Below header

ଆଜି ହିଁ ଘରେ ବନାନ୍ତୁ ଏହି ଟେଷ୍ଟି ରୋଲ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ରୋଲ ତ ଆପଣ ମାନେ ଅନେକ ପ୍ରକାରର ଖାଇଥିବେ କିନ୍ତୁ କଣ କେବେ କୋରିଆନ ଷ୍ଟାଇଲ ରୋଲ ଖାଇଛନ୍ତି କି? ଯଦି ଖାଇନାହାନ୍ତି ତେବେ ଆଜି ଆସନ୍ତୁ ଜାଣିବା ଏକ ନୂଆ ରେସିପି କୋରିଆନ୍ ଏଗ ରୋଲ ବିଷୟରେ । ଏହା ସ୍ବାଦିଷ୍ଟ ସହିତ ଖୁବ ସ୍ବାସ୍ଥ୍ୟକର ମଧ୍ୟ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ...

ରୋଲ ତ ଆପଣ ମାନେ ଅନେକ ପ୍ରକାରର ଖାଇଥିବେ କିନ୍ତୁ କଣ କେବେ କୋରିଆନ ଷ୍ଟାଇଲ ରୋଲ ଖାଇଛନ୍ତି କି? ଯଦି ଖାଇନାହାନ୍ତି ତେବେ ଆଜି ଆସନ୍ତୁ ଜାଣିବା ଏକ ନୂଆ ରେସିପି କୋରିଆନ୍ ଏଗ ରୋଲ ବିଷୟରେ । ଏହା ସ୍ବାଦିଷ୍ଟ ସହିତ ଖୁବ ସ୍ବାସ୍ଥ୍ୟକର ମଧ୍ୟ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକୀୟ ସାମଗ୍ରୀ:

୪ଟି ଅଣ୍ଡା, ୧ ଚାମଚ ଗୋଲ ମରିଚ, ୧ ଚାମଚ ଲୁଣ, କଟା ହୋଇଥିବା ଗୋଟିଏ ପିଆଜ ଓ ଗାଜର

ପ୍ରସ୍ତୁତି ପ୍ରଣାଳୀ:

କୋରିଆନ୍ ଏଗ୍ ରୋଲ୍ ବନାଇବା ପାଇଁ ପ୍ରଥମେ ଏକ ପାତ୍ରରେ ତିନି-ଚାରିଟି ଅଣ୍ଡା ଭାଙ୍ଗିଦିଅନ୍ତୁ । ଏହାପରେ ପାତ୍ରରେ ଗୋଲମରିଚ ଏବଂ ଲୁଣ ପକାଇ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏବେ ଏଥିରେ କଟା ହୋଇଥିବା ଗାଜର ଏବଂ କଞ୍ଚା ପିଆଜ ପକେଇ ଦିଅନ୍ତୁ । ଏହା ପରେ ଏକ ପ୍ୟାନ୍ ଗରମ କରି ସେଥ୍‌ରେ ଅଣ୍ଡା ମିଶ୍ରଣକୁ ଏକ ପତଳା ଲେୟାରରେ ପକାନ୍ତୁ । ଯେତେବେଳେ ଏହା ହେବାକୁ ଲାଗିବ ସେତେବେଳେ ଏଥିରେ ଅଳ୍ପ ଚିଜ୍ ପକାଇ ଅଣ୍ଡାକୁ ପ୍ୟାନ୍‌ର କୋଣରୁ ରୋଲ କରି ଦିଅନ୍ତୁ ।

ଏହାପରେ ପୁଣି ଥରେ ଅଣ୍ଡାର ମିଶ୍ରଣକୁ ଏକ ପତଳା ଲେୟାର ରଖି ପୂର୍ବ ଅଣ୍ଡାର ରୋଲ୍ ଉପରେ ରୋଲ୍ କରି ରଖନ୍ତୁ । ଏବେ ବଳକା ଥିବା ମିଶ୍ରଣକୁ ବି ଏହିପରି ଭାବେ ବନାନ୍ତୁ, ଯେତେ ପର୍ଯ୍ୟନ୍ତ ରୋଲ ମୋଟା ଏବଂ ଅଲଗା ଅଲଗା ଲେୟାରର ନ ଦେଖାଯାଇଛି । ଏବେ ଏହାକୁ ଗ୍ୟାସରୁ ଓଲ୍ହାଇ ପତଳା ସ୍ଲାଇସରେ କାଟି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଟେଷ୍ଟି କୋରିଆନ୍ ଏଗ ରୋଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.