉଚ୍ଚତାରୁ ଆରମ୍ଭ କରି ସ୍ୱର ପର‌୍ୟ୍ୟନ୍ତ ସବୁ ଯେମିତି ଅମିତାଭଙ୍କ ସଦୃଶ। ଏହି ଘଟଣା ପରେ ଛାତ୍ର ଶଶୀକାନ୍ତ ଅମିତାଭଙ୍କୁ ନକଲ କରିବା ଆରମ୍ଭ କରିଦେଇଥିଲେ। ନିଜ କଥା କହିବା ଶୈଳୀ, ଚାଲିବା ଶୈଳୀ, କେଶ ଷ୍ଟାଇଲ ସବୁକୁ କପି କରିଥିଲେ । ପ୍ରାୟ ୩୦ ବର୍ଷ ହେବ ଶଶୀକାନ୍ତ ଅମିତାଭଙ୍କୁ କପି କରି ଆସୁଛନ୍ତି । ଏଯାବତ ପେଡ଼ୱାଳ କେତେକ କର୍ପୋରେଟ ସିନେମା, ବିଜ୍ଞାପନରେ କାମ କରିବା ସହ କେତେକ ସମାରୋହକୁ ଅମିତାଭଙ୍କ ଡ଼ୁପ୍ଳିକେଟ ହୋଇ ଯାଇଛନ୍ତି। ସମାରୋହ ଶେଷରେ ଯେବେ ସେ ଉପସ୍ଥିତ ଥିବା ଦର୍ଶକ ମାନଙ୍କୁ କହନ୍ତି ଯେ ସେ ଅମିତାଭ ନୁହନ୍ତି ବରଂ ଜଣେ ପ୍ରଫେସର ବୋଲି ।

amitabh du

ଲୋକେ ତାଙ୍କ କଥାକୁ ଜମା ବି ବିଶ୍ୱାସ କରନ୍ତିନି । ଉପସ୍ଥିତ ଜନତା ଜାଣି ପାରନ୍ତିନି ଯେ ଜଣେ ଲୋକ ଅମିତାଭଙ୍କ ନକଲ ଏତେ ଭଲ ଭାବେ କେମିତି କରିପାରିବ। ପ୍ରଫେସର ପେଡ଼ୱାଳ ଏହା ବି କହିଥିଲେ କି ଅମିତାଭଙ୍କ ସ୍ୱରର ନକଲ ସେ ପ୍ରାୟ ୧୯୯୧ ମସିହାରୁ କରି ଆସୁଥିବା ବେଳେ ତାଙ୍କ ପରି ପୋଷାକ ପିନ୍ଧିବା ୧୦ ବର୍ଷ ହେବ ଆରମ୍ଭ କରିଛନ୍ତି।ଏଯାବତ ୨ଟି ମରାଠୀ ସିନେମାରେ ଅଭିନୟ କରି ସାରିଥିବା ଏହି ପ୍ରଫେସର ଜଣକ ଖୁବ ଶୀଘ୍ର ହିନ୍ଦୀ ସିନେମାରେ ବି ପାଦ ଥାପିବେ ବୋଲି ଜଣା ଯାଇଛି । ନିଜର ଏହି ଭିନ୍ନ ଅନ୍ଦାଜ ସହ ପ୍ରଫେସର ସାମାଜିକ କାମରେ ମନ ଦେବେ ବୋଲି ମଧ୍ୟ କହିଛନ୍ତି । ଖୁବ ଶୀଘ୍ର ବୃଦ୍ଧାଶ୍ରମର ସ୍ଥାପନ କରିବା ନେଇ ମଧ୍ୟ ଲକ୍ଷ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.