ନିର୍ଭୟା କାଣ୍ଡ: ମା’, ସ୍ତ୍ରୀ ଓ ଭଣଜାକୁ ଦେଖି ଭୋ ଭୋ ହୋଇ କାନ୍ଦିଲା ଅକ୍ଷୟ, ସ୍ୱାମୀ କାନ୍ଦିବାରୁ ସ୍ତ୍ରୀ କଲେ ଏମିତି କାମ

ନିର୍ଭୟା କାଣ୍ଡର ୩ ଦୋଷୀ ମୁକେଶ, ପବନ ଓ ବିନୟର ପରିବାର ଲୋକ ସେମାନଙ୍କୁ ଦେଖା କରିବା ପାଇଁ ଲଗାତାର ତିହାର ଜେଲ୍‌ ଆସୁଥିଲେ। କିନ୍ତୁ ଦୀର୍ଘଦିନର ଅପେକ୍ଷା ପରେ ଦୋଷୀ ଅକ୍ଷୟର ପରିବାର ଲୋକ ସୋମବାର ୩ ନମ୍ବର ଜେଲ୍‌ରେ ଆସି ପହଞ୍ଚିଥିଲେ। ଫାଶୀ ତାରିଖ ଧାଯ୍ୟର୍ ହେବା ପୂର୍ବରୁ ନଭେମ୍ବର ମାସରେ ଅକ୍ଷୟର ସ୍ତ୍ରୀ ତାକୁ ଦେଖାକରିବା ପାଇଁ ଜେଲ୍‌ ଆସିଥିଲା। ଏହାପରଠୁ ତା’ର ପରିବାର ଲୋକଙ୍କ ସହିତ ଲଗାତାର ଭାବେ ଫୋନ୍‌ରେ କଥାବାର୍ତ୍ତା ଜାରି ରହିଥିଲା।

rap1

ଅକ୍ଷୟର ପରିବାର ବିହାରରେ ରହୁଛନ୍ତି। ଜେଲ୍‌କୁ ଦେଖା କରିବାକୁ ଆସିଥିବା ନିଜ ମା’, ସ୍ତ୍ରୀ ଓ ଭଣଜାକୁ ଦେଖି ଅକ୍ଷୟ ନିଜକୁ ଆଉ ସମ୍ଭାଳି ପାରି ନ ଥିଲା। ଭୋ ଭୋ ହୋଇ କାନ୍ଦି ଉଠିଥିଲା। ପୁଅର ଅବସ୍ଥା ଦେଖି ମା’ ମଧ୍ୟ ନିଜକୁ ସମ୍ଭାଳି ପାରି ନ ଥିଲେ। ଏଭଳି ପରିସ୍ଥତି ଦେଖି ସ୍ତ୍ରୀ ଉଭୟଙ୍କୁ ଧୌଯ୍ୟର୍ ଧରିବାକୁ କହିଥିଲେ। ତେବେ ଜେଲ୍‌ ଅଧୀକ୍ଷକଙ୍କ କାଯ୍ୟର୍ାଳୟରେ ଚାଲିଥିବା ପାଖାପାଖି ଅଧ ଘଣ୍ଟାର ସାକ୍ଷାତ ସମୟରେ ସ୍ତ୍ରୀ ଓ ମା’ ଅଧୀକ୍ଷକଙ୍କୁ ଆଇନ୍‌ ପ୍ରକ୍ରିୟା ବିଷୟରେ ପଚାରିଥିଲେ।

rap4

୩ ଦୋଷୀଙ୍କ ପାଖରେ ଅଛି ବିକଳ୍ପ

ନିର୍ଭୟା ମାମଲାରେ ୪ ଦୋଷୀ ପବନ, ଅକ୍ଷୟ, ମୁକେଶ ଓ ବିନୟ ଶର୍ମା ନାଁରେ ଦ୍ୱିତୀୟ ଥର ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇସାରିଛି। ସେମାନଙ୍କ ଫାଶୀ ତାରିଖ ୧ ଫେବୃୟାରୀକୁ ଧାଯ୍ୟର୍ କରାଯାଇଛି। କିନ୍ତୁ ଫାଶୀ ଟାଳିବାକୁ ଦୋଷୀମାନଙ୍କ ପାଖରେ ଏବେ ବି ୫ଟି ରାସ୍ତା ବାକି ଅଛି। ଏହାସହିତ ମୁକେଶ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଖାରଜ ହେବା ନିଷ୍ପତ୍ତିକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ ଦେଇଛି, ଯେଉଁଥିପାଇଁ ୧ ଫେବୃୟାରୀରେ ଦୋଷୀମାନଙ୍କୁ ଫାଶୀରେ ଝୁଲାଇବା ସମ୍ଭବ ନୁହେଁ।

rap7

ଦୋଷୀମାନଙ୍କ ଓକିଲ ଏପି ସିଂଙ୍କ ମୁତାବକ, ପବନ ଓ ଅକ୍ଷୟ ପାଖରେ ଏବେ ସୁଧାରାତ୍ମକ ୟାଚିକା ଏବଂ ରାଜକ୍ଷମା ଆବେଦନର ବିକଳ୍ପ ରହିଛି। ତାଙ୍କ କହିବା ହେଲା, ପବନ, ମୁକେଶ, ଅକ୍ଷୟ ଓ ବିନୟକୁ ଲୁଟ୍‌ ମାମଲାରେ ନିମ୍ନ ଅଦାଲତ ୧୦ ବର୍ଷ ପାଇଁ କାରାଦଣ୍ଡାଦେଶ ଦେଇଥିଲେ। ଏହି ନିଷ୍ପତ୍ତି ବିରୋଧରେ ଅପିଲ ଏବେ ବି ହାଇକୋର୍ଟରେ ବିଚାରଧୀନ ରହିଛି। ଯେ ପଯ୍ୟର୍ନ୍ତ ଏହା ଉପରେ ନିଷ୍ପତ୍ତି ନ ହୋଇଛି, ଦୋଷୀମାନଙ୍କୁ ଫାଶୀ ଦିଆଯାଇପାରିବ ନାହିଁ।

rap9

ସେପଟେ ୧ ଫେବୃୟାରୀରେ ଫାଶୀ ତାରିଖ ଧାଯ୍ୟର୍ ହେବା ପରଠୁ ତିହାର ଜେଲ୍‌ ପ୍ରଶାସନ ଲଗାତାର ଫାଶୀ ପ୍ରସ୍ତୁତିରେ ଲାଗିଛନ୍ତି। ସୋମବାର ସକାଳେ ପୁଣିଥରେ ୩ ନମ୍ବର ଜେଲ୍‌ରେ ଥିବା ଫାଶୀ ଘରେ ଡମିକୁ ଫାଶୀରେ ଝୁଲାଇବାର ଅଭ୍ୟାସ କରାଯାଇଥିଲା। ଅଧିକାରୀମାନଙ୍କ କହିବା ହେଲା, ଏହି ଅଭ୍ୟାସ ସମୟରେ କୌଣସି ପ୍ରକାର କିଛି ସମସ୍ୟା ଆସି ନ ଥିଲା। ୩୦ ଜାନୁୟାରୀରେ ଘାତକ ପବନ ତିହାର ଜେଲ୍‌ରେ ପହଞ୍ଚିଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.